ଖେଳ ଦେଶ ବିଦେଶ

ତ୍ରିନିଦାଦ୍‌ରେ ଆୟର୍ଲାଣ୍ଡ୍‌ ଓ ଜିମ୍ବାୱେ ମଧ୍ୟରେ ‘ଅଣ୍ଡର୍‌-୧୯’ ବିଶ୍ବକପ୍‌ ମ୍ୟାଚ୍‌ ବେଳେ ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ: ଶନିବାର ଦିନ ତ୍ରିନିଦାଦ୍‌ର ପୋର୍ଟ ଅଫ୍‌ ସ୍ପେନ୍‌ରେ ଥିବା ‘କୁଇନ୍‌ସ୍‌ ପାର୍କ ଓଭାଲ୍‌’ରେ ଅନୁଷ୍ଠିତ ‘ଅଣ୍ଡର୍‌ ୧୯ ୱାର୍ଲଡ୍‌ କପ୍‌’ରେ ଆୟର୍ଲାଣ୍ଡ୍‌ ଏବଂ ଜିମ୍ବାୱେ ମଧ୍ୟରେ ‘ପ୍ଲେଟ୍‌’ ସେମି-ଫାଇନାଲ୍‌ ମ୍ୟାଚ୍‌ ଚାଲିଥିବା ବେଳେ ଭୂମିକମ୍ପ ସଂଘଠିତ ହୋଇଥିବା କଥା ଧାରାବିବରଣୀ ପ୍ରଦାନକାରୀମାନେ ଘୋଷଣା କରିଥିଲେ। ଭୂମିକମ୍ପନର ଦୃଶ୍ୟ ମଧ୍ୟ ଟେଲିଭିଜନ୍ କ୍ୟାମେରାରେ ଉତ୍ତୋଳିତ ହୋଇଛି।

ଖେଳାଳିମାନେ ଖେଳରେ ମାତିଥିବା ବେଳେ ‘କମେଣ୍ଟେରି ବକ୍ସ୍‌’ ଦୋହଲିବାରୁ ଧାରାବିବରଣୀ ପ୍ରଦାନକାରୀମାନେ ଭୂକମ୍ପନ ଅନୁଭବ କରିଥିବା କହିଥିଲେ।

ପ୍ରାପ୍ତ ସୂଚନା ଅନୁସାରେ, ‌ପୋର୍ଟ ଅଫ୍ ସ୍ପେନ୍‌ ଉପକୂଳ ଅଞ୍ଚଳରେ ୫.୨ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଙ୍ଘଠିତ ହୋଇଥିଲା। ତେଣୁ, କ୍ରୀଡ଼ାସ୍ଥଳରେ ଥିବା ଫ୍ରଣ୍ଟ୍-ଅନ୍‌ କ୍ୟାମେରାରୁ ଆସୁଥିବା ଚଳଚ୍ଚିତ୍ର ସବୁ ଟିଭି ପରଦାରେ ଖୁବ୍‌ ‌ଜୋର୍‌ରେ ଥରୁଥିବା ଲକ୍ଷ୍ୟ କରାଯାଇଥିଲା।

‘ଆଇସିସି’ କମେଣ୍ଟେଟର୍‌ ଆଣ୍ଡ୍ରିଉ ଲିଓନାର୍ଡ ଧାରାବିବରଣୀ ଦେଉଥିବା ବ‌େଳେ କମେଣ୍ଟେରି ବକ୍ସ୍‌ ଦୋହଲିବାରୁ ଭୂମିକମ୍ପ ହେଉଥିବା କଥା ସେ ସୂଚନା ଦେଇଥିଲେ। କିନ୍ତୁ, ଏହି ମୃଦୁ କମ୍ପନ ଯୋଗୁଁ ତାଙ୍କ କଣ୍ଠସ୍ବରରେ ଭୟର ତିଳେ ମାତ୍ର ଆଭାସ ମିଳି ନ ଥିଲା।

ଧାରା ବିବରଣୀ ଦେଉ ଦେଉ ସେ କହିଲେ, ଆମେ… ମୋର ମନେହୁଏ ଏବେ ବୋଧହୁଏ ଭୂମିକମ୍ପ ହେଉଛି। କମେଣ୍ଟେରି ବକ୍ସ୍‌ ମଧ୍ୟରେ ସତରେ ଭୂମିକମ୍ପ ହେଉଛି। ମନେହେଉଛି ଆମ ପଛରେ ଖାଲି ଗୋଟାଏ ଟ୍ରେନ୍‌ ଯାଉନାହିଁ, କୁଇନ୍‌ସ୍‌ ପାର୍କ ଓଭାଲ୍‌ର ସମଗ୍ର ଗଣମାଧ୍ୟମ କେନ୍ଦ୍ର ଦୋହଲୁଛି।

କମ୍ପନ ପ୍ରାୟ ୧୫ ରୁ ୨୦ ସେକେଣ୍ଡ୍‌ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା ବୋଲି ‌ସେ କହିଛନ୍ତି। ସେତେବେଳେ ଜିମ୍ବାୱେର ଇନିଙ୍ଗ୍ସ୍‌ର ୬ଷ୍ଠ ଓଭର୍‌ ଖେଳ ଚାଲିଥିଲା। କିନ୍ତୁ, ଖେଳାଳିମାନେ କମ୍ପନ ଅନୁଭବ କରି ନ ପାରିଥିବାରୁ ଖେଳ ଅବ୍ୟାହତ ରହିଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ