ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ବ୍ୟାଙ୍କକ : ଥାଇଲାଣ୍ଡର ରାଜକୁମାରୀ ବଜ୍ରକୀଟ୍ୟାଭା ଛାତିରେ ଯନ୍ତ୍ରଣା ହେତୁ ତଳେ ପଡ଼ିଯିବା ପରେ ତିନି ସପ୍ତାହରୁ ଅଧିକ କାଳ ହେଲା ସଂଜ୍ଞାହୀନା ଅବସ୍ଥାରେ ଅଛନ୍ତି। ୪୪ ବର୍ଷୀୟା ରାଜକୁମାରୀ ଯେ କି ରାଜସିଂହାସନର ସମ୍ଭାବ୍ୟା ଉତ୍ତରାଧିକାରିଣୀ, ତାଙ୍କର ଏପରି ସ୍ବାସ୍ଥ୍ୟାବସ୍ଥା ବିଷୟରେ ରାଜମହଲରୁ ସୂଚନା ଦିଆଯାଇଛି।
ରାଜକୁମାରୀ ବଜ୍ରକୀଟ୍ୟାଭା ହେଉଛନ୍ତି ଥାଇଲାଣ୍ଡର ରାଜା ମହାବଜ୍ରଲୋଙ୍ଗକର୍ଣ୍ଣଙ୍କ ଜ୍ୟେଷ୍ଠ ସନ୍ତାନ। ଦେଶର ସମ୍ବିଧାନ ଅନୁସାରେ ଜେଷ୍ଠ ସନ୍ତାନ ହିଁ ସିଂହାସନର ଉତ୍ତାଧିକାରୀ ହୋଇଥାନ୍ତି। ଡିସେମ୍ବର ୧୫ ତାରିଖରେ ସେ ମାଇକୋପ୍ଲାଜ୍ମା ସଂକ୍ରମଣ ୯ଏକ ପ୍ରକାର ଜୀବାଣୁ ସଂକ୍ରମଣ) ହେତୁ ପ୍ରଦାହଜନିତ ହାର୍ଟ ଆରିଦ୍ମିଆ (ହୃଦ୍ରୋଗ ବିଶେଷ ଯେଉଁଥିରେ ହୃଦୟର ମାଂସପେଶୀ ଅସ୍ବାଭାବିକ ଭାବେ ସଂକୁଚିତ ଓ ପ୍ରସାରିତ ହୁଏ) ରୋଗରେ ବେହୋସ୍ ହୋଇଯାଇଥିଲେ। ଏବେ ଡାକ୍ତରମାନେ ଆଣ୍ଟିବାୟୋଟିକ୍ସ ଇତ୍ୟାଦି ଔଷଧ ଦେଇ ତାଙ୍କର ଚିକିତ୍ସା କରୁଛନ୍ତି ଏବଂ କୃତ୍ରିମ ଯନ୍ତ୍ରପାତି ସାହାଯ୍ୟରେ ତାଙ୍କର ହୃଦୟ, ବୃକ୍କ ଓ ଫୁସ୍ଫୁସ୍କୁ ସଚଳ ରଖିଛନ୍ତି। ତଥାପି ଏବେ ସୁଦ୍ଧା ସେ ବେହୋସ୍ ଅଛନ୍ତି।ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l