ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ତୃତୀୟ ଡୋଜ୍‌ ଟିକା ନେବାକୁ ଅମଙ୍ଗ! ନେଇଛନ୍ତି ମାତ୍ର ୩,୪୩,୧୨୭ ଜଣ

ରାଉରକେଲା: କୋଭିଡ୍‌ ଟିକା ନେବାକୁ ରାଜ୍ୟ ସରକାରଙ୍କଠାରୁ ଆରମ୍ଭକରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ; ବାରମ୍ବାର ନିବେଦନ କରାଯାଉଛି। କିନ୍ତୁ ଜନସାଧାରଣ ଚିରାଚରିତ ଅବହେଳା ଜାରି ରଖିଛନ୍ତି। ସମୟ ଅତିକ୍ରମ କରିସାରିଥିଲେ ମଧ୍ୟ ଟିକା ନେଉନାହାନ୍ତି। ବିଶେଷକରି ତୃତୀୟ ଡୋଜ୍‌ ବା ପ୍ରିକସନାରୀ ଡୋଜ୍‌ ନେବାକୁ ଲୋକେ ଅମଙ୍ଗ ହେଉଥିବା ଦେଖିବାକୁ ମିଳୁଛି। ସେପ୍ଟେମ୍ବର ଶେଷ ସୁଦ୍ଧା ମାଗଣା ଟିକା ବ୍ୟବସ୍ଥା କରାଯାଇଥିବାରୁ ଏସମୟରେ ଟିକା ନେବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍‌ ଟିକାଦାନ ଆରମ୍ଭ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ, ମୋଟ୍‌ ୩୩ ଲକ୍ଷ ୯୧ ହଜାର ୯ଟି ଟିକା ‌ଦିଆଯାଇଛି। ଏଥିମଧ୍ୟରୁ ୧୬ ଲକ୍ଷ ୯ ହଜାର ୧୮୩ଟି ପ୍ରଥମ ଡୋଜ୍‌ ଦିଆଯାଇଥିବାବେଳେ ୧୪ ଲକ୍ଷ ୨୮ ହଜାର ୬୯୯ଟି ଦ୍ବିତୀୟ ଡୋଜ୍‌ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ପ୍ରଥମ ଡୋଜ୍‌ ନେଇସାରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଏଯାବତ୍‌ ୧ ଲକ୍ଷ ୮୦ ହଜାର ୩୮୪ ଜଣ ଦ୍ବିତୀୟ ଡୋଜ୍‌ ଟିକା ନେଇନାହାନ୍ତି। ଦ୍ବିତୀୟ ଡୋଜ୍‌ ଟିକା ନେବାରେ ଅବହେଳା ପ୍ରଦର୍ଶନ କରୁଥିବା ବ୍ୟକ୍ତି ଯେ ତୃତୀୟ ଡୋଜ୍‌ ଟିକା ନେବାକୁ ଆଗ୍ରହୀ ହେବେ, ଆଶା କରାଯାଇନପାରେ। ଏହା ହିଁ ପରିଲକ୍ଷିତ ହୁଏ। ଆଜି ପର୍ଯ୍ୟନ୍ତ ମାତ୍ର ୩ ଲକ୍ଷ ୪୩ ହଜାର ୧୨୭ ଜଣ ହିଁ ତୃତୀୟ ଡୋଜ୍‌ ଟିକା ନେଇଛନ୍ତି। ଏହି ସଂଖ୍ୟା ନିଶ୍ଚିତଭାବରେ ନୈରାଶ୍ୟଜନକ। ଅଧିକରୁ ଅଧିକ ସଂଖ୍ୟକ ବ୍ୟକ୍ତି ତୃତୀୟ ଡୋଜ୍‌ ଟିକା ନେବାକୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ସଚେତନ କରାଯାଉଛି। ଏମିତିକି ଟିକା ନେବାକୁ ଯୋଗ୍ୟ ବ୍ୟକ୍ତିଙ୍କୁ ଫୋନ୍‌ କରି ସୂଚନା ବି ଦିଆଯାଉଛି; ତଥାପି ଲୋକେ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡା. ସରୋଜ କୁମାର ମିଶ୍ର କହିଲେ, ଏଯାଏଁ କୋଭିଡ୍‌ ମହାମାରୀ ସଂପୂର୍ଣ୍ଣଭାବେ ଦୂର ହୋଇନି। କିନ୍ତୁ ଜନସାଧାରଣ ଏ ଦିଗକୁ ସଂପୂର୍ଣ୍ଣ ଅଣଦେଖା କରୁଛନ୍ତି। ନିଜେ ସଚେତନ ହେବାସହ ଅନ୍ୟକୁ ସଚେତନ କରି ବ୍ୟାପକ ମାତ୍ରାରେ ଟିକା ନେବା ନିତାନ୍ତ ଜରୁରୀ। ଟିକାଦାନ ମାତ୍ରାରେ ବୃଦ୍ଧି ଆଣିବାକୁ ବ୍ୟାପକ ପ୍ରୟାସ କରାଯାଉଛି। ଏଥିରେ ଜନସାଧାରଣ ସ୍ବେଚ୍ଛାକୃତଭାବେ ସାମିଲହେବା ଉଚିତବୋଲି କହିଛନ୍ତି।

ସୂଚନାଯୋଗ୍ୟ, ସଂପ୍ରତି ଜିଲ୍ଲାର ୭୪ଟି କେନ୍ଦ୍ରରେ ଟିକା ଦିଆଯାଉଛି। ଏଥିମଧ୍ୟରୁ ୭୨ଟି ସରକାରୀ କେନ୍ଦ୍ର ଥିବାବେଳେ ଦୁଇଟି ବେସରକାରୀ ହସପିଟାଲରେ ମଧ୍ୟ ଟିକାଦାନ ଚାଲିଛି। ଏପର୍ଯ୍ୟନ୍ତ ମୋଟ୍‌ ୩୩ ଲକ୍ଷ ୮୧ ହଜାର ୯ ଟି ଟିକା ଦିଆଯାଇଥିବାବେଳେ ଏଥିମଧ୍ୟରୁ ୧୫ ଲକ୍ଷ ୨୩ ହଜାର ୯୨୫ ଟିକା ପୁରୁଷଙ୍କୁ ଓ ୧୫ ଲକ୍ଷ ୧୩ ହଜାର ୩୯୧ ଟିକା ମହିଳାଙ୍କୁ ଦିଆଯାଇଛି। ଏତଦ୍‌ବ୍ୟତୀତ ୫୬୬ଟି ଟିକା ଜିଲ୍ଲାରେ ବସବାସ କରୁଥିବା କିନ୍ନରଙ୍କୁ ଦିଆଯାଇଛି। ୬୦ରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକଙ୍କୁ ୪ ଲକ୍ଷ ୧୨ ହଜାର ୯୩୩ଟି ଟିକା ଦିଆଯାଇଥିବାବେଳେ ୪୫-୫୯ ବର୍ଷ ବର୍ଗର ବ୍ୟକ୍ତିଙ୍କୁ ୬ ଲକ୍ଷ ୭୪ ହଜାର ୭୧୪ ଟିକା, ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ୧୭ ଲକ୍ଷ ୪୨ ହଜାର ୧୮୯ଟି ଟିକା, ୧୫ରୁ ୧୭ ବର୍ଷ ବୟସ୍କଙ୍କୁ ୧ ଲକ୍ଷ ୮୦ ହଜାର ୮୧୬ଟି ଟିକା ଏବଂ ୧୨ରୁ ୧୪ ବର୍ଷର ନାବାଳକ ନାବାଳିକାଙ୍କୁ ୧ ଲକ୍ଷ ୧୮ହଜାର ୪୨୧ଟି ଟିକା ଦିଆଯାଇଛି। ଜିଲ୍ଲାରେ ସର୍ବାଧିକ କୋଭିସିଲ୍‌ଡ ଟିକା ଦିଆଯାଇଛି। ମୋଟ୍‌ ୩୦ ଲକ୍ଷ ୩୧ ହଜାର ୬୩୫ ଟି କୋଭିସିଲ୍‌ଡ ଟିକା ଦିଆଯାଇଥିବାବେଳେ ୨ ଲକ୍ଷ ୨୬ ହଜାର ୬୯ଟି କୋଭାକ୍ସିନ ଟିକା ଓ ୧ ଲକ୍ଷ ୧୮ ହଜାର ୪୨୧ଟି କୋର୍ବେଭାକ୍ସ ଟିକା ଦିଆଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ