ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଥମୁନି ମଣିପୁର ହିଂସା: ରାତି ଅଧିଆ ବିସ୍ଫୋରଣ, ଗୁଳିମାଡ଼

ଇମ୍ଫାଲ: ମଣିପୁରରେ ହିଂସା ଥମିବାର ନାଁ ନେଉନି। ବୁଧବାର ବିଳମ୍ବିତ ରାତିରେ ମଣିପୁରର ବିଭିନ୍ନ ଜିଲ୍ଲାରେ ବିସ୍ଫୋରଣ ଓ ଗୁଳିମାଡ଼ ହୋଇଛି। ବିଷ୍ଣୁପୁର ଜିଲ୍ଲାରେ ଆଇଇଡି ବିସ୍ଫୋରଣ ହୋଇଛି। ବୋମାଟିକୁ ପାର୍କିଂ ହୋଇଥିବା ଏକ ଗାଡ଼ିରେ ରଖାଯାଇଥିଲା। କାଙ୍ଗପୋକପି ଜିଲ୍ଲାରେ ଗୁଳିକାଣ୍ଡ ଆତଙ୍କ ସୃଷ୍ଟି କରିଛି। ସୁରକ୍ଷାକର୍ମୀ ଉକ୍ତ ଘଟଣାରେ ହସ୍ତକ୍ଷେପ କରିବାପରେ ସ୍ଥିତି ନିୟନ୍ତ୍ରଣ‌ାଧୀନ ରହିଛି। ଇମ୍ଫାଲ ପୂର୍ବ ଜିଲ୍ଲା ନିକଟସ୍ଥ ଉରଙ୍ଗପଟ‌ରେ ମଧ୍ୟ ଗୁଳିମାଡ଼ ହୋଇଛି। ଅନ୍ୟପକ୍ଷେ ଗୁରୁବାର ସକାଳେ ପୁଣିଥରେ ଗୁଳିକାଣ୍ଡ ହୋଇଛି। ଇମ୍ଫାଲ ପଶ୍ଚିମ ଜିଲ୍ଲାର ଉତ୍ତର ବୋଲଜଙ୍ଗରେ ଆଜି ଆସାମ ରାଇଫଲ୍ସ ଯବାନ ଓ ଉଗ୍ରପନ୍ଥୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଉକ୍ତ ଘଟଣାରେ ୨ ଜଣ ଯବାନ ଆହତ ହୋଇଛନ୍ତି। ସେମାନେ ଏବେ ହସ୍ପିଟାଲରେ ଚିକିତ୍ସା‌ଧୀନ ଅଛନ୍ତି। ଏହାପରେ ସୁରକ୍ଷାବାହିନୀ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଛି ଏବଂ ଏକ ଇନସାସ୍‌ ଲାଇଟ୍‌ ମେସିନ ଗନ୍‌ ଜବତ କରାଯାଇଛି।

ମଣିପୁରରେ ହିଂସା ଜାରି ରହିଥିବାବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଣିପୁର ହିଂସା ପ୍ରସଙ୍ଗରେ ଶନିବାର ସର୍ବଦଳୀୟ ବୈଠକ ଡାକିଛନ୍ତି। ଇତିମଧ୍ୟରେ ରାଜ୍ୟ ସରକାର ଆସନ୍ତା ଜୁନ୍‌ ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଇଣ୍ଟରନେଟ୍‌ ସେବା ବନ୍ଦ କରିଛନ୍ତି। ଉଲ୍ଲେଖଯୋଗ୍ୟ, ମେ’ ୩ ତାରିଖରୁ ମଣିପୁରରେ ହିଂସା ଜାରି ରହିଛି। ଏଥିଯୋଗୁଁ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି ମଣିପୁର ହିଂସା ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଡକାଯିବା ପରେ କଂଗ୍ରେସ ଆଜି କହିଛି ଯେ ଏଭଳି ନିଷ୍ପତ୍ତି ଖୁବ୍‌ ବିଳମ୍ବରେ ନିଆଯାଇଛି। ବରିଷ୍ଠ କଂଗ୍ରେସ ନେତା କେସି ବେଣୁଗୋପାଳ କହିଛନ୍ତି, ‌କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ରାଜ୍ୟର ଲୋକମାନଙ୍କୁ ଶାନ୍ତି ପାଇଁ ନିବେଦନ କରିବା ପରେ କେନ୍ଦ୍ର ସରକାର ନିଦରୁ ଉଠିଛନ୍ତି। ଜୁନ୍‌ ୨୪ ତାରିଖରେ ସର୍ବଦଳୀୟ ବୈଠକ ଥିବାବେଳେ ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହିବେନି। ମୋଦୀ ୨୪ ତାରିଖରେ ଇଜିପ୍ଟ ଗସ୍ତରେ ଥିବେ। ସେଥିପାଇଁ ସେ ସର୍ବଦଳୀୟ ବୈଠକରେ ଯୋଗ ଦେଇପାରିବେନି। କଂଗ୍ରେସ ଏନେଇ ମଧ୍ୟ ପ୍ରଶ୍ନ ଉଠାଇଛି। ବେଣୁଗୋପାଳ କହିଛନ୍ତି, ଏକାଧିକ ପ୍ରତିନିଧି ଦଳ ମୋଦୀଙ୍କ ସହ ବୈଠକ ପାଇଁ ଚାହୁଛନ୍ତି କିନ୍ତୁ ମୋଦୀଙ୍କର ଏଥିପାଇଁ ସମୟ ନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ