ରାଜ୍ୟ ସ୍ପେଶାଲ ରିପୋର୍ଟ

ତେଲୁଗୁ ପାଳିଲେ ନାଗଲୁ ଚଉତି : ଅଣ୍ଡା ପାଇଁ ଜୀବନକୁ ବିପଦରେ ପକାଉଛନ୍ତି ପିଲା

ଜୟପୁର: ଜୟପୁରରେ ତେଲୁଗୁ ସଂପ୍ରଦାୟର ଲୋକ ନାଗଚତୁର୍ଥୀ ବା ନାଗଲୁ ଚଉତି ପାଳନ କରିଛନ୍ତି। ଶହ ଶହ ସଂଖ୍ୟାରେ ମହିଳା ଓ ସେମାନଙ୍କ ପରିବାରବର୍ଗମାନେ ଆସି ସହର ପାର୍ଶ୍ବରେ ଥିବା ବିଭିନ୍ନ ଉଈ ହୁଙ୍କା ଓ ସାପଗାତ ଥିବା ସ୍ଥାନକୁ ଯାଇ ନାଗ ଦେବତାଙ୍କୁ ପୂଜା କରିଛନ୍ତି। ତେବେ ଏହି ଉଈ ହୁଙ୍କା ଓ ସାପ ବିଳାରେ ଲୋକେ ମାନସିକ ରଖି ଅଣ୍ଡା ଓ କ୍ଷୀର ପକାଇବାର ଅଳ୍ପ ସମୟ ମଧ୍ୟରେ କିଛି ବସ୍ତି ଅଂଚଳର ପିଲାମାନେ ନିଜ ଜୀବନକୁ ବିପନ୍ନ କରି ଅଣ୍ଡା ସଂଗ୍ରହ କରୁଥିବା ‌ଦେଖିବାକୁ ମିଳିଥିଲା।

ସୂଚନା ଅନୁଯାୟୀ, କାର୍ତ୍ତିକ ଶୁକ୍ଳ ଚତୁର୍ଥୀ ଦିନ ନାଗ ଦେବତାଙ୍କ ଉଦ୍ଦେଶ୍ୟରେ ଏହି ପୂଜା ଅନୁଷ୍ଠିତ ହୋଇଥାଏ । ମହିଳାମାନେ ପରିବାର ତଥା ସନ୍ତାନମାନଙ୍କ ମଙ୍ଗଳ କାମନା କରି ଏହିପର୍ବ ପାଳନ କରିଥାନ୍ତି । ଏହି ପୂଜା କରିବା ଦ୍ୱାରା ସର୍ପ ଦଂଶନର ଭୟ ରହେ ନାହିଁ ବୋଲି ଲୋକବିଶ୍ୱାସ ରହିଛି । ଉଇ ହୁଙ୍କା କିମ୍ବା ସାପ ବିଳାରେ ଅଣ୍ଡା ଦେଇ ସେମାନେ ପୂଜା କରିଥାନ୍ତି। ପିଠା, ରାଶି, କ୍ଷୀର ଭୋଗ, ଫଳ ଆଦି ଆଣି ନାଗକୁ ପୂଜା କରୁଥୁବା ଦେଖିବାକୁ ମିଳିଥିଲା। ନୂଆ ବସ୍ତ୍ର ପିନ୍ଧି ସେମାନେ ନାଗ ଦେବତାଙ୍କୁ ପୂଜା କରିବା ସହ ଅଣ୍ଡା ପୂଜା କରିଥିଲେ। ଉଈ ହୁଙ୍କାରେ ପୂଜାର୍ଚ୍ଚନା କରି ସେହି ମାଟିକୁ କାନରେ ଲଗାଇବା ଦ୍ୱାରା କାନରେ ଦେଖାଯାଉଥିବା ସଂକ୍ରମଣ ବା ଘା’ ଭଲ ହୋଇଯାଇଥାଏ ଏବଂ ଆଖିରେ କୌଣସି ସମସ୍ୟା ହୁଏ ନାହିଁ ବୋଲି ବିଶ୍ୱାସ କରିଥା’ନ୍ତି। ଏଥିପାଇଁ ପୂଜାର୍ଚ୍ଚନା ପରେ ଉଈହୁଙ୍କା ମାଟିକୁ ମଧ୍ୟ ସଂଗ୍ରହ କରିଥାନ୍ତି ଶ୍ରଦ୍ଧାଳୁ। ଏହି ଉତ୍ସବକୁ ତେଲୁଗୁ ସଂପ୍ରଦାୟର ଲୋକଙ୍କ ସହ ଓଡ଼ିଆ ସମେତ ବିଭିନ୍ନ ମାନସିକଧାରୀ ମାନେ ମଧ  ବେଶ୍ ଉତ୍ସାହର ସହ ପାଳନ କରିଥାନ୍ତି।

ଅନ୍ୟ ପକ୍ଷରେ ସହରର ଚାରିପଟେ କମ ସଂଖ୍ୟକ ଉଈ ହୁଙ୍କା ରହିଥିବାରୁ ବହୁ ଲୋକେ ଦୁର ଦୁରାନ୍ତକୁ ଯାଇ ବି ପୂଜା କରିଥିଲେ। ସହର ଉପକଣ୍ଠରେ ଥିବା କିଛି ଅଂଚଳରେ ଉଈ ହୁଙ୍କାରେ ଅଣ୍ଡା ପକାଇବା ମାତ୍ରକେ କିଛି ପିଲା ସେଠାରେ ଜଗି ରହିଥିଲେ। ନିଜ ଜୀବନକୁ ବିପନ୍ନ କରି ସେହି ସାପ ବିଳା ମଧ୍ୟରୁ ଅଣ୍ଡାକୁ ବାହାରକୁ ବାହାର କରୁଥିବା ବି ଦେଖିବାକୁ ମିଳିଥିଲା। ସେଭଳି ଆଜି ପବିତ୍ର ବିଷୁବ ସଂକ୍ରାନ୍ତି ପଢ଼ିଥିବାରୁ ସହରର ସବୁ ଶିବ, ଦେବୀ ଓହନୁମାନ ମନ୍ଦିରରେ ବି ଶ୍ରଦ୍ଦାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।