ଦେଶ ବିଦେଶ ରାଜନୀତି ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଥଇଥାନ କେନ୍ଦ୍ର ପାଲଟିଛି ଉଚ୍ଚଶିକ୍ଷା ପରିଷଦ, ପରିଷଦ ସଦସ୍ୟ ଭାବେ ଦୁଇ ପ୍ରଫେସର୍‌ ମନୋନୀତ ଅବସର ପୂର୍ବରୁ ୩ ଅଧ୍ୟାପକଙ୍କୁ ପରାମର୍ଶଦାତା ନିଯୁକ୍ତି

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଏବେ ଥଇଥାନ କେନ୍ଦ୍ର ପାଲଟିଛି। ଅବସର ପରେ ପ୍ରଫେସର ଓ ଅଧ୍ୟାପକମାନଙ୍କୁ ଏଠାରେ ଥଇଥାନ କରାଯାଉଛି। ଏମିତିକି ବିଭାଗ ଅଧୀନରେ ଦୀର୍ଘ ଦିନ ଧରି କାର୍ଯ୍ୟ କରୁଥିବା ଅଧ୍ୟାପକମାନଙ୍କୁ ମୋଟା ଅଙ୍କର ଦରମା ଦେଇ ଏଠାରେ ନିଯୁକ୍ତି ଦିଆଯାଉଛି। ନା ଏଥିପାଇଁ କୌଣସି ବିଜ୍ଞାପନ ବାହାରୁଛି, ନା କୌଣସି ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ମିଳୁଛି? ଅବସର ଗ୍ରହଣ କରିବା ପୂର୍ବରୁ ବି କେତେଜଣଙ୍କୁ ନିଯୁକ୍ତି ଦିଆଯାଇଛି। ବିଶ୍ବବିଦ୍ୟାଳୟ କୁଳପତି ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ ସହ ଦୁଇଥର ସାକ୍ଷାତକାର ନିଆଯାଉଥିବା ବେଳେ ଏ କ୍ଷେତ୍ରରେ କାହିଁକି ବ୍ୟତିକ୍ରମ ହେଉଛି, ତାହାକୁ ନେଇ ଶିକ୍ଷାବିତ୍‌ମାନେ ପ୍ରଶ୍ନ ଉଠାଇଛନ୍ତି।

ଓଡ଼ିଶା ଶିକ୍ଷା ସେବା(କଲେଜ ବ୍ରାଞ୍ଚ)ର ତିନି ଅଧ୍ୟାପକଙ୍କୁ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦରେ ପରାମର୍ଶଦାତା ଭାବେ ଥଇଥାନ କରାଯିବା ନେଇ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ବିଜ୍ଞପ୍ତି ପ୍ରକାଶ କରିବା ପରେ ବିବାଦ ଅଧିକ ଘନେଇଛି। ଉଚ୍ଚଶିକ୍ଷା ବିଭାଗ ଓଆଇସି, ପିଟିସି ଅଧିକାରୀ ମିହିର କୁମାର ଦାସ, ଶୈଳବାଳା ମହିଳା‌ ମହାବିଦ୍ୟାଳୟର ଆସୋସିଏଟ୍‌ ପ୍ରଫେସର୍‌ ଶ୍ବେତାଂଶୁ ଶେଖର ରଥ, ଉଚ୍ଚଶିକ୍ଷା ବିଭାଗ ଉପନିର୍ଦେଶକ ଡ. ପ୍ରଦୀପ କୁମାର ବେହେରାଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି। ଉକ୍ତ ତିନି ଅଧ୍ୟାପକଙ୍କ କାର୍ଯ୍ୟକାଳ ଚଳିତ ମାସ ୩୧ ତାରିଖରେ ଶେଷ ହେବାକୁ ଯାଉଛି। ତା’ ପୂର୍ବରୁ ଉଚ୍ଚଶିକ୍ଷା ସଚିବ ଶ୍ରୀ ମିଶ୍ର ଆସନ୍ତା ଏକ ବର୍ଷ ପାଇଁ ସେମାନଙ୍କୁ ନିଯୁକ୍ତି ଦେଇଛନ୍ତି। ଏହି ତିନି ଅଧିକାରୀ ମାସିକ ୪୨ହଜାର ପାରିଶ୍ରମିକ ସହ ପେନ୍‌ସନ୍‌ ପାଇବେ।

କେବଳ ଏହି ତିନି ଜଣ ନୁହନ୍ତି, ରାଇପୁରସ୍ଥିତ ପଣ୍ଡିତ ରବିଶଙ୍କର ଶୁକ୍ଳା ବିଶ୍ବବିଦ୍ୟାଳୟର ବାୟୋସାଇନ୍ସ ପ୍ରଫେସର୍‌ ଅତନୁ ପତି ଓ ଉତ୍କଳ ବିଶ୍ବବିଦ୍ୟାଳୟର ଇତିହାସ ବିଭାଗର ଅବସରପ୍ରାପ୍ତ ପ୍ରଫେସର ସୁସ୍ମିତ ପ୍ରସାଦ ପାଣିଙ୍କୁ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ଏହି ଦୁଇ ସଦସ୍ୟ କାର୍ଯ୍ୟରେ ଯୋଗ ଦେବା ଦିନରୁ ୬ବର୍ଷ ପର୍ଯ୍ୟନ୍ତ ନ ହେଲେ ୭୦ ବର୍ଷ ବୟସ ପର୍ଯ୍ୟନ୍ତ ସଦସ୍ୟ ଭାବେ ଦାୟିତ୍ୱରେ ରହିବେ। ସେମାନଙ୍କୁ ପେନ୍‌ସନ୍‌ ବ୍ୟତୀତ ମାସକୁ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ପୂର୍ବରୁ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ଥିବା ପ୍ରଫେସର ଆଶୋକ କୁମାର ଦାସଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ତାଙ୍କୁ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ଭାବେ ଥଇଥାନ କରାଯାଇଛି। ୨୦୨୨ ଜୁଲାଇରେ ପ୍ରଫେସର ଦାସଙ୍କ କାର୍ଯ୍ୟକାଳ ଶେଷ ହେବ।

NewsLaxmi7

About Author

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର