ଭୁବନେଶ୍ବର ୫।୧୧: ୟୁରୋପୀୟ ଦେଶରେ ସଂକ୍ରମଣ ବଢିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ୟୁରୋପ ଏବଂ ଚାଇନାରେ ଯେଉଁ ଲହର ହେଉଛି ତାହା ଡେଲଟା ଭାରିଏଣ୍ଟ । କିନ୍ତୁ ଆମେ ଆତଙ୍କିତ ହେବାର ନାହିଁ କାହିଁକି ନା ଦ୍ବିତୀୟ ଲହରରେ ଡେଲଟା ଭାରିଏଣ୍ଟକୁ ଆମେ ସାମ୍ନା କରି ସାରିଛେ ।
ଏହା ବାଦ ଆମର ଇମ୍ୟୁନିଟି ମଧ୍ୟ ଅଧିକ ରହିଛି। ତେଣୁ ଆତଙ୍କିତ ହେବାର ନାହିଁ । ତିନି ମାସ ତଳେ ଇମ୍ୟୁନିଟି ୭୫ ପ୍ରତିଶତ ଥିଲା । ହେଲେ ଏବେ ବି ଭ୍ୟାକିନେସନ ଚାଲିଛି । ତେଣୁ ଇମିନ୍ୟୁଟି ବଢୁଛି । ତେବେ ଭାରତ ପାଇଁ ତୃତୀୟ ଲହର ଆଶଙ୍କା ଏବେ ବି କମିନି । ଆମକୁ ଏବେ ବି ସତର୍କତା ଅବଲମ୍ବନ କରିବାକୁ ହେବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।