ଖେଳ ଦେଶ ବିଦେଶ

ତୃତୀୟ ଟି-ଟ୍ବେଣ୍ଟିରେ ପ୍ୟାଭିଲିୟନରେ ବସିପାରନ୍ତି କୋହଲି, ଦଳକୁ ଫେରିବେ ରୋହିତ ଶର୍ମା ! ରାହୁଲଙ୍କ ମୁଣ୍ଡ ଉପରେ ଖଣ୍ଡା

ଅହମ୍ମଦାବାଦ ୧୬/୦୩ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜ୍‌ର ୩ୟ ମ୍ୟାଚ ମଙ୍ଗଳବାର ମୋଟେରାର ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ । ପୂର୍ବ ୨ଟି ମ୍ୟାଚ୍ ପରି ତୃତୀୟ ମ୍ୟାଚରେ ମଧ୍ୟ ଭାରତୀୟ କ୍ରିକେଟ ଟିମରେ ବଡଧରଣର ଅଦଳବଦଳ ଦେଖିବାକୁ ମିଳିପାରେ । ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ତୃତୀୟ ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚରେ ବାହାରେ ବସିପାରନ୍ତି । ଏହା ଛଡା ଭେଟେରାନ୍‌ ରୋହିତ ଶର୍ମାଙ୍କୁ ସୁଯୋଗ ମିଳିପାରେ ।

ଆସନ୍ତା ଅକ୍ଟୋବର ଏବଂ ନଭେମ୍ବରରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ବକପ ପାଇଁ ଏହି ସିରିଜ୍‌ ଟିମ୍‌ ଇଣ୍ଡିଆ ପାଇଁ ଗୁରୁତ୍ବ ବହନ କରୁଛି । ଯୁବ ପ୍ରତିଭାମାନଙ୍କୁ ଅଧିକରୁ ଅଧିକ ସୁଯୋଗ ଦେବାକୁ ଚାହୁଁଛି ଭାରତୀୟ ଦଳ । ଇଂଲଣ୍ଡ ବିପକ୍ଷ ୨ୟ ଟି-ଟ୍ବେଣ୍ଟି ମ୍ୟାଚରେ ଇଶାନ କିଷନ ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ଡେବ୍ୟୁ କରିବାର ସୁଯୋଗ ମିଳିଥିଲା । ଯାହାର କି ଭରପୁର ଫାଇଦା ଉଠାଇଥିଲେ ୟଙ୍ଗମ୍ୟାନ୍‌ ଓପନର ଇଶାନ୍‌ କିଷନ ।

ଇଂଲଣ୍ଡ ବିପକ୍ଷ ୨ୟ ଟି-ଟ୍ବେଣ୍ଟିରେ ଇଶାନ୍ କିଷନ ୫୬ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ଫଳରେ ସହଜ ବିଜୟ ହାସଲ କରିଥିଲା ଭାରତ ଟିମ୍‌ ଇଣ୍ଡିଆ । କିନ୍ତୁ ସୂର୍ଯ୍ୟକୁମାର ଯାଦବଙ୍କୁ ବ୍ୟାଟିଂ କରିବାର ସୁଯୋଗ ମଧ୍ୟ ମିଳିନଥିଲା । ରୋହିତ ଶର୍ମାଙ୍କୁ ପ୍ରଥମ ୨ଟି ମ୍ୟାଚରେ ବିଶ୍ରାମ ଦିଆଯାଇଥିଲା । ଯଦି ରୋହିତ ଶର୍ମା ଦଳକୁ ଫେରନ୍ତି ତେବେ ଅଧିନାୟକ ବିରାଟ କୋହଲି କିମ୍ବା କେଏଲ. ରାହୁଲଙ୍କ ମଧ୍ୟରୁ ଜଣଙ୍କୁ ବିଶ୍ରାମ ଦିଆଯାଇପା​‌ରେ ।

ପ୍ରଥମ ୨ଟି ମ୍ୟାଚରେ ବଡ ସ୍କୋର କରିବାରେ ସଫଳ ହୋଇନାହାନ୍ତି କେଏଲ ରାହୁଲ । ସେ ଦୃଷ୍ଟିରୁ ତାଙ୍କୁ ତୃତୀୟ ମ୍ୟାଚରେ ବିଶ୍ରାମ ଦିଆଯାଇପାରେ । କିନ୍ତୁ ଅନ୍ୟ ପଟେ ଦେଖିବାକୁ ଗଲେ ଟିମ ମ୍ୟାନେଜମେଣ୍ଟ ରାହୁଲଙ୍କୁ ଲୟକୁ ଫେରାଇଆଣିବାକୁ ଆଉ ଏକ ସୁଯୋଗ ଦେଇପାରେ । ସେପଟେ ଅଧିନାୟକ ବିରାଟ କୋହଲି ନିଜେ ବିଶ୍ରାମ ନେଇ ରୋହିତଙ୍କୁ ଏଣ୍ଟ୍ରି କରାଇପାରନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ