ଖେଳ ଦେଶ ବିଦେଶ

ତୃତୀୟ ଦିନିକିଆ : ଟସ୍ ଜିତିଲା ଭାରତ, ପ୍ରଥମେ କରିବ ବ୍ୟାଟିଂ

ନୂଆଦିଲ୍ଲୀ, ୧୧।୦୨ :ଶୁକ୍ରବାର ଅହମ୍ମଦାବାଦରେ ଭାରତ ଓ ଓ୍ୱେଷ୍ଟ ଇଣ୍ଡିଜ ମଧ୍ୟରେ ସିରିଜର ତୃତୀୟ ତଥା ଶେଷ ଦିନିକିଆ ଖେଳାଯିବ । ପ୍ରଥମ ଦୁଇଟି ମ୍ୟାଚ୍ ଜିତି ସିରିଜ୍ ଜିତି ସାରିଛ ଭାରତ । ତେବେ ଶେଷ ଦିନିକିଆ ଜିତି ଦଳ କ୍ଲିନ୍ ସ୍ୱିପ୍ ଲକ୍ଷ୍ୟରେ ରହିବ ।

ତେବେ ମ୍ୟାଚ୍ ପୂର୍ବରୁ ଟସ୍ ଜିତିଛି ଭାରତ । ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଏହାସହ ପ୍ରଥମେ ବୋଲିଂ କରିବାକୁ ଓ୍ୱେଷ୍ଟ ଇଣ୍ଡିଜକୁ ଆମନ୍ତ୍ରଣ କରିଛନ୍ତି ।

ସିରିଜ ହାତେଇ ସାରିବା ପରେ ଭାରତ ଏକାଦଶରେ କିଛି ପରୀକ୍ଷା ନିରୀକ୍ଷା କରିବା ନିଶ୍ଚିତ । ଦ୍ୱିତୀୟ ଦିନିକିଆରେ ରିଷଭ ପନ୍ତଙ୍କୁ ଓପନ କରାଯିବା ଭଳି ମଧ୍ୟ ମ୍ୟାଚ୍‌ରେ କିଛି ଅଦଳ ବଦଳ ହୋଇପାରେ । କରୋନା ସଂକ୍ରମିତ ହୋଇ ପ୍ରଥମ ୨ଟି ମ୍ୟାଚ୍‌ ଖେଳିପାରି ନଥିବା ଶିଖର ଧାୱନ ଓ ଋତୁରାଜ ଗାଏକୱାଡ୍‌ ଫିଟ୍‌ ଘୋଷିତ ହୋଇସାରିଛନ୍ତି । ତେଣୁ ରୋହିତ ନୂଆ ସାଥୀ ଓପନରଙ୍କ ସହ ଗ୍ରାଉଣ୍ଡକୁ ଓହ୍ଲାଇ ପାରନ୍ତି । ୱେଷ୍ଟ ଇଣ୍ଡିଜ୍‌ ବିପକ୍ଷରେ ଉନ୍ନତ ପ୍ରଦର୍ଶନ କରିଥିଲେ ହେଁ ଭାରତର ସମସ୍ତ ଦୁର୍ବଳତା ଦୂର ହୋଇନାହିଁ । ବିଶେଷ କରି ମଧ୍ୟକ୍ରମ ବ୍ୟାଟିଂ ବିଭାଗକୁ ନେଇ ଏବେବି ଚିନ୍ତା ରହିଛି । ମଧ୍ୟ ଭାଗରେ ସ୍ଥିରତା ଜରୁରୀ । ତେଣୁ ବ୍ୟାଟିଂ କ୍ରମର ୪ରୁ ୭ ସ୍ଥାନକୁ ସୁଦୃଢ କରିବାର ସମୟ ଆସିଛି । ଦ୍ୱିତୀୟ ଦିନିକିଆରେ ଲୋକେଶ ରାହୁଲ ମଧ୍ୟଭାଗରେ ବ୍ୟାଟିଂ କରି ସଫଳ ହୋଇଥିଲେ । ମଧ୍ୟଭାଗ ମଧ୍ୟ ଶକ୍ତିଶାଳୀ ମନେ ହୋଇଥିଲା । କିନ୍ତୁ ପନ୍ତ ଓପନର ଭାବେ ବିଫଳ ହୋଇଥିଲେ । ଆଜିର ମ୍ୟାଚ୍‌ରେ ଧାୱନ କିମ୍ବା ଋତୁରାଜଙ୍କ ମଧ୍ୟରୁ ଜଣଙ୍କୁ ଏକାଦଶରେ ସୁଯୋଗ ମିଳିଲେ ପନ୍ତ ମଧ୍ୟଭାଗରେ ଖେଳିବେ ।

ୱେଷ୍ଟ ଇଣ୍ଡିଜ ଦଳ ଦ୍ୱିତୀୟ ଦିନିକିଆରେ ପରାଜିତ ହୋଇଥିଲେ ହେଁ ପ୍ରଭାବୀ ପ୍ରଦର୍ଶନ କରିବାରେ ସଫଳ ହୋଇଥିଲା । କିରେନ ପୋଲାର୍ଡଙ୍କ ସ୍ଥାନରେ ଖେଳିଥିବା ଓଡିୟନ ସ୍ମିଥ୍‌ ଅଲ୍‌ରାଉଣ୍ଡ ପ୍ରଦର୍ଶନ ବଳରେ ପ୍ରଶଂସକ ସୃଷ୍ଟି କରିଥିଲେ । ମ୍ୟାଚ୍‌ରେ ପୋଲାର୍ଡ ଏକାଦଶକୁ ଫେରିବେ । ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ନିକୋଲାସ୍‌ ପୂରନ, ସାଇ ହୋପ୍‌, ବ୍ରାଣ୍ଡନ କିଙ୍ଗ୍‌ ପ୍ରମୁଖ ସଫଳ ହେଲେ ୱେଷ୍ଟ ଇଣ୍ଡିଜ୍‌ର ବିଜୟ ସମ୍ଭବ ହୋଇପାରିବ ।

ଶୁକ୍ରବାର ଆଉ ଏକ ନୂଆ ପିଚ୍‌ରେ ଖେଳାଯିବ । ଉକ୍ତ ପିଚ୍‌ରେ ଯଥେଷ୍ଟ ଘାସ ରହିଛି । ଫଳରେ ପିଚ୍‌ କିଛି ମାତ୍ରାରେ ପେସ୍‌ ବୋଲରଙ୍କୁ ସହାୟତା କରିବ । ରାତିରେ କାକର ପଡ଼ୁଥିବାରୁ ଟସ୍‌ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ