ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ତ୍ୱଚା ପାଇଁ ବହୁତ ଲାଭଦାୟକ ବରଫ: ଏହି ପାଞ୍ଚଟି ନାଚୁରାଲ ଉପାୟରେ କରନ୍ତୁ ଆଇସିଂ, ଚମକିବ ମୁହଁ

ଭୁବନେଶ୍ୱର ୧୫/୦୩: କେଶ ଏବଂ ଚର୍ମର ଯତ୍ନ ପାଇଁ ମାର୍କେଟ୍ ପ୍ରଡକ୍ଟ ଯେତେ ବ୍ୟବହାର କଲେ ସୁଦ୍ଧା ଘରୋଇ ଉପଚାର ସବୁଠାରୁ ଉତ୍ତମ ହୋଇଥାଏ । ଏହାଦ୍ୱାରା ଇନଫେକସନ୍ ଡର ନରହିବା ସହିତ ମୁହଁରେ ଅଧିକ ଗ୍ଲୋ ଆଣିଥାଏ ଏବଂ ଆପଣଙ୍କ ଟଙ୍କା ମଧ୍ୟ କମ୍ ଖର୍ଚ୍ଚ ହୋଇଥାଏ । ବର୍ତ୍ତମାନ ଧୀରେ ଧୀରେ ଗ୍ରୀଷ୍ମ ବଢିବାରେ ଲାଗିଛି, ତେଣୁ ଏଥିଲାଗି ମୁହଁର ଯତ୍ନ ନେବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଗ୍ରୀଷ୍ମ ଋତୁରେ ମୁହଁ ଅଏଲି ହେବା, ପିମ୍ପଲ୍ ବାହାରିବା, ରେଡନେସ୍ ହେବା ଏବଂ ଟ୍ୟାନ୍ ହେବାଭଳି ସମସ୍ୟା ମଧ୍ୟ ଦେଖାଯାଇଥାଏ । ତେଣୁ ଗ୍ରୀଷ୍ମ ଋତୁରେ ସ୍କିନ୍ ଆଇସିଂ କରିବା ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ । କିନ୍ତୁ ଯଦି ଆପଣ ମୁହଁରୁ ଅନ୍ୟ ସମସ୍ୟା ଦୂର କରିବାକୁ ଚାହୁଁଥାନ୍ତି , ତେବେ ଚାଲନ୍ତୁ ଜାଣିବା ଆଇସିଂ କରିବାର ବିଭିନ୍ନ ଉପାୟ…

୧. ହଳଦୀ ଆଇସିଂ

ହଳଦୀ ଆଇସିଂ କରିବା ପାଇଁ, ହଳଦୀ ପାଉଡରକୁ ପାଣିରେ ଭଲ ଭାବରେ ମିଶାଇ ସେହି ପାଣିକୁ ଆଇସ୍ ଟ୍ୟୁବ୍ ରେ ପୁରାଇ ଫ୍ରିଜ୍ ରେ ରଖନ୍ତୁ । ଆଇସ୍ ହୋଇଗଲା ପରେ ମୁହଁରେ ଭଲ ଭାବରେ ଆଇସିଂ କରନ୍ତୁ । ଏହାଦ୍ୱାରା ପିମ୍ପଲ୍ ସମସ୍ୟା ଏବଂ ଦାଗ ଦୂର ହୋଇଥାଏ ।


୨. କାକୁଡି ଆଇସିଂ

ଗ୍ରୀଷ୍ମ ଋତୁରେ କାକୁଡି ଖାଇବା ଏବଂ ମୁହଁରେ ଲଗାଇବା ମଧ୍ୟ ଆବଶ୍ୟକ । ଯଦି ଆପଣଙ୍କ ଚେହେରା ଡଲ୍ ଦେଖାଯାଉଛି ତେବେ ଆପଣ କାକୁଡି ଆଇସିଂ କରିବା ଉଚିତ୍ । ଏଥିପାଇଁ ଆପଣ କାକୁଡିକୁ କାଟି ଗ୍ରାଇଣ୍ଡ୍ କରନ୍ତୁ ଏବଂ ସେଥିରେ କିଛି ଲେମ୍ବୁ ରସ ମିଶାଇ ଫ୍ରିଜ୍ ରେ ରଖନ୍ତୁ । ଆଇସ୍ ହେବାପରେ ଏହାକୁ ମୁହଁରେ ଲଗାନ୍ତୁ । ଏହାଦ୍ୱାରା ସନ୍ ବର୍ଣ୍ଣର ସମସ୍ୟା ଦୂର ହୋଇଥାଏ ।

tea leaf and matcha green tea powder isolat on white background

୩. ଗ୍ରୀନ୍ ଟି ଆଇସିଂ

ମୁହଁରେ ଗ୍ରୀନ୍ ଟି ଲଗାଇବା ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ । ଏଥିପାଇଁ ଏକ ଗ୍ରୀନ୍ ଟି ପ୍ୟାକେଟ୍ ନିଅନ୍ତୁ, ଏହାକୁ ପାଣିରେ ମିଶାଇ ଫ୍ରିଜରେ ରଖନ୍ତୁ । ଦିନକୁ ୨ଥର ଏହି ଆଇସିଂ କରନ୍ତୁ । ଏହା ଆପଣଙ୍କ ସ୍କିନକୁ ହେଲଦି ରଖିବା ସହିତ ଗ୍ଲୋଇଙ୍ଗ୍ ମଧ୍ୟ କରିଥାଏ ।


୪. କଫି ଆଇସିଂ

ଯଦି ଆପଣଙ୍କ ମୁହଁରେ ଲାଇନ୍ସ ଆସିଯାଇଥାଏ, ତେବେ ଆପଣ କଫି ଆଇସିଂ କରନ୍ତୁ । ଏଥିପାଇଁ ପ୍ରଥମେ କଫି ପାଉଡର ନେଇ ଏହାକୁ ପାଣିରେ ମିଶାନ୍ତୁ ଏବଂ ଆଇସ୍ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ ।

Slices of aloe vera and ice cubes on gray table

୫. ଆଲୋଭେରା ଆଇସିଂ

ଗ୍ରୀଷ୍ମ ଋତୁରେ ସ୍କିନ୍ ପାଇଁ ଆଲୋଭେରା ନିହାତି ଆବଶ୍ୟକ । ଆପଣ ଆଲୋଭେରା ଜେଲ୍ ସହିତ ଘରେ ଆଇସିଂ ପ୍ରସ୍ତୁତ କରିପାରିବେ । ଏଥିଲାଗି ଆପଣ ଆଲୋ ଭେରାରୁ ଜେଲ୍ ବାହାର କରି ଏହାକୁ ଗ୍ରାଇଣ୍ଡ୍ କରନ୍ତୁ । ପାଣି ସହିତ ମିଶାଇ ଫ୍ରିଜରେ ରଖି ବରଫ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ ।

ଆଇସିଂ କରିବା ସମୟରେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖନ୍ତୁ :

୧. ଶୀଘ୍ର ଚମକ ପାଇବା ଆଶାରେ ଅଧିକ ଥର ଆଇସିଂ କରନ୍ତୁ ନାହିଁ ।

୨. ଆଇସିଂ କରିବା ପୂର୍ବରୁ ମୁହଁକୁ ଭଲ ଭାବରେ ଧୋଇ ଦିଅନ୍ତୁ ।

୩. ମେକଅପ୍ ଛଡାଇ ନିଅନ୍ତୁ ।

୪. ପ୍ରାୟ ୧୦ ରୁ ୧୫ ମିନିଟ୍ ପାଇଁ ଆଇସିଙ୍ଗ୍ କରନ୍ତୁ।

୫. ଯେଉଁଠାରେ ପିମ୍ପଲ୍ ଅଛି, ବରଫକୁ ଆରାମରେ ଘଷନ୍ତୁ ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ