ରାଜନୀତି ରାଜ୍ୟ

ତ୍ରିସ୍ତରୀୟ ପଞ୍ଚାୟତ ଉପନିର୍ବାଚନ ଅଗଷ୍ଟ ୯ରେ

ଭୁବନେଶ୍ବର : ଆସନ୍ତା ଅଗଷ୍ଟ ୯ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ଉପନିର୍ବାଚନ ହେବ। ଅଗଷ୍ଟ ୧୧ରେ ଭୋଟ୍‌ ଗଣତି କରି ଫଳାଫଳ ଘୋଷଣା ହେବ ବୋଲି ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନିର୍ବାଚିତ ପ୍ରତିନିଧିଙ୍କ ମୃତ୍ୟୁ/ଇସ୍ତଫା/ଅଯୋଗ୍ୟତା କାରଣରୁ ଖାଲି ପଡ଼ିଥିବା ଆସନ ଏବଂ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ସଂରକ୍ଷିତ ଆସନରେ ପ୍ରାର୍ଥୀ ନମିଳିବାରୁ ନିର୍ବାଚନ ହୋଇପାରିନଥିବା ଆସନରେ ଏବେ ନିର୍ବାଚନ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି।

ଗୋଟିଏ ଜିଲ୍ଲା ପରିଷଦ ସଭ୍ୟ, ୬ସରପଞ୍ଚ, ୬୪ୱାର୍ଡ ମେମ୍ବର, ୯ପଞ୍ଚାୟତ ସମିତି ସଦସ୍ୟ ପାଇଁ ହେବ ନିର୍ବାଚନ
ଜୁଲାଇ ୧୪ରୁ ନାମାଙ୍କନ ଦାଖଲ, ଅଗଷ୍ଟ ୧୧ରେ ଭୋଟ୍ ଗଣତି

ରାଜ୍ୟ ନିର୍ବାଚନ କମିସନଙ୍କ ବିଜ୍ଞପ୍ତି ଅନୁଯାୟୀ, ଜୁଲାଇ ୧୦ରେ ଏହି ଉପନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ଜୁଲାଇ ୧୪ରେ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ଜୁଲାଇ ୨୦ରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ସହ ନିର୍ବାଚନ ପ୍ରଚାର ଆରମ୍ଭ ହେବ। ଅଗଷ୍ଟ ୯ରେ ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ମତଦାନ ହେବ ଏବଂ ଅଗଷ୍ଟ ୧୧ରେ ସକାଳ୮ଟାରୁ ଭୋଟ୍ ଗଣତି ହେବ।

ଅଗଷ୍ଟ ୯ରେ କଟକର ଡମପଡ଼ା, ଶରଧାପୁର, ଗଞ୍ଜାମର ଅମୃତୁଲୁ, ମୟୂରଭଞ୍ଜର ପାନପତ୍ରିଆ, ନବରଙ୍ଗପୁରର ସାନମ୍ବଦା, ପୁରୀର ବୀରରାମଚନ୍ଦ୍ରପୁର ପଞ୍ଚାୟତରେ ସରପଞ୍ଚ ପଦବି ପାଇଁ ଉପ-ନିର୍ବାଚନ ହେବ। ସେହିପରି ଯାଜପୁର ଜିଲ୍ଲାର ଜୋନ୍‌ ନଂ-୧୫, ଧର୍ମଶାଳାରେ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନିର୍ବାଚନ ହେବ। ଏହାବାଦ୍ ବଲାଙ୍ଗୀରର ଗୋଟିଏ ୱାର୍ଡ, ବାଲେଶ୍ବରର ୨ଟି, ବରଗଡ଼ର ୫ଟି, କଟକର ୩ଟି, ଗଞ୍ଜାମର ୬ଟି, ଯାଜପୁରର ୨ଟି, କଳାହାଣ୍ଡିର୪ଟି, କେନ୍ଦ୍ରାପଡ଼ାର ଗୋଟିଏ, କେନ୍ଦୁଝରର ୩ଟି, କୋରାପୁଟର ୨ଟି, ମୟୂରଭଞ୍ଜର ୪ଟି, ନବରଙ୍ଗପୁରର ୧୦ଟି ୱାର୍ଡ, ନୟାଗଡ଼ର ୨ଟି, ସୁବର୍ଣ୍ଣପୁରର ଗୋଟିଏ ୱାର୍ଡରେ ୱାର୍ଡମେମ୍ବର ପଦବି, ୮ଟି ଜିଲ୍ଲାରେ ୯ଟି ପଞ୍ଚାୟତ ସମିତି ସଭ୍ୟ ପାଇଁ ନିର୍ବାଚନ ହେବ। ଏହାବାଦ୍ ମୟୂରଭଞ୍ଜ ଜିଲ୍ଲାର ୬ଟି ୱାର୍ଡ ଏବଂ ସୁବର୍ଣ୍ଣପୁର ଜିଲ୍ଲାର ୧୨ଟି ୱାର୍ଡରେ ସଂରକ୍ଷିତ ପ୍ରାର୍ଥୀ ନମିଳିବାରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନବେଳେ ନିର୍ବାଚନ ହୋଇପାରିନଥିଲା। ଏବେ ଏହାକୁ ଅଣସଂରକ୍ଷିତ କରାଯିବା ପରେ ଏଠାରେ ବି ଏକସଙ୍ଗେ ନିର୍ବା‌ଚନ ହେବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର