ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଗଛ ଲଗାଇବା ଦ୍ବାରା ସକରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ। ସେହିପରି ବାସ୍ତୁରେ ବିଭିନ୍ନ ଗଛଲତାର ଏକ ସ୍ବତନ୍ତ୍ର ମହତ୍ତ୍ବ ରହିଥାଏ। ଯେପରି ତୁଳସୀ ଗଛ ବାସ୍ତୁ ଦୋଷ ଦୂର କରିଥାଏ। ଏଥିପାଇଁ ତୁଳସୀ ଗଛ ଘରର ସେହି ସ୍ଥାନରେ ନିଶ୍ଚୟ ରଖିବା ଉଚିତ୍ ଯେଉଁଠାରେ ବାସ୍ତୁ ଦୋଷ ରହିଥିବ। ଆସନ୍ତୁ ଜାଣିବା ତୁଳସୀ ଗଛ ସହ ଜଡ଼ିତ ବାସ୍ତୁ ଟିପ୍ସ।
• ତୁଳସୀ ଗଛ ପାଇଁ ଉତ୍ତର,ଉତ୍ତର-ପୂର୍ବ କିମ୍ବା ପୂର୍ବ ଦିଗ ବାଛିବା ଉଚିତ୍। ଏହା ଦ୍ବାରା ଘରେ ସକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ ଏବଂ ନକରାତ୍ମକ ଶକ୍ତି ଦୂର ହୋଇଯାଇଥାଏ।
• ଅନେକ ଲୋକ ତୁଳସୀ ଗଛକୁ ଘର ଅଗଣାର କେନ୍ଦ୍ରରେ ରଖି ଦେଇଥାନ୍ତି କିନ୍ତୁ ବାସ୍ତୁ ଅନୁସାରେ ତୁଳସୀ ଗଛକୁ ସବୁବେଳେ ଘରର ଯେକୌଣସି କୋଣରେ ରଖିବା ଉଚିତ୍।
• ଯଦି ଆପଣ ଘରେ ଗୋଟିଏରୁ ଅଧିକ ତୁଳସୀ ଗଛ ଲଗାଇଥାନ୍ତି ତେବେ ଧ୍ୟାନ ରଖନ୍ତୁ ଯେ ଆପଣଙ୍କୁ ୩,୫,୭ ଯୁଗ୍ମ ସଂଖ୍ୟାରେ ତୁଳସୀ ଗଛ ଲଗାଇବା ଉଚିତ୍।
• ଯେଉଁଠାରେ ତୁଳସୀ ଗଛ ଲଗା ହୋଇଥିବ ସେଠାରେ ଭୁଲରେ ମଧ୍ୟ ଝାଡ଼ୁ କିମ୍ବା ଡଷ୍ଟବିନ୍ ରଖିବା ଅନୁଚିତ୍। ତୁଳସୀକୁ ଦେବତୁଲ୍ୟ କୁହାଯାଏ। ବାସ୍ତୁ ଦୃଷ୍ଟିରୁ ତୁଳସୀ ବହୁତ ଶୁଭ ଗଛ ଅଟେ।
• ଘରେ ସୁଖ ସମୃଦ୍ଧି ପାଇଁ ତୁଳସୀ ଗଛରେ ସନ୍ଧ୍ୟା ବେଳେ ଦୀପ ଜଳାନ୍ତୁ। ଏଥିରେ ମା ଲକ୍ଷ୍ମୀଙ୍କ କୃପା ରହିଥାଏ।
• ଘରେ ଐଶାନ୍ୟ କୋଣରେ କୌଣସି ଧରଣର ବାସ୍ତୁ ଦୋଷ ଥିଲେ ଏହି ଦିଗରେ ତୁଳସୀ ଗଛ ଲଗାଇବା ଉଚିତ୍।

