ଦେଶ ବିଦେଶ ମନୋରଞ୍ଜନ ରାଜନୀତି

ତୃଣମୂଳ କଂଗ୍ରେସରେ ଯୋଗ ଦେଲେ ଲୋକପ୍ରିୟ ବଙ୍ଗୀୟ ଅଭିନେତ୍ରୀ ସୟନ୍ତିକା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି ଆଉ ଜଣେ ବଙ୍ଗୀୟ ଅଭିନେତ୍ରୀ। ଲୋକପ୍ରିୟ ବଙ୍ଗୀୟ ଅଭିନେତ୍ରୀ ସୟନ୍ତିକା ବାନାର୍ଜୀ ତୃଣମୂଳ କଂଗ୍ରେସରେ ଯୋଗ ଦେଇ କହିଛନ୍ତି, ‘ସବୁବେଳେ ଦିଦିଙ୍କ ସହ’। ସେ ଟିଏମ୍‌ସି ନେତା ପାର୍ଥ ଚାଟାର୍ଜୀ ଓ ସୁବ୍ରତ ମୁଖାର୍ଜୀଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି।

ନିକଟ ଅତୀତରେ ଅନେକ ବଙ୍ଗୀୟ ଅଭିନେତା ଓ ଅଭିନେତ୍ରୀ ରାଜନୀତିରେ ଯୋଗ ଦେଇ ସାରିଛନ୍ତି। କେହି କେହି ବିଜେପିରେ ଯୋଗ ଦେଇଛନ୍ତି ତ ପୁଣି କେହି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିଜର ସମର୍ଥନର ହାତ ବଢ଼ାଇ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି।

ଟିଏମ୍‌ସିରେ ଯୋଗ ଦେବା ପରେ ସୟନ୍ତିକା ନିଜର ପ୍ରତିକ୍ରିୟା ରଖି କହିଛନ୍ତି, ‘ଏହା ମୋ ପାଇଁ କିଛି ନୂଆ ନିଷ୍ପତ୍ତି ନୁହେଁ, ମୁଁ ସବୁବେଳେ ଦିଦିଙ୍କ ସହ ଥିଲି।’ ଯେତେବେଳେ ସୟନ୍ତିକାକୁ ପଚରାଗଲା ଆପଣ ୨୦୨୧ ନିର୍ବାଚନ ପାଇଁ ପ୍ରତିଦ୍ବନ୍ଦ୍ବିତା କରିବେ କି? ତାହାର ଉତ୍ତରେ ସେ କହିଛନ୍ତି, ‘ଏହା ଦିଦିଙ୍କ ଉପରେ ନିର୍ଭର କରେ। ମୁଁ କେବଳ ତାଙ୍କୁ ଶକ୍ତି ଦେବାକୁ ଦଳରେ ଯୋଗ ଦେଇଛି।’ ତାଙ୍କର ଅନ୍ୟ ସମସାମୟିକ ବିଜେପିରେ ଯୋଗ ଦେବା କଥା ନେଇ ସେ କହନ୍ତି କି ମୁଁ ବାସ୍‌ ସେମାନଙ୍କୁ ଶୁଭେଚ୍ଛା ଜଣାଇବି, ମାତ୍ର ମୁଁ ସବୁବେଳେ ଦିଦିଙ୍କ ସହ।

ଉଲ୍ଲେଖଯୋଗ୍ୟ, ଗତ ଏକ ସପ୍ତାହ ତଳେ ଅନ୍ୟ କେତେକ ବଙ୍ଗୀୟ ଅଭିନେତାଙ୍କ ସହ ଚଳଚ୍ଚିତ୍ର ଅଭିନେତା ୟଶ୍ ‌ଦାସଗୁପ୍ତା ମଧ୍ୟ ବିଜେପିରେ ଯୋଗ ଦେଇଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ