ଦେଶ ବିଦେଶ ସ୍ୱାସ୍ଥ୍ୟ

ଥରେ କି ଦୁଇଥର ନୁହେଁ ଲଗାତାର ୩୧ ଥର କରୋନା ପଜିଟିଭ୍ ହେଲେଣି ଏହି ମହିଳା, ଡାକ୍ତର ବି ଆଶ୍ଚର୍ଯ୍ୟ

ଭରତପୁର ୨୪/୦୧ : କରୋନା ଭାଇରସ ସଂକ୍ରମଣ ସାଧାରଣତଃ ୧୪ ଦିନରେ ପୁରା ହୋଇଯାଇଥାଏ। କିନ୍ତୁ ରାଜସ୍ଥାନ ଭରତପୁରରେ ଜଣେ ମହିଳା ଗତ ୫ ମାସ ହେଲା କରୋନା ସଂକ୍ରମଣରେ ପୀଡିତ ଅଛନ୍ତି। ୩୦ ବର୍ଷୀୟ ସାରଦା ଦେବୀଙ୍କ କରୋନା ରିପୋର୍ଟ ୩୨ଥର ପଜିଟିଭ ଆସିଲାଣି। ଏଥିରେ ୧୭ଟି RTPCR ଓ ୧୪ଟି ରାପିଡ ଆଣ୍ଟିଜେନ ଟେଷ୍ଟ ସାମିଲ ଅଛି। ତାଙ୍କୁ ଏଲୋପାଥି, ହୋମିଓପାଥି ଓ ଆୟୁର୍ବେଦିକ ଔଷଧ ମଧ୍ୟ ଦିଆଯାଇଛି କିନ୍ତୁ କିଛି ଲାଭ ହୋଇନି।

ମହିଳାଙ୍କୁ ନେଇ ଡାକ୍ତର ମଧ୍ୟ ଚକିତ। ତେବେ ଆହୁରି ଆଶ୍ଚର୍ଯ୍ୟଜନକ କଥା ହେଲା ଲଗାତାର ରିପୋର୍ଟ ପଜିଟିଭ ଆସୁଥିଲେ ବି ସାରଦା ସୁସ୍ଥ ଅଛନ୍ତି ବୋଲି ନିଜେ କହିଛନ୍ତି। ସେ ନିଜେ ନିଜର ସବୁ କାମ କରନ୍ତି। କରୋନା ସଂକ୍ରମଣ ସମୟରେ ତାଙ୍କ ଓଜନ ମଧ୍ୟ ୮ କିଲୋ ବଢିଯାଇଛି। ଡାକ୍ତରଙ୍କ ପାଇଁ ଏହା ଏକ ଅଜବ ମାମଲା। ଜଣେ ୫ ମାସ କରୋନାରେ ପୀଡିତ ରହିବା ସମ୍ଭବତଃ ଦେଶର ପ୍ରଥମ ମାମଲା।

ସାରଦା ଅପନା ଘର ନାମକ ଏକ ଆଶ୍ରମରେ ରହୁଛନ୍ତି। ୫ ମାସ ହେଲାଣି ସେ ଦୁଇ କୋଠରୀ ବିଶିଷ୍ଟ ଏକ ଆଇସୋଲେସନ ରୁମରେ ଜେଲରେ ବନ୍ଦୀ ଭଳି ଜୀବନ ବିତାଉଛନ୍ତି। ଆଶ୍ରମ ଅଧ୍ୟକ୍ଷ ଡ.ବିଏମ ଭରଦ୍ୱାଜ କହିଛନ୍ତି ଯେ ସାରଦାଙ୍କୁ ବଝୋରା ଗାଁରୁ ଏଠାକୁ ଅଣାଯାଇଥିଲା। ସେତେବେଳେ ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଥିଲା। ତାଙ୍କର ପ୍ରଥମ ଟେଷ୍ଟ ୨୦୨୦ ଅଗଷ୍ଟ ୨୮ ତାରିଖରେ ହୋଇଥିଲା। ଆଶ୍ରମରେ ବର୍ତ୍ତମାନ ସାରଦାଙ୍କ ସମେତ ୪ଜଣ କରୋନା ପଜିଟିଭ ଅଛନ୍ତି।

ଡାକ୍ତର କହିଛନ୍ତି, ସାରଦା କରୋନା ପଜିଟିଭ ହୋଇଥିଲେ ବି ଅନ୍ୟମାନଙ୍କ ପାଇଁ ବିପଦ ନୁହେଁ। କାରଣ ତାଙ୍କ ଶରୀରରେ ଥିବା କରୋନା ଭାଇରସ ଆକ୍ଟିଭ ନୁହଁ। ଅର୍ଥାତ ତାଙ୍କ ଠାରୁ ଅନ୍ୟମାନଙ୍କୁ ସଂକ୍ରମଣ ହେବନାହିଁ। କିନ୍ତୁ ସଚ୍ଚରିଟନଟ ଦୃଷ୍ଟିରୁ ତାଙ୍କୁ ଆଇସୋଲେସନରେ ରଖାଯାଇଛି। ତେବେ ଡାକ୍ତର କହିଛନ୍ତି ଯେ ଲଗାତାର କରୋନା ପଜିଟିଭ ହେବାର ଦୁଇଟି କାରଣ ହୋଇପାରେ। ପ୍ରଥମତଃ, ମୃତ ଜୀବାଣୁ ରୋଗୀଙ୍କ ମୁକୋଜା (ନାସାଲ୍ ମେମ୍ବ୍ରେନ୍) ରେ ଜମା ହୋଇ ରହିଯାଇଛି। ଏହା ନାକର ଝିଲ୍ଲୀ ଦୁର୍ବଳ ହୋଇଯାଇଥାଏ। ଯେଉଁଥିପାଇଁ ରୋଗୀର ରିପୋର୍ଟ ବାରମ୍ବାର ପଜିଟିଭ୍ ଆସିପାରେ। ଦ୍ୱିତୀୟତଃ, ରୋଗୀର ରୋଗ ପ୍ରତିରୋଧକ ଶକ୍ତି ବହୁତ ଦୁର୍ବଳ ଯେଉଁଥିପାଇଁ ସଂକ୍ରମଣ ସମ୍ପୂର୍ଣ ନଷ୍ଟ ହୋଇପାରୁନାହିଁ। ତଥାପି ସଠିକ୍ ସୂଚନା ପାଇଁ ଯାଞ୍ଚ କରିବା ଜରୁରୀ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ