ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଥଣ୍ଡାରେ କମ୍ପୁଥିଲା ଭିକାରୀ, ନିଜ ଜୋତା ଓ ଜ୍ୟାକେଟ୍ ଦେଲେ ଡିଏସପି : ପ୍ରକୃତ ଘଟଣା ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଗଲେ ଅଧିକାରୀ

ଗ୍ବାଲିୟର ୧୪।୧୧: ମଧ୍ୟପ୍ରଦେଶ ଗ୍ବାଲିୟରରେ ଥଣ୍ଡାରେ ଥରୁଥିବା ଜଣେ ଭିକାରୀଙ୍କୁ ସାହାଯ୍ୟ କରିବା ପାଇଁ ଡିଏସପି ନିଜ ଗାଡି ରୋକିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ସେହି ଭିକାରୀ ଜଣଙ୍କ ତାଙ୍କ ବ୍ୟାଚ୍ ର ସହଯୋଗୀ ପୋଲିସ ଅଫିସର ଥିଲେ । ତାଙ୍କୁ ଦେଖିବା ପରେ ଡିଏସପି ଜଣଙ୍କ ତାଙ୍କ ଜୋତା ଏବଂ ଜ୍ୟାକେଟ୍ ଦେଇଦେଇଥିଲେ । କେବଳ ଏତିକି ନୁହେଁ ସେ ତାଙ୍କୁ ତାଙ୍କ ସହ ନେଇଯାଇଥିଲେ । ତାଙ୍କ ଚିକିତ୍ସା ମଧ୍ୟ ଆରମ୍ଭ କରିଦେଲେ ।

ସୂଚନା ଅନୁସାରେ ଗ୍ବାଲିୟରରେ ଉପନିର୍ବାଚନ ଭୋଟ୍ ଗଣତି ପରେ ଡିଏସପି ରତ୍ନେଶ ସିଂହ ତୋମାର ଏବୂ ବିଜୟ ସିଂହ ଭଦୌରିଆ ରାଉଣ୍ଡରେ ବାହାରିଥିଲେ । ଏହି ସମୟରେ ଝାନସୀ ରୋଡ୍ ରେ ଭାଟିକା ଫୁଟପାଥ ରାସ୍ତାରେ ତାଙ୍କୁ ଜଣେ ଭିକାରୀ ଶୀତରେ ଥର ଥର ହେଉଥିବା ଦେଖିବାକୁ ମିଳିଥିଲା । ଏହାପରେ ଦୁଇ ଅଧିକାରୀ ଗାଡିଟିକୁ ଅଟକାଇଥିଲେ । ସେହି ଭିକାରୀଙ୍କ ସହ କଥା ହେବାକୁ ତାଙ୍କ ନିକଟରେ ପହଞ୍ଚିଥିଲେ ।

କଥାବାର୍ତ୍ତା ସମୟରେ ଡିଏସପି ବିଜୟ ଭଦୌରିଆ ନିଜ ଜ୍ୟାକେଟ୍ ତାଙ୍କୁ ଦେଇଦେଇଥିଲେ । ସେହି ସମୟରେ ଦୁଇ ଅଧିକାରୀଙ୍କୁ ଜଣାପଡିଥିଲା ଯେ, ସେହି ଭିକାରୀ ଜଣଙ୍କ ତାଙ୍କ ବ୍ୟାଚର ଜଣେ ଅଧିକାରୀ ମନୀଷ ମିଶ୍ରା । ମନୀଷ ମିଶ୍ରା ଗତ ୧୦ ବର୍ଷ ମଧ୍ୟରେ ଅସହାୟ ଭାବେ ରାଜରାସ୍ତାରେ ବୁଲୁଥିଲେ । ମନୀଷ ୧୯୯୯ରେ ପୋଲିସ ଚାକିରୀରେ ଯୋଗଦେଇଥିଲେ । ଏହାପରେ ମଧ୍ୟପ୍ରଦେଶର ଅନେକ ସ୍ଥାନରେ ଥାନା ଅଧିକାରୀ ଭାବେ କାମ କରିଥିଲେ । ୨୦୦୫ରେ ସେ ଦତିୟାରେ ଶେଷ ଥର ପାଇଁ ଥାନା ପ୍ରଭାରୀ ଭାବେ ନିଯୁକ୍ତି ପାଇଥିଲେ । ଏହାପରେ ସେ ତାଙ୍କ ମାନସିକ ସନ୍ତୁଳନ ହରାଇ ବସିଥିଲେ । ପରିବାର ଲୋକ ତାଙ୍କ ଚିକିତ୍ସା ଆରମ୍ଭ କରିଥିଲେ । ସେହି ସମୟରେ ତାଙ୍କ ପତ୍ନୀ ତାଙ୍କୁ ଛାଡି ପଳାଇଥିଲେ ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ