ରାଜ୍ୟ ସ୍ପେଶାଲ ରିପୋର୍ଟ

ତେଜିଲା ବରପଦା ଇଞ୍ଜିନିୟରିଂ କଲେଜ ବିବାଦ: ୧୨ ଘଣ୍ଟିଆ ବରପଦା ବନ୍ଦ ପାଳନ

ଭଦ୍ରକ: ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତିର ଉପଯୁକ୍ତ ତଦନ୍ତ କରାଯିବା, ୧୭ ମାସର ଦରମା ଦେବା ଏବଂ କଲେଜ ପରିଚାଳନା ଦାୟିତ୍ବ ପ୍ରଶାସନ ନେବା ଦାବିରେ କର୍ମଚାରୀ ସଂଘ ଓ ଆଞ୍ଚଳିକ ବିକାଶ ମଞ୍ଚ ପକ୍ଷରୁ ଆଜି ୧୨ ଘଣ୍ଟିଆ ବରପଦା ବନ୍ଦ ଡାକରା ଦିଆଯାଇଥିଲା। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ କଲେଜ ଫାଟକ ଆଗରେ କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ ସହ ଟାୟାର୍‌ ଜାଳି ଭଦ୍ରକ-ଆନନ୍ଦପୁର ରାସ୍ତା ଅବରୋଧ କରିଥିଲେ। ଏଥିରେ ସ୍ଥାନୀୟ ଲୋକ ମଧ୍ୟ ସାମିଲ୍‌ ହୋଇଥିଲେ। ଫଳରେ ଶହ ଶହ ଗାଡ଼ିମୋଟର ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଥିଲା। ସେହିପରି ବରପଦା ବଜାର ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ମୁତୟନ ହୋଇଥିଲେ। ଭଦ୍ରକ ସିଟି ଡିଏସ୍‌ପି ଅଂଶୁମାନ ଦ୍ବିବେଦୀଙ୍କ ସହ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ବନ୍ଦ ପ୍ରତ୍ୟାହାର ହୋଇଛି। ହେଲେ, ଦାବି ପୂରଣ ନହେବା ଯାଏ ସେମାନେ ଚାଲିଥିବା ଆନ୍ଦୋଳନରୁ ଓହରିବେ ନାହିଁ ବୋଲି କହିଛନ୍ତି।

ସୂଚନା ଅନୁସାରେ; ବରପଦା ଇଞ୍ଜିନିୟରିଂ କଲେଜରେ ଆର୍ଥିକ ଅନିୟମିତତା ହୋଇଛି। ଏହି ଘଟଣାରେ କଲେଜ ପରିଚାଳନା କମିଟିର ପୂର୍ବତନ ସଭାପତି ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଏବଂ ବର୍ତ୍ତମାନର କଲେଜ ପରିଚାଳନା କମିଟି ସଭାପତି ପ୍ରଫୁଲ୍ଲଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କ ଘରେ ଇଡି ଚଢ଼ଉ କରିଥିଲା। ଏନେଇ ବାପପୁଅଙ୍କୁ ସମନ ମଧ୍ୟ ଜାରି ହୋଇଛି। ଫଳରେ, କର୍ମଚାରୀମାନେ ପ୍ରୟାସକାନ୍ତିଙ୍କୁ ଦାୟିତ୍ବରୁ ବିରତ ରଖି ପ୍ରଶାସନ ପରିଚାଳନା ଦାୟିତ୍ବ ନେଉ ବୋଲି ଦାବି କରୁଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।