ଦେଶ ବିଦେଶ ସ୍ୱାସ୍ଥ୍ୟ

ତୁମ ସେବାକୁ ସଲାମ ଡାକ୍ତରବାବୁ: ପିପିଇ କିଟ ପିନ୍ଧି ୧୫ ଘଣ୍ଟା ଡ୍ୟୁଟି କରିବା ଦେଖନ୍ତୁ କିଭଳି ଅବସ୍ଥା ହୋଇଛି

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ୱିତୀୟ ଲହର ଦେଶକୁ ଦୋହଲାଇ ଦେଇଛି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩,୫୭,୨୨୯ କୋଭିଡ୍-୧୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସଙ୍କଟ ସମୟରେ ଦେଶରେ ହସ୍ପିଟାଲ, ବେଡ଼, ଆମ୍ବୁଲାନ୍ସ, ଅକ୍ସିଜେନ, ଡାକ୍ତର, ଔଷଧ ଓ ଟିକାର ଅଭାବ ଦେଖାଦେଇଛି। ରୋଗୀମାନେ ଏହି ଅଭାବ ହେତୁ ପୋକମାଛି ପରି ପ୍ରାଣ ହରାଉଛନ୍ତି। ଏହାଠାରୁ ହୃଦୟବିଦାରକ ଦୃଶ୍ୟ କ’ଣ ବା ହୋଇପାରେ। ଏଭଳି ସମୟରେ ଡାକ୍ତରମାନେ ବି ବିଶ୍ରାମ ନନେଇ ରୋଗୀମାନଙ୍କୁ ସେବା ଯୋଗଇ ଚାଲିଛନ୍ତି। ନିଜର ତଥା ନିଜ ପରିବାର କଥା ପଛରେ ପକାଇ ଦେଇ କ୍ରମାଗତ ଡିୟୁଟି କରି ଚାଲିଛନ୍ତି। ରୋଗୀଙ୍କୁ କିପରି ସୁସ୍ଥ କରିବେ ସେ ଉଦ୍ୟମ ଜାରି ରଖିଛନ୍ତି।

ଏହି କ୍ରମରେ ସୋସିଆଲ ମିଡିଆରେ ଜଣେ ଡାକ୍ତରଙ୍କ ଫଟୋ ଖୁବ ଭାଇରାଲ ହେଉଛି। ଯାହାକୁ ଦେଖି ଆପଣ ପ୍ରଶଂସା କରି ରହି ପାରିବେ ନାହିଁ। ଜଣେ ଡାକ୍ତର ୧୫ ଘଣ୍ଟା ଡ୍ୟୁଟି କରିସାରିବା ପରେ ଯେତେବେଳେ ସେ ପିପିଇ କିଟକୁ ଓହ୍ଲାଇ ଦେଉଛନ୍ତି ତାଙ୍କର କିଭଳି ଅବସ୍ଥା ହୋଇଛି ତାହା ଦେଖିବାକୁ ମିଳୁଛି। ଡାକ୍ତର ଜଣକ ଝାଳରେ ପୂରାପୂରି ଗାଧେଇ ପଡ଼ିଛନ୍ତି।

୨୮ ତାରିଖ, ବୁଧବାର ଦିନ ଡାକ୍ତର ସୋହେଲ ନିଜ ଟ୍ୱିଟର ଆକାଉଣ୍ଟରେ ଏହି ଫଟୋ ସେୟାର କରି ଲେଖିଥିଲେ ଯେ, ‘ଦେଶ ପାଇଁ କିଛି କରୁଥିବାରୁ ମୁଁ ଗର୍ବିତ।’

ଡାକ୍ତର ସୋହେଲ ଦୁଇଟି ଫଟୋକୁ କୋଲାଜ୍ କରି ସେୟାର କରିଛନ୍ତି। ଗୋଟିଏରେ ସେ ପିପିଇ କିଟ୍ ପିନ୍ଧିଛନ୍ତି ଓ ଅନ୍ୟଟିରେ ପିପିଇ କିଟ୍ ଓହ୍ଲେଇବା ପରେ ଝାଳରେ ସମ୍ପୂର୍ଣ୍ଣ ଓଦା ହୋଇଥିବା ନଜର ଆସିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ