ରାଜ୍ୟ ସ୍ପେଶାଲ ରିପୋର୍ଟ

ଥରାଇବ ଶୀତ, ଆହୁରି ୨ରୁ ୩ ଡିଗ୍ରୀ ଖସିବ ପାରଦ

ଭୁବନେଶ୍ୱର ୨୬।୧୧ : ରାଜ୍ୟରେ ପାରଦ କ୍ରମଶଃ ତଳକୁ ଖସୁଛି । ଗତକାଲି ୧୩ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ଝାରସୁଗୁଡ଼ାରେ ୧୨, ସୁନ୍ଦରଗଡ଼ରେ ୧୨.୫, ଫୁଲବାଣୀରେ ୧୩, ଦାରିଙ୍ଗିବାଡି଼ରେ ୧୩, କେନ୍ଦୁଝରରେ ୧୩.୨, ଭବାନୀପାଟଣାରେ ୧୩.୨, ଦେବଗଡ଼ରେ ୧୩.୪, ବରଗଡ଼ରେ ୧୩.୮ ରହିଛି ।

ସେହିପରି ସୋନପୁରରେ ୧୪.୨, ବୌଦ୍ଧରେ ୧୪.୫, ସମ୍ବଲପୁରରେ ୧୪.୬, ବାଲେଶ୍ୱରରେ ୧୪.୬, ଅନୁଗୁଳରେ ୧୪.୬, ସମ୍ବଲପୁରରେ ୧୪.୬ ଓ ହୀରାକୁଦରେ ୧୪.୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୨୪ ଘଣ୍ଟା ଭିତରେ ପାରଦ ଆହୁରି ୨ରୁ ୩ ଡିଗ୍ରୀ ଖସିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ ଦେଇଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।