ଦେଶ ବିଦେଶ ପର୍ଯ୍ୟଟନ

ତୁଷାର କଲରାପତରିଆ ଭିଡିଓ ଟୁଇଟ୍‌ କରି ‘ଟ୍ରୋଲ୍‌’ ହେଲେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ

ଇସ୍‌ଲାମାବାଦ: ଟୁଇଟର୍‌ରେ ତୁଷାର କଲରାପତରିଆ ଭିଡିଓ ସେୟାର କରିବା ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ସାମାଜିକ ଗଣମାଧ୍ୟମରେ ତୀବ୍ର ସମାଲୋଚନାର ସରବ୍ୟ ହୋଇଛନ୍ତି। ‘ନେଟିଜେନ୍‌’ ବା ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀମାନେ ଲେଖିଛନ୍ତି, ପେଟ୍ରୋଲ୍‌, ଗ୍ୟାସ୍‌ ଏବଂ ଇଲେକ୍ଟ୍ରିସିଟିର ଅତିରିକ୍ତ ଦର ବୃଦ୍ଧିକୁ ଦର୍ଶାଉ ଥିବା ଭିଡିଓ ମଧ୍ୟ ପ୍ରଧାନମନ୍ତ୍ରୀ ଖାଁ ପୋଷ୍ଟ୍‌ କରିବା ଉଚିତ।

ପ୍ରାପ୍ତ ସୂଚନା ଅନୁସାରେ, ଶନିବାର ଦିନ ଇମ୍ରାନ୍‌ ଖାଁ ସେୟାର୍‌ କରିଥିବା ୪୫ ସେକେଣ୍ଡ୍‌ର ଭିଡିଓରେ ଭୟଙ୍କର ଗର୍ଜନ କରି ତୁଷାର କଲରାପତରିଆଟିଏ ଉଭେଇ ଯାଉଥିବାର ଦୃଶ୍ୟ ରହିଛି।

ଏହାର ପରିଚୟୋକ୍ତିରେ ପ୍ରଧାନମନ୍ତ୍ରୀ ଲେଖିଥିଲେ: ଜି.ବି. ଅନ୍ତର୍ଗତ ଖପ୍‌ଲୁରେ ଲଜ୍ଜାଶୀଳ ତୁଷାର କଲରାପତରିଆର ଦୁର୍ଲଭ ସଂକ୍ଷିପ୍ତ ଭିଡିଓ।

ଟୁଇଟର୍‌ରେ ସେୟାର୍‌ ହୋଇଥିବା ଉପରୋକ୍ତ କ୍ଲିପ୍‌ ଉପରେ ମନ୍ତବ୍ୟ ଦେଇ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ଜନସାଧରଣ ମୁଦ୍ରାସ୍ଫିତି ଓ ଦାରିଦ୍ର୍ୟର ସମ୍ମୁଖୀନ ହେଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କର ପର୍ଯ୍ୟଟନ ଚିନ୍ତା ପଡ଼ିଛି।

ଆଉ ଜେଣ ଲେଖିଛନ୍ତି, କଲରାପତରିଆଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପାକିସ୍ତାନରେ ଜନସାଧରଣ ସୁରକ୍ଷିତ ନୁହନ୍ତି। ସରକାର ଏଥିପ୍ରତି ଗୁରତ୍ବାରୋପ କରିବା ଆବଶ୍ୟକ।

ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ଅତି ସୁନ୍ଦର, ଦୟାପୂର୍ବକ ପେଟ୍ରୋଲ୍‌, ଗ୍ୟାସ୍ ଏବଂ ବିଜୁଳିଶକ୍ତିର ଦର ବୃଦ୍ଧି, ବେକାରୀ ହାର, ମୁଦ୍ରାସ୍ଫିତି ପ୍ରତିଶତ, ରାଜ୍ୟ ବ୍ୟାଙ୍କ୍ ରିଜର୍ଭ, ଚଳନ୍ତି ଜମା ନିଅଣ୍ଟ ଆଦିର ଭିଡିଓ ମଧ୍ୟ ‌ସେୟାର୍‌ କରନ୍ତୁ।

NewsLaxmi7

About Author

You may also like

ପର୍ଯ୍ୟଟନ

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଦୀର୍ଘଦିନ ପରେ କରୋନା କଟକଣା ମଧ୍ୟରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। କୋଭିଡ କଟକଣା ମାନି ଜାତୀୟ ଉଦ୍ୟାନରେ ବୁଲି
ପର୍ଯ୍ୟଟନ

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ, ଏହାର ଅଭିବୃଦ୍ଧି ପାଇଁ ଚଳିତବର୍ଷ ବଜେଟରେ 19 କୋଟି ଟଙ୍କା ବ୍ୟବସ୍ଥା

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ। 2019-20 ଆର୍ଥିକ ବର୍ଷରେ 46 ହଜାରରୁ ଅଧିକ ପର୍ଯ୍ୟଟକ ପରିବେଶ ପର୍ଯ୍ୟଟନର ସୁଯୋଗ ନେଇଥିଲେ। ଏଥିରୁ 6 କୋଟି 85 ଲକ୍ଷ