ରାଜ୍ୟ ସ୍ପେଶାଲ ରିପୋର୍ଟ

ଥାନାରେ କାନ୍ଦି ନ୍ୟାୟ ମାଗିଲେ ସୋମାଲିକା, ‘ମୁଁ ମରିଗଲେ ସମସ୍ତେ ଶାନ୍ତି ପାଇବେ’

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଜଗତସିଂହପୁର ଟାଉନ୍ : ‘ମୁଁ ଥାନାକୁ ଆସିଛି ଫୋନ୍ କଲ୍ ସଂକ୍ରାନ୍ତରେ ଅଭିଯୋଗ କରିବା ପାଇଁ। ଥାନାରେ ବସିଛି କିନ୍ତୁ ମୋ ଫେସ୍‌ବୁକରେ ପୋଷ୍ଟ ହୋଇଥିବା ପୁରୁଣା ଫଟୋ କାଢ଼ି ଏଡିଟିଂ କରି ଭାଇରାଲ୍ କରାଯାଉଛି। ତା ପୁଣି ମୁଁ ନିଜେ ପୋଷ୍ଟ କରିଥିବା ସାଙ୍ଗସାଥୀଙ୍କ ସହ ଭୋଜିର ଫଟୋ। ମୁଁ କଣ କାହା ସହ ମିଶିବିନି, କୁଆଡ଼େ ଯିବିନି, କିଛି କରିବିନି? ମୋ ଇଜ୍ଜତର ଧଜିଆ ଉଡ଼ାଉଛନ୍ତି ବିଧାୟକଙ୍କ ସମର୍ଥକମାନେ। ବିଧାୟକ ତ ପ୍ରେମରେ ଲିପ୍ତ ରହିଛନ୍ତି। ଥାନାରେ ଅଭିଯୋଗ କଲେ ମଧ୍ୟ କିଛି ଲାଭ ନାହିଁ। ବିଜେଡି ସରକାର ଶୋଇଛି। ମୁଁ ମରିଗଲେ ସବୁ ଶାନ୍ତି ପାଇଯିବେ।

ଗତକାଲି ରାତିରେ ଜଗତସିଂହପୁର ଥାନାରେ ଏମିତି କାନ୍ଦି କାନ୍ଦି ଗଣମାଧ୍ୟମ ଆଗରେ ନ୍ୟାୟ ମାଗିଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ସୋମାଲିକା ଦାଶ। ସେ କହିଛନ୍ତି ଯେ ୨୦୨୨ ମେ ମାସରେ ଏସ୍‌ପି ଓ ଥାନାର ଦ୍ବାରସ୍ଥ ହୋଇ ବିଜୟ ଶଙ୍କରଙ୍କ ବିରୋଧରେ ଅଭିଯୋଗ କରିଥିଲି। କିନ୍ତୁ ତାଙ୍କ ଅଭିଯୋଗ ଉପରେ ମାମଲା ରୁଜୁ କରାଗଲା ନାହିଁ। ହାଇକୋର୍ଟର ଦ୍ବାରସ୍ଥ ହେଲା ପରେ ପୁଲିସ ମାମଲା ରୁଜୁ କରିଛି। ଗୋଟି ଗୋଟି କରି ତଥ୍ୟ, ପ୍ରମାଣ ମଧ୍ୟ ଦେଲି। ଅଡିଓ, ଭିଡିଓ, ଫଟୋ ଯାହା ଥିଲା ସବୁ ଦାଖଲ କରିଛି। କିନ୍ତୁ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ। ଏପଟେ ମୋତେ ବିଧାୟକଙ୍କ ସମର୍ଥକମାନେ ଫୋନ୍‌ରେ ପରୋକ୍ଷ ଧମକ ମଧ୍ୟ ଦେଉଛନ୍ତି। ଫେସ୍‌ବୁକ୍‌ରେ ଫଟୋ, ଭିଡିଓ କାଢ଼ି ଏଡିଟିଂ କରି ଭାଇରାଲ୍ କରୁଛନ୍ତି। କିନ୍ତୁ ପୁଲିସ ଚୁପ୍। ଏକାଧିକ ମହିଳାଙ୍କ ସହ ପ୍ରେମରେ ଲିପ୍ତ ରହିଥିବା ଏଭଳି ବିଧାୟକଙ୍କୁ ଘରୁ ଘୋଷାଡ଼ି ବାଡ଼େଇ ଚୂନ କାଳି ବୋଳିବା କଥା ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି ସୋମାଲିକା।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।