ଦେଶ ବିଦେଶ ସ୍ୱାସ୍ଥ୍ୟ

ତେଲେଙ୍ଗାନାକୁ ବ୍ୟାପିଲା ‘ଓମିକ୍ରନ୍‌’; ହାଇଦ୍ରାବାଦରେ ଦୁଇଟି ସଂକ୍ରମଣ ଚିହ୍ନଟ

ନୂଆଦିଲ୍ଲୀ: ହାଇଦ୍ରାବାଦରେ ୨ଟି ସଂକ୍ରମଣ ଚିହ୍ନଟ ହେବା ପରେ ଆଜି ଭାରତର ତେଲେଙ୍ଗାନା ରାଜ୍ୟ କୋଭିଡ୍-୧୯ର ନୂଆ ଭେରିଏଣ୍ଟ୍‌ ‘ଓମିକ୍ରନ୍‌’ର ସଦ୍ୟତମ ଶିକାର ହୋଇଥିବା ଜଣାପଡ଼ିଛି।

ସଦ୍ୟତମ ସୂଚନା ଅନୁସାରେ, ଡିସେମ୍ବର ୧୨ ତାରିଖରେ ହାଇଦ୍ରାବାଦ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିଥିବା ଜଣେ ୨୪ ବର୍ଷୀୟ କେନୀୟ ମହିଳା ଏବଂ ୨୩ ବର୍ଷିୟ ସୋମାଲୀୟ ବ୍ୟକ୍ତି ‘ଓମିକ୍ରନ୍‌ କରୋନାଭାଇରସ୍‌’ ପଜିଟିଭ୍ ହୋଇଛନ୍ତି। ସେମାନଙ୍କ ସହ ଜଣେ ୭ ବର୍ଷୀୟ ପିଲା ମଧ୍ୟ ଅଛନ୍ତି। ସେମାନେ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି ଏବଂ ସମ୍ପ୍ରତି ଗାଚିବଉଲିରେ ଅଛନ୍ତି। ତେଣୁ, ପଶ୍ଚିମବଙ୍ଗ ସରକାରଙ୍କୁ ତେଲେଙ୍ଗାନା ସରକାର ସତର୍କ କରାଇ ଦେଇଛନ୍ତି।

ପୂର୍ବରୁ ମଙ୍ଗଳବାର ସନ୍ଧ୍ୟାରେ ମହାରାଷ୍ଟ୍ରରେ ମଧ୍ୟ ୮ଟି ନୂଆ ‘ଓମିକ୍ରନ୍‌’ ମାମଲା ଚିହ୍ନଟ ହୋଇଥିଲା। ସେଥିରୁ ମୁମ୍ବାଇରୁ ଚିହ୍ନଟ ହୋଇଥିଲେ ୭ଜଣ। ଆକ୍ରାନ୍ତ ବ୍ୟକ୍ତିମାନେ ବିଦେଶଗସ୍ତ କରି ନ ଥିବା ଜଣାପଡ଼ିଛି।

ପୂର୍ବ ସୂଚନା ମୁତାବକ, ‘ଓମିକ୍ରନ୍‌’ ବିପଦ ଆଶଙ୍କାରେ ଅନ୍ୟାନ୍ୟ ପଦକ୍ଷେପ ସମେତ ସରକାର ହାଇଦ୍ରାବାଦ ଆନ୍ତର୍ଜାତିକ ବିମାନ ବନ୍ଦରରେ ‘ଟେଷ୍ଟିଙ୍ଗ୍‌ ମେକାନିଜମ୍‌’ ବଢ଼ାଇ ଦେଇଛନ୍ତି। ବିପଦର ଆଶଙ୍କା ଅଛି ବୋଲି କେନ୍ଦ୍ର ସରକାର ଚିହ୍ନିତ କରିଥିବା ୧୧ଟି ରାଷ୍ଟ୍ରରୁ ଆସୁଥିବା ଯାତ୍ରୀମାନଙ୍କର ‘ଆର୍‌ଟି-ପିସିଆର୍‌’ ପରୀକ୍ଷା କରାଯାଉଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ