ଅପରାଧ ରାଜ୍ୟ

ତେଲକୋଇରେ ଥମୁନି ହାତୀ ଉପଦ୍ରଵ, ଭୟଭୀତ ଲୋକେ

ତେଲକୋଇ ୧୨ଷ୦୬: କେନ୍ଦୁଝର ତେଲକୋଇ ରେଞ୍ଜରେ ଥମୁନି ହାତୀ ଉପଦ୍ରଵ। କେତେବେଳେ ମଣିଷ ମାରୁଛନ୍ତି ତ ଆଉ କେତେବେଳେ ଲୋକଙ୍କ ଘରଦ୍ବାର ଭାଙ୍ଗି ଦେଉଛନ୍ତି ହାତୀପଲ । ୨୨ ଦିନରେ ଦୁଇଜଣଙ୍କୁ ଦଳି ମାରିଦେଇଥିବା ବେଳେ ୧୩ଟି ଘର ଭାଙ୍ଗି ଦେଇଛନ୍ତି ହାତୀପଲ।

ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟର ବନବିହାରିପୁର ଗାଁରେ ୩ ଟିକିଆ ହାତୀପଲ ପଶି ଭକ୍ତବନ୍ଧୁ ନାୟକ ଓ ଅଭି ମୁଣ୍ଡାଙ୍କ ଘର ଭାଙ୍ଗି ଧାନଚାଉଳ ଖାଇଯାଇଛନ୍ତି। ଅଭି ମୁଣ୍ଡାଙ୍କ ପରିବାର ଲୋକେ ଘର ଭିତରେ ଶୋଇଥିବା ବେଳେ ହାତୀପଲ ପଛପଟୁ ଘର ଭାଙ୍ଗିଥିଲେ । ଘରେ ଥିବା ଧାନଚାଉଳ ଖାଇବା ସହ ଖଟ ଭାଙ୍ଗି ଦେଇଥିଲେ।

ସେପଟେ ଭକ୍ତବନ୍ଧୁ ନାୟକଙ୍କ ରୋଷେଇ ଘର ଭାଙ୍ଗି ଭାତ ଖାଇଯାଇଥିଲେ ହାତୀପଲ। ରାତ୍ରି ସମୟରେ ବିଦ୍ୟୁତ କାଟ ଯୋଗୁଁ ଗାଁ ଭିତରେ ହାତୀପଲ ପଶି ଉପଦ୍ରଵ କରୁଥିବା ସହ ଧନଜୀବନ ନଷ୍ଟ କରୁଥିବା ଲୋକେ ଅଭିଯୋଗ କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।