ମନୋରଞ୍ଜନ

ତେଲଗୁ ସିନେମାକୁ ଫେରିବେ ତାପସୀ ପନ୍ନୁ: ‘ହସିନ୍ ଦିଲରୁବା’ ପରେ ‘ମିସନ୍ ଇମ୍ପସିବଲ୍’ରେ ଦେଖାଇବେ କମାଲ

ନୂଆଦିଲ୍ଲୀ ୦୬/୦୭: ଭାରତର ପ୍ରସିଦ୍ଧ ଅଭିନେତ୍ରୀ ତାପସୀ ପନ୍ନୁ ବର୍ତ୍ତମାନ ଶୀର୍ଷରେ। ସେ ତାଙ୍କର ଚମତ୍କାର ଚରିତ୍ର ସହିତ ଲୋକଙ୍କ ହୃଦୟ ଜିତିପାରିଛନ୍ତି ଏବଂ ଖୁବ୍ ଶୀଘ୍ର ତାଙ୍କର ନୂଆ ଫିଲ୍ମ ସହିତ ଚର୍ଚ୍ଚାରେ ରହିବାକୁ ପ୍ରସ୍ତୁତ ହେଉଛନ୍ତି । ବର୍ତ୍ତମାନ ତାପସୀ ପନ୍ନୁଙ୍କ ସହ ଜଡିତ ଏକ ଖବର ସାମ୍ନାକୁ ଆସିଛି, ଯାହାକୁ ନେଇ ତାଙ୍କ ଫ୍ୟାନ୍ସମାନେ ଉତ୍ସାହିତ ଅଛନ୍ତି । ତେଲୁଗୁ ଫିଲ୍ମ ‘ଝୁମଣ୍ଡି ନାଦମ୍’ ସହିତ ନିଜର ଅଭିନୟ ଜୀବନ ଆରମ୍ଭ କରିଥିବା ତାପସୀ ପନ୍ନୁ ପୁଣି ଥରେ ତେଲୁଗୁ ସିନେମାକୁ ଫେରୁଛନ୍ତି। ସୂଚନା ଅନୁଯାୟୀ ତାପସୀ ତେଲୁଗୁ ଫିଲ୍ମ ‘ମିଶନ୍ ଇମ୍ପସିବଲ୍’ରେ ନିଜର କମାଲ ଦେଖାଉଥିବାର ନଜର ଆସିବେ ।

ତାପସୀ ପନ୍ନୁ ‘ମିଶନ୍ ଇମ୍ପସିବଲ୍’ର ଏକ ଅଂଶ ହୋଇପାରିଛନ୍ତି । ଆଜି ଏହାର ଆନୁଷ୍ଠାନିକ ଘୋଷଣା ନିର୍ମାତାମାନେ କରିଛନ୍ତି। ଫିଲ୍ମର ସେଟରୁ ଏକ ପୋଷ୍ଟର ରିଲିଜ୍ ହୋଇଛି ଯେଉଁଥିରେ ତାପସୀ ପନ୍ନୁ ଲାପଟପରେ କିଛି ପଢୁଥିବା ନଜର ଆସିଛନ୍ତି। ଫିଲ୍ମ ‘ମିଶନ୍ ଇମ୍ପସିବଲ୍’କୁ ସ୍ୱରୂପ ଆରଏସଜେ ନିର୍ଦ୍ଦେଶନା ଦେବେ, ଯିଏକି ପୂର୍ବରୁ ଏଜେଣ୍ଟ ସାଇ ଶ୍ରୀନିବାସ ଅଥ୍ରେୟା ନିର୍ଦ୍ଦେଶନା ଦେଇଥିଲେ। ମିଶନ୍ ଇମ୍ପସିବଲ୍ ରେ ତାପସୀ ପନ୍ନୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବେ । ନିରଂଜନ ରେଡ୍ଡୀ ଏବଂ ଅନଭେଶ ରେଡ୍ଡୀ ଏହି ଫିଲ୍ମଟିକୁ ନିର୍ମାଣ କରିବେ। ତାପସୀଙ୍କୁ ଶେଷ ଥର ପାଇଁ ୨୦୧୮ ମସିହାରେ ତେଲୁଗୁ ଫିଲ୍ମ ‘ନିଭେଭାରୋ’ରେ ଦେଖିବାକୁ ମିଳିଥିଲା। ସେବେଠାରୁ ସେ କୌଣସି ତେଲୁଗୁ ଫିଲ୍ମ କରିନାହାଁନ୍ତି।

ତାପସୀଙ୍କ ଖୁବ୍ ଶୀଘ୍ର ଅଜୟ ବାହଲଙ୍କ ଥ୍ରୀଲର ଫିଲ୍ମର ସୁଟିଂ ଆରମ୍ଭ କରିବେ । ଏହି ଫିଲ୍ମର ସୁଟିଂ ଉତ୍ତରପ୍ରଦେଶରେ କରାଯିବ। ନିର୍ମାତାମାନେ ଉତ୍ତରାଖଣ୍ଡ ସରକାରଙ୍କୁ ସୁଟିଂର ଅନୁମତି ପାଇଁ ପତ୍ର ଲେଖିଛନ୍ତି । ତାପସୀ ଜୁଲାଇ ୨୦ ରୁ ଉତ୍ତରପ୍ରଦେଶରେ ଶୁଟିଂ ଆରମ୍ଭ କରିବେ ବୋଲି ଜଣାଯାଉଛି । ଏହା ବ୍ୟତୀତ ଖୁବ୍ ଶୀଘ୍ର ତାପସୀ କ୍ରିକେଟର ମିତାଲି ରାଜଙ୍କ ବାୟୋପିକରେ ନଜର ଆସିବେ, ଯାହା ଶ୍ରୀଜିତ ମୁଖାର୍ଜୀଙ୍କ ଦ୍ୱାରା ନିର୍ଦ୍ଦେଶିତ ହେବ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ