ରାଜ୍ୟ

ତେଲିବନ୍ଧ ମଣ୍ଡିରେ ଅଚଳାବସ୍ଥା: ପଡ଼ିରହିଛି ୧୦ ହଜାର କୁଇଣ୍ଟାଲ ଧାନ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଧାନ କିଣା ବ୍ୟବସ୍ଥା ପ୍ରହସନ ପାଲଟିଛି। ବିହନ, ସାର ପାଇବା ପାଇଁ ସଂଘର୍ଷ କରି ଧାନ ଚାଷ କରି ଏବେ ବିକ୍ରି ବେଳେ ନାକେଦମ ହେବାକୁ ପଡ଼ୁଛି। କ୍ରମିକ ଭାବରେ ବିକ୍ରି କରିବା ପାଇଁ ଟୋକନ ବ୍ୟବସ୍ଥା ଏଠାରେ ଫେଲ ମାରିଛି। ଟୋକନ ପାଇବା ପରେ ଧାନ ନେଇ ମଣ୍ଡିକୁ ଆସି ଚାଷୀମାନେ ପ୍ୟାକ୍ସ କର୍ମଚାରୀ ଓ ମିଲ୍‌ଙ୍କ ଦୟାକୁ ଅପେକ୍ଷା କରି ରହୁଛନ୍ତି। ମିଲ୍‌ର ଗାଡ଼ି ପଠାଇଲେ ଚାଷୀର ଧାନ ବିକ୍ରି ହେଉଛି। ନହେଲେ ପଡ଼ି ରହୁଛି। ମୋଟ ଉପରେ କହିଲେ ମିଲ୍‌ର ଚାଷୀଙ୍କ ଭାଗ୍ୟ ବିଧାତା ସାଜିଛନ୍ତି। ସେମାନଙ୍କ ମର୍ଜି ଉପରେ ନିର୍ଭର କରୁଛି ସରକାରଙ୍କ ଧାନ କିଣା ବ୍ୟବସ୍ଥା। ସେପଟେ ପ୍ରତି ମଣ୍ଡିରେ ଦଲାଲ ମଧ୍ୟ ସକ୍ରିୟ ଅଛନ୍ତି। ମଣ୍ଡିକୁ ଧାନ ଆଣି ଦିନ ଦିନ ଅପେକ୍ଷା କରିବା ପରିବର୍ତ୍ତେ ଶିଘ୍ର ଟଙ୍କା ପାଇବା ପାଇଁ ଦଲାଲ ପାଖରେ ୧୫୦୦/୧୬୦୦ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଦଲାଲର ନିର୍ଦ୍ଦେଶ ଅନୁସାରେ ମଣ୍ଡିକୁ ଆସି ଆଖିର ସ୍କାନ କରାଇ ଚାଲି ଯାଉଛନ୍ତି। ମଣ୍ଡି କର୍ମଚାରୀ ଓ ଦଲାଲଙ୍କ ଭିତିରି ସମ୍ପର୍କ ଯୋଗୁଁ ଦଲାଲଙ୍କ ଧାନ ଆଗ ମିଲକୁ ଯାଉଛି। କେତେକ ସ୍ଥାନରେ ଚାଷୀ ପାଖରୁ ଦଲାଲ ମାଧ୍ୟମରେ ଧାନ ସିଧା ମିଲକୁ ଯାଉଛି। ପରେ ମଣ୍ଡିରେ କାଗଜପତ୍ର ପ୍ରସ୍ତୁତ କରି ମଣ୍ଡିରେ ବିକ୍ରି ହୋଇଥିବା ଦେଖାଯାଉଛି।

ବୌଦ୍ଧ ବ୍ଲକ ତେଲିବନ୍ଧ ମଣ୍ଡିର ବୁଧବାର ମଧ୍ୟାହ୍ନର ଚିତ୍ର କଷ୍ଟ ଦାୟକ ଥିଲା। ଏଠାରେ ମଣ୍ଡି ପାଇଁ ଥିବା ନ୍ୟୁନତମ ବ୍ୟବସ୍ଥା ନାହିଁ। ଚାଷୀଙ୍କ ଧାନ ରଖିବା ପାଇଁ ଖଳା ନଥିବାରୁ ରାସ୍ତାର ଉଭୟ ପାର୍ଶ୍ବରେ ଥାକ ଥାକ ହୋଇ ଜମା ହୋଇ ରହିଛି। କାମଧନ୍ଦା ଛାଡ଼ି ଚାଷୀମାନେ ନିଜ ଧାନ ଗଦା ନିକଟରେ ତଳେ ବସି ରହିଛନ୍ତି। ପଚାରିବାରେ କିଏ ଏକ ସପ୍ତାହ ତ କିଏ ଗତ ମାସଠାରୁ ଧାନ ଆଣିଥିବା ପ୍ରକାଶ କରିଛନ୍ତି। ଶତାଧିକ ଚାଷୀଙ୍କ ପ୍ରାୟ ୧୦ ହଜାର କୁଇଣ୍ଟାଲରୁ ଅଧିକ ଧାନ ଜମା ହୋଇଥିବା ଚାଷୀମାନେ ପ୍ରକାଶ କରିଛନ୍ତି। ଦିନକୁ ଗୋଟିଏ କି ଦୁଇଟି ଟ୍ରକ ଆସି ଧାନ ନେଉଛି। ଟୋକନର ଅବଧି ଶେଷ ହେବା ପୂର୍ବରୁ ଧାନ ବିକ୍ରି ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ସେପଟେ ଜିଲ୍ଲାକୁ ଅଦ୍ୟାବଧି ୧୮,୯୯,୦୦୦ କୁଇଣ୍ଟାଲ ଧାନ କିଣିବା ଟାର୍ଗେଟ ଆସିଥିବା ବେଳେ ବୁଧବାର ସୁଦ୍ଧା ୧୮,୩୬,୨୯୪.୨୯ କୁଇଣ୍ଟାଲ କିଣା ଶେଷ ହୋଇଛି। ମାତ୍ର ୬୨,୭୦୫.୭୧ କୁଇଣ୍ଟାଲ କିଣିବା ବାକି ରହିଥିବା ବେଳେ ବିଭିନ୍ନ ମଣ୍ଡିରେ ଲକ୍ଷାଧିକ କୁଇଣ୍ଟାଲ ଧାନ ପଡ଼ି ରହିଛି। ଚଳିତ ବର୍ଷ ମୋଟ ୪୨,୨୪୫ ଜଣ ଏବେ ବି ୪୮୬୦ ଜଣ ଚାଷୀଙ୍କ ଧାନ କିଣା ହୋଇନାହିଁ। ଚାଷୀ ଧାନ ବିକ୍ରି ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ କ୍ରମାଗତ ଭାବରେ ମଣ୍ଡିରୁ ଧାନ ଉଠୁଥିବା ଯୋଗାଣ ବିଭାଗ କହୁଛି। ଆଗକୁ ଆହୁରି ଟାର୍ଗେଟ ବଢ଼ିବା ସହ ସବୁ ଧାନ କିଣାଯିବ ବୋଲି କହୁଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।