ଅପରାଧ ରାଜ୍ୟ

ତୁରିଗଡିଆ ବଜାରରେ ସିରିଜ ଚୋରି, ୪ଟି ଦୋକାନରୁ ଲୁଟିନେଲେ ୨ ଲକ୍ଷ ଟଙ୍କାର ସାମଗ୍ରୀ

ସୋରୋ ୧୯/୦୫: ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ତୁରୀଗଡିଆ ବଜାରରେ ଥିବା ୪ଟି ଦୋକାନରୁ ସିରିଜ ଚୋରୀ ହୋଇଯାଇଛି । ବାଲେଶ୍ୱର ଜିଲ୍ଲା ତୁରିଗଡିଆ ବଜାରରେ ଗୟାଧର ଗାହାଣଙ୍କ ପୂଜା ସାମଗ୍ରୀ ଦୋକାନ, ମୁରଲୀଧର ମଲ୍ଲିକଙ୍କ ଗ୍ରୋସରି ଦୋକାନ, ଦାମୋଦର ସାହୁଙ୍କ ଗ୍ରୋସରୀ ଦୋକାନ ଓ କମଳାକାନ୍ତ ପାଣିଗ୍ରାହୀଙ୍କ ଗ୍ରୋସରୀ ଦୋକାନରୁ ପ୍ରାୟ ୨ ଲକ୍ଷ ଟଙ୍କାର ଅର୍ଥ ଓ ସାମଗ୍ରୀ ଚୋରି ହେଉଥିବା ଜଣାଯାଇଛି ।

ଖବର ପାଇ ଖଇରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରକାଶ ଥାଉ କି ତୁରିଗଡିଆ ବଜାରରେ ନିୟମିତ ପୋଲିସ ତରଫରୁ ପହରା ଦିଆ ଯାଇଥିବା ବେଳେ ବାରମ୍ବାର ଚୋରୀ ହେଉଥିବା ନେଇ ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।