ଖେଳ ଦେଶ ବିଦେଶ

ତୃତୀୟ ଦିନିକିଆ : ସମ୍ମାନ ରକ୍ଷା ପାଇଁ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ, ଦଳରେ କରିବ ବଡ ପରିବର୍ତ୍ତନ !

ଭୁବନେଶ୍ୱର,୨୩/୦୧: ରବିବାର ସମ୍ମାନର ଲଢେଇ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ୍‌ ହାରିସାରିଥିବା ଭାରତ ଖେଳିବ ଅନ୍ତିମ ଦିନିକିଆ । ସମ୍ମାନ ବଞ୍ଚାଇବା ଲକ୍ଷ୍ୟରେ ଥିବା ଟିମ୍‌ ଇଣ୍ଡିଆ ତୃତୀୟ ଦିନିକିଆରେ ପଡିଆକୁ ଓହ୍ଲାଇବ । ଏହାସହ ଦଳର ବଡ ଧରଣର ଅଦଳବଦଳ କରିପାରନ୍ତି ଅଧିନାୟକ କେଏଲ ରାହୁଲ । କାରଣ ପୂର୍ବରୁ ଟେଷ୍ଟ ସିରିଜ୍‌ ହାରି ସାରିଥିବା ଭାରତ ଦିନିକିଆ ସିରିଜ୍‌ରେ ୦-୨ରେ ପଛୁଆ ରହିଛି । ତେଣୁ ତୃତୀୟ ମ୍ୟାଚ୍‌ ଜିତି ସମ୍ମାନ ବଞ୍ଚାଇବାକୁ ଚେଷ୍ଟା କରିବ ଭାରତୀୟ ଦଳ ।

ଦିନିକିଆ ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ନୈରାଶ୍ୟଜନକ ବୋଲିଂ ଦେଖିବାକୁ ମିଳିଥିଲା । ପ୍ରତିପକ୍ଷ ଟିମ୍‌ର ମାତ୍ର ୭ଟି ଓ୍ବିକେଟ ନେବାକୁ ସକ୍ଷମ ହୋଇଥିଲା ଭାରତୀୟ ଦଳ । ଯାହାକି ଦଳ ପାଇଁ ଚିନ୍ତାର କାରଣ । ତେଣୁ ଅନ୍ତିମ ମ୍ୟାଚ୍‌ରେ ସୁଯୋଗ ପାଇନଥିବା ଖେଳାଳିଙ୍କୁ ଦଳ ପ୍ଲେଇଂ ଇଲେଭେନ୍‌ରେ ସାମିଲ କରିପାରେ ।

କେବଳ ବୋଲିଂ ନୁହେଁ ବ୍ୟାଟିଂ କଥା କହିବାକୁ ଗଲେ, ବିରାଟ କୋହଲି ଏବଂ ଶିଖର ଧାଓ୍ବନ ପ୍ରଥମ ମ୍ୟାଚ୍‌ରେ ବଡ ସ୍କୋର କରିବାକୁ ସକ୍ଷମ ହୋଇଥିଲେ । କିନ୍ତୁ ଦ୍ବିତୀୟ ମ୍ୟାଚ୍‌ରେ ଫେଲ ମାରିଥିଲେ । ଅନ୍ୟପଟେ ଦ୍ବିତୀୟ ମ୍ୟାଚ୍‌ରେ ଲୋକେସ ରାହୁଲ ଏବଂ ଋଷଭ ପନ୍ତଙ୍କ ବ୍ୟାଟ୍‌ କମାଲ କରିଥିଲା । ଏହା ବାଦ୍‌ ଶ୍ରେୟସ୍ ଆୟର, ଭେଙ୍କଟେଶ୍‌ ଆୟର ବଡ ଇନିଂସ ଖେଳିବାକୁ ସକ୍ଷମ ହୋଇନଥିଲେ। ତେଣୁ ତୃତୀୟ ମ୍ୟାଚ୍‌ରେ ଦଳ ସୂର୍ଯ୍ୟକୁମାର ଯାଦବ କିମ୍ବା ଅନ୍ୟ ଖେଳାଳିଙ୍କୁ ସୁଯୋଗ ଦେଇପାରେ । ବୋଲିଂ କଥା କହିବାକୁ ଗଲେ ଦଳ ଜସପ୍ରୀତ ବୁମରାହ ଏବଂ ଭୁବନେଶ୍ବର କୁମାରଙ୍କ ମଧ୍ୟରେ କାହାକୁ ବିଶ୍ରାମ ଦେଇ ଅନ୍ୟମାନଙ୍କୁ ସୁଯୋଗ ଦେଇପାରେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ