ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ତୃତୀୟ ଲହର ପାଇଁ ଆମେ ପ୍ରସ୍ତୁତ: ସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ବର: କୋଭିଡର ତୃତୀୟ ଲହର ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତି ସରିଛି। ତୃତୀୟ ଲହର ପାଇଁ ଆମେ ପ୍ରସ୍ତୁତ ଅଛୁ। ଏହା ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି।

ସେ ଆହୁରି କହିଛନ୍ତି,ଜେନେରାଲ ବେଡ ଯେତିକି ବଢ଼ିବା କଥା ବଢ଼ିଛି। ସରକାରଙ୍କ ଗାଇଡଲାଇନ ଅନୁସାରେ ପେଡିଆଟ୍ରିକ ବେଡ୍ ସଂଖ୍ୟା ବଢ଼ିବା ନେଇ ପ୍ରସ୍ତୁତି ଚାଲିଛି। ଏହାଛଡ଼ା ଆବଶ୍ୟକୀୟ ଉପକରଣ, ଅକ୍ସିଜେନ ଲାଗି ଭିତ୍ତିଭୂମି ପ୍ରସ୍ତୁତ ରହିଛି। ଅକ୍ସିଜେନ ପ୍ଲାଣ୍ଟର ବ୍ୟବସ୍ଥା ମଧ୍ୟ କରାଯାଉଛି।

ଡ୍ରଗ୍ସ ଚାହିଦା ଅନୁଯାୟୀ ପୂର୍ବାପେକ୍ଷା ଅଧିକ ରହିଛି। ଯେହେତୁ ଶିଶୁମାନେ ଅଧିକ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି, ତା ପାଇଁ ଆବଶ୍ୟକ ଟ୍ରେନିଂ ଦିଆଯାଉଛି।ଉପରୁ ତଳ ସ୍ତର ଯାଏ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ସମସ୍ତଙ୍କୁ ଟ୍ରେନିଂ ଦିଆଯାଉଛି। ଆମେ ବର୍ତ୍ତମାନ ଦ୍ଵିତୀୟ ଲହରରେ ଅଛେ, ସଂକ୍ରମଣ ଏବେବି ରହିଛି। ଯେଉଁ ଅଞ୍ଚଳରେ ଅଧିକ ଲୋକ ରହୁଛନ୍ତି, ସେଠି ସଂକ୍ରମଣ ରହୁଛି। ଅନ୍ୟ ରାଜ୍ୟ, ଅନ୍ୟ ଦେଶରେ ସଂକ୍ରମଣ ବଢ଼ିଲାଣି। ସେହିଭଳି ଭାବେ ସଦାସର୍ବଦା ଆମକୁ ସତର୍କ ରହିବାକୁ ପଡ଼ିବ।

ଏଣୁ କୋଭିଡ ନିୟମ ମାନିଲେ କରୋନାକୁ ନିୟନ୍ତ୍ରଣ କରାଯାଇପାରିବା ତା’ଛଡ଼ା ତୃତୀୟ ଲହର ଆସୁ ବା ନ ଆସୁ ଏଥିଲାଗି ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ ସ୍ୱାସ୍ଥ୍ୟ ନିର୍ଦେଶକ ପରାମର୍ଶ ଦେଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ