ନୂଆଦିଲ୍ଳୀ ୨୨।୦୩ : ରାହୁଲ ମହାଜନଙ୍କ ପୂର୍ବତନ ପତ୍ନୀ ଡିମ୍ପି ଗାଙ୍ଗୁଲି ତୃତୀୟ ଥର ପାଇଁ ମା ହେବାକୁ ଯାଉଛନ୍ତି। ଏହି ଖୁସି ଖବରକୁ ଡିମ୍ପି ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଘୋଷଣା କରିଛନ୍ତି । ରୋହିତ ରୟଙ୍କ ଠାରୁ ଡିମ୍ପିଙ୍କର ଦୁଇଟି ସନ୍ତାନ ଅଛି। ସୋସିଆଲ ମିଡିଆରେ ଡିମ୍ପି ତାଙ୍କ ଦୁଇ ପିଲାଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରିବା ସହ ସୁନ୍ଦର କ୍ୟାପସନ୍ ମଧ୍ୟ ଲେଖିଛନ୍ତି । କହିବାକୁ ରାହୁଲ ମହାଜନଙ୍କ ଠାରୁ ଛାଡପତ୍ର ନେବା ପରେ ଡିମ୍ପି ତାଙ୍କ ଘନିଷ୍ଠ ବନ୍ଧୁ ରୋହିତଙ୍କୁ ବିବାହ କରିଥିଲେ ।
ଫଟୋ ସହ ଡିମ୍ପି କ୍ୟାପସନରେ ଲେଖିଛନ୍ତି, ‘ଯେଉଁ ପ୍ରେମ ମୋତେ ସନ୍ତୁଷ୍ଟ କରେ, ତାହା ମୋ ପିଲାମାନଙ୍କ ଠାରୁ ମୋତେ ମିଳିଥାଏ । ମାଆ ହିଁ ଦୁନିଆର ପ୍ରତ୍ୟେକ ସମସ୍ୟାର ସମାଧାନ କରିପାରିବ । ଏହା ମୋତେ ପ୍ରତ୍ୟେକ ଦିନ ଜଣେ ଭଲ ମଣିଷ ହେବାକୁ ପ୍ରେରଣା ଦିଏ … କଷ୍ଟ ସମୟରେ ମଧ୍ୟ ସାହାସ ଦେଇଥାଏ । ଏଥି ସହିତ, ଡିମ୍ପି ଉଲ୍ଲେଖ କରିଛନ୍ତି ଯେ ବର୍ତ୍ତମାନ ତାଙ୍କର ଏହି ପ୍ରେମ ତିନି ଗୁଣ ବୃଦ୍ଧି ପାଇବ।
ରାହୁଲ ମହାଜନଙ୍କଠାରୁ ଅଲଗା ହେବା ପରେ ଡିମ୍ପି ଗାଙ୍ଗୁଲି ଦୁବାଇର ବ୍ୟବସାୟୀ ରୋହିତ ରୟଙ୍କୁ ବିବାହ କରିଥିଲେ। ବିବାହର ଗୋଟିଏ ବର୍ଷ ପରେ ଉଭୟଙ୍କର ଗୋଟିଏ ଝିଅ ହୋଇଥିଲା । ଦୁଇ ବର୍ଷ ପରେ ଡିମ୍ପି ଗାଙ୍ଗୁଲି ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ଆଉ ଏବେ ତୃତୀୟ ଥର ପାଇଁ ଗର୍ଭବତୀ ହେବାକୁ ଯାଉଛନ୍ତି । ଏହି ଖୁସିକୁ ନେଇ ଡିମ୍ପି ବହୁତ ଉତ୍ସାହିତ ଅଛନ୍ତି ବୋଲି ସ୍ପଷ୍ଟ ଦେଖାଯାଉଛି ।

