ରାଜ୍ୟ ସ୍ପେଶାଲ ରିପୋର୍ଟ

ଥଇଥାନ, ପୁନର୍ବାସ ଦାବିକୁ ଅଣଦେଖା: ଆଜି ଏନଟିପିସି ଡୁଲିଙ୍ଗା ଖଣି ବନ୍ଦ କରିବେ ବିସ୍ଥାପିତ ଝିଅ

ସୁନ୍ଦରଗଡ଼: ବହୁଦିନ ଧରି ପୁନର୍ବାସ, ଥଇଥାନ ସୁବିଧା ଦାବି କରି ଆସୁଥିବା ଏନଟିପିସି ଡୁଲିଙ୍ଗା କୋଇଲା ଖଣି ବିସ୍ଥାପିତ ପରିବାରର ବିବାହିତା ଝିଅମାନଙ୍କୁ ଉଭୟ କମ୍ପାନି ଓ ପ୍ରଶାସନ ଅଣଦେଖା କରୁଥିବା ଅଭିଯୋଗ ରହିଛି। ପ୍ରତିବାଦରେ ଜୁଲାଇ ୩୧ ସୋମବାରଠାରୁ ବିସ୍ଥାପିତ ଝିଅମାନେ ଖଣି ବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି। ଏ ସମ୍ପର୍କରେ ପୂର୍ବରୁ ଜିଲ୍ଲା ପ୍ରଶାାସନ ଓ କମ୍ପାନି କର୍ତ୍ତୃପକ୍ଷକୁ ଚେତାବନୀ ଦିଆଯାଇଥିଲା। ସକାଳୁ ଝିଅମାନେ ଏନଟିପିସି ଅଫିସ ସମେତ ଖଣି ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଖଣି ଉତ୍ତୋଳନ ଓ ପରିବହନ ବନ୍ଦ କରିବେ। ଦାବି ପୂରଣ ନହେବା ଯାଏଁ ଖଣି ବନ୍ଦ ଆନ୍ଦୋଳନ ଜାରି ରଖିବାକୁ ଝିଅମାନେ ନିଷ୍ପତ୍ତି ନେଇଛନ୍ତି।

ଏନଟିପିସି ଡୁଲିଙ୍ଗା କୋଇଲା ଖଣିରେ ଡୁଲିଙ୍ଗା, ମଝାପଡ଼ା, ବେଲଡିହି ଓ ଖପରିକଛାର ଗାଁର ବିସ୍ଥାପିତ ପରିବାରରର ବିବାହିତା ଝିଅମାନେ ଥଇଥାନ ଓ ପୁନର୍ବାସ ଦାବିରେ ଦୀର୍ଘ ବର୍ଷେ ହେଲା ବିଭିନ୍ନ ସମ‌ୟରେ ପ୍ରତିବାଦ, ଧାରଣା ଦେଇ ଆସୁଛନ୍ତି। କିନ୍ତୁ ପ୍ରଶାସନ ସେମାନଙ୍କ ଦାବିକୁ ଟାଳି ଆସୁଛି। ଏପରିକି ଅନେକ ସମୟରେ ପୁଲିସ ଲଗାଇ ସେମାନଙ୍କ ମୁହଁ ବନ୍ଦ କରିଦେବାକୁ ଚେଷ୍ଟା କରିଆସୁଥିବା ଅଭିଯୋଗ ‌ହୋଇଛି। ଧାରା ୪(୧) ଲାଗୁ ହେବା ପୂର୍ବରୁ ବିସ୍ଥାପନ ନୀତି ଅନୁଯାୟୀ ୧୮ ବର୍ଷ ହୋଇଥିବା ଓ ବିବାହ କରି ନଥିବା ଏ ଝିଅମାନେ ସର୍ବେକ୍ଷଣ ତାଲିକାରେ ସାମିଲ ହୋଇଥିଲେ। ଅର୍ଥାତ ସର୍ବେକ୍ଷଣ ପରେ ସେମାନେ ବିବାହ କରିଥିଲେ। କିନ୍ତୁ ବିଳମ୍ବିତ ବିସ୍ଥାପନ ପ୍ରକ୍ରିୟା ମଧ୍ୟରେ କମ୍ପାନି ଓ ପ୍ରଶାସନ ବିସ୍ଥାପନ ତାରିଖକୁ ବାରମ୍ବାର ପରିବର୍ତ୍ତନ କରି ଅପଡେଟ ନାମରେ ବିବାହ କରୁଥିବା ଝିଅମାନଙ୍କୁ ତାଲିକାରୁ ବାଦ୍‌ ଦେଇ ଚାଲିଲେ। ସର୍ବୋଚ୍ଚ ନ୍ୟାୟାଳୟ ଓ ଉଚ୍ଚ ନ୍ୟାୟାଳୟ ପୁଅ ପରି ଝିଅମାନେ ମଧ୍ୟ ସମାନ ଅଧିକାର ପାଇବେ ବୋଲି ରାୟ ପ୍ରକାଶ କରିବା ଏବଂ ଓଡ଼ିଶା ରାଜସ୍ବ ବିଭାଗର ପ୍ରମୁଖ ଶାସନ ସଚିବ ଜିଲ୍ଲାପାଳଙ୍କୁ ପତ୍ର ଲେଖି ପ୍ରାଥମିକ ସର୍ବେକ୍ଷଣ ଓ ଚୂଡ଼ାନ୍ତ ବିସ୍ଥାପନ ପୂର୍ବରୁ ବିବାହ କରିଥିବା ଝିଅମାଲନେ ୨୦୧୩ ନୀତିରେ କ୍ଷତିପୂରଣ ପାଇବେ ବୋଲି ସୂଚୀତ କରିଥିଲେ। ଏହା ସତ୍ତ୍ବେ ଏନଟିପିସି କର୍ତ୍ତୃପକ୍ଷ ଓ ପ୍ରଶାସନ ପୁନର୍ବାସ ଓ ଥଇଥାନ ସୁବିଧା ଦେବାକୁ ନା କରି ଦେଇଥିବା ଝିଅମାନେ ଅଭିଯୋଗ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।