ଅପରାଧ ରାଜ୍ୟ

ତେଲ କଢେଇରୁ ଲାଗିଲା ନିଆଁ, ଅସାବଧାନତା ଯୋଗୁଁ ପୋଡିଗଲା ଦୁଇ ବଖରା ଘର

ଆଠଗଡ଼ ୧୭।୦୫ : ତେଲ କଢେଇରୁ ଲାଗିଲା ନିଆଁ । ଅସାବଧାନତା ଯୋଗୁଁ ପୋଡିଗଲା ଦୁଇ ବଖରା ଘର । କଟକ ଜିଲ୍ଲା ତିଗିରିଆ ଥାନା ଅଚଳୋକୋଟ ଗାଁରେ ଘଟିଛି ଏହି ଘଟଣା ।

ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଅଚଳୋକୋଟ୍ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ତେଲ କଢେଇରୁ ଲାଗିଲା ନିଆଁ । ଫଳରେ ଅଚଳୋକୋଟ୍ ଗାଁର ବିପିନି ଖଟୁଆ ଏବଂ ଯୋଗେଶ ଖଟୁଆଙ୍କ ଦୁଇ ବଖରା ଘର ସଂପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି। ଘରର ବିଭିନ୍ନ ଆସବାବପତ୍ର ଜଳିଯାଇଛି। ଖବର ପାଇ ତିଗିରିଆ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।