ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ତ୍ବଚାକୁ ସଂକ୍ରମଣରୁ ଦୂରେଇ ରଖେ ବନ୍ଧାକୋବି

ସାଧାରଣତଃ ସେ ପୁଅ ହୁଅନ୍ତୁ ଅବା ଝିଅ ନିଜ ମୁହଁକୁ ସୁନ୍ଦର କରିବା ପାଇଁ ସମସ୍ତେ ଚାହାନ୍ତି । ଏଥିପାଇଁ ବହୁ ଟଙ୍କା ମଧ୍ୟ ଖର୍ଚ୍ଚ କରି ଥାଆନ୍ତି। ଏମିତି କି ବେଳେ ବେଳେ ବିଭିନ୍ନ ପ୍ରକାର କ୍ରିମ ବ୍ୟବହାର ଦ୍ବାରା ଚର୍ମରେ ସଂକ୍ରମଣ ହୋଇ ଚେହେରା ଆହୁରି ଅଧିକ ଖରାପ ହୋଇଯାଇଥାଏ। ଏପରି ପରିସ୍ଥିତିରେ ଘରୋଇ ଉପଚାର କରିବା ବହୁତ ଲାଭଦାୟକ ହୋଇଥାଏ। ଏହାଦ୍ବାରା କୌଣସି ପାର୍ଶ୍ବ ପ୍ରତିକ୍ରିୟାର ଭୟ ବି ନଥାଏ।

ତେବେ ବହୁତ କମ ଲୋକ ଜାଣିଛନ୍ତି କି ବନ୍ଧାକୋବି ରୋଷେଇ ବ୍ୟତୀତ ତ୍ବଚା ପାଇଁ ବି ବ୍ୟବହାର କରାଯାଇଥାଏ। ଏହା ତ୍ୱଚା କୁଞ୍ଚନ ଦୂର କରିବା ସହ ଚେହେରାର ଚମକ ବଢ଼ଇବାରେ ସହାୟକ ହୋଇଥାଏ।

ଆସନ୍ତୁ ଜାଣିବା ତ୍ବଚାର ଔଜ୍ଜ୍ବଲ୍ୟ ବୃଦ୍ଧିରେ ବନ୍ଧାକୋବିକୁ କିପରି ବ୍ୟବହାର କରିବ। ପ୍ରଥମେ ମୁହଁକୁ ଭଲଭାବେ ଧୋଇ ଦେବା। ଏହାପରେ ୪ ବଡ ଚାମଚ ବନ୍ଧାକୋବି, ଗୋଟିଏ ଅଣ୍ଡାର ଧଳା ଅଂଶ, ୧ ଚାମଚ ମହୁ, ୨ ଚାମଚ ଚାଉଳ ପାଉଡର, ୪ରୁ ୫ ବୁନ୍ଦା ଲେମ୍ବୁ ରସ ସବୁକୁ ମିଶାଇ ଏକ ପେଷ୍ଟ ତିଆରି କରିବା

ଏହାକୁ ଚେହେରା ଲଗାଇ୨୦ମିନିଟ ରଖିବା ପରେ ଧୋଇ ଦେବା। ଏହି ପ୍ୟାକକୁ ବ୍ୟବହାର କରିବା ଦ୍ୱାରା ତ୍ୱଚାର ଚମକ ବଢ଼ିବା ସହ ତ୍ୱଚା କୁଞ୍ଚନ ଦୂର ହୋଇଥାଏ ।

ବନ୍ଧାକୋବି ଅନେକ ଭିଟାମିନ, ପୋଟାସିଅମ, ସଲଫର ରହିଛି, ଯାହା ଶରୀର ପାଇଁ ହିତକର ହେବା ସହ ତ୍ୱଚା ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ ଏଥିସହିତ ବନ୍ଧାକୋବି ତ୍ବଚାକୁ ସଂକ୍ରମଣରୁ ଦୂରେଇ ରଖେ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ