ରାଜ୍ୟ ସ୍ପେଶାଲ ରିପୋର୍ଟ

ଥମୁନି ଦାଦନ ଦୁଃଖ, ମୁକ୍ତି ପାଇଁ ଗୁହାରି; ତେଲେଙ୍ଗାନାରେ ଅକଥନୀୟ ନିର୍ଯାତନା

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା‌ରେ ଦାଦନ ଚାଲାଣ ହେବା ଦିନଠୁ ଗୋଟିଏ ପରେ ଗୋଟିଏ ଦୁଃଖଦ ଘଟଣା ସାମ୍‌ନାକୁ ଆସୁଛି। କେତେବେଳେ ଦାଦନ ଶବ ହୋଇ ଫେରୁଛି, ତ କେତେବେଳେ ମାଲିକର ନିର୍ଯାତନାର ଖବର ସୁଦୂର ଇଲାକାରୁ ଆସୁଛି। ଇତିମଧ୍ୟରେ ତେଲେଙ୍ଗାନାର ପାଏଦାପାଲି ଅଞ୍ଚଳର ଇଟାଭାଟିରେ ଜିଲ୍ଲାର ଦାଦନମାନେ ଫସି ରହିଥିବା ଖବର ଆସୁଛି। ସେମାନଙ୍କୁ ସେଠାରେ ମାଡ୍‌ପିଟ୍‌ କରାଯାଉଥିବା ପରିବାରବର୍ଗ ଖବରପାଇ ମୁକ୍ତି ପାଇଁ ଗୁହାରି କରିଛନ୍ତି। ସୂଚନା ମୁତାବକ, ଗତ ବର୍ଷ ଅକ୍ଟୋବରରେ ଉଡ଼ିଆପାଲିର ଧୁବଲେ ନାଗ ଓ ସ୍ତ୍ରୀ ଉଷା ନାଗଙ୍କୁ ଭୁତାଇ କିଛି ଦଲାଲ ତେଲେଙ୍ଗାନାକୁ ନେଇ ଯାଇଥିଲେ। ଭାଟି ମାଲିକ ଅନିଲ ଦୁଗେଲଙ୍କଠାରୁ ୫ଲକ୍ଷ ଟଙ୍କା ନେଇ କାନୁଟ୍‌ ଗାଁର ତପନ ମହାନନ୍ଦ ଏବଂ ପାଢ଼େଲର ଅର୍ଜୁନ ବିକ୍ରି କରିଥିବା ଅଭିଯୋଗ ହୋଇଛି। ଉଭୟ ଦମ୍ପତିଙ୍କୁ ସେଠାରେ ମାଡ୍‌ପିଟ୍‌ ସହ ବହୁ ନିର୍ଯାତନା ଦିଆଯାଉଥିବା ପରିବାରବର୍ଗ କହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ ସିନଖମନ ଗାଁର ବି କିଛି ଦାଦନ ଫସି ରହିଥିବା କହାଯାଉଛି। ତୁରନ୍ତ ସେମାନଙ୍କୁ ଉଦ୍ଧାର ପାଇଁ ଦାବି ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।