ଖେଳ ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ତୀରନ୍ଦାଜରେ ଗୋଲ୍ଡ ମେଡେଲ୍ ଜିତିଥିଲେ ମମତା, ଏବେ ବିକ୍ରି କରୁଛନ୍ତି ଝାଲମୁଢି

ଝାରଖଣ୍ଡ ୦୪/୦୨: ତୀରନ୍ଦାଜରେ ସ୍ୱର୍ଣ୍ଣ ପଦକ ଜିତିଥିବା ମମତା ପରିବାରର ଆର୍ଥିକ ଅବସ୍ଥା ହେତୁ ଝାଲମୁଢି ବିକ୍ରି କରି ପେଟ ପୋଷୁଛନ୍ତି । ଝାରଖଣ୍ଡ,ଧନବାଦର ତେଲିପଡାରେ ରହୁଥିବା ମମତା ୧୩ ବର୍ଷ ବୟସରେ ତୀରନ୍ଦାଜରେ ସ୍ୱର୍ଣ୍ଣ ପଦକ ଜିତି ରାଜ୍ୟକୁ ଗର୍ବିତ କରିଥିଲେ । କିନ୍ତୁ ଆଜି ସେ ଖେଳ ଛାଡି ମୁଢି ବିକ୍ରି କରୁଛନ୍ତି । ମମତାଙ୍କୁ ଧନବାଦରେ ‘ଗୋଲ୍ଡ ଗାର୍ଲ’ ନାମରେ ମଧ୍ୟ ଜଣାଯାଏ ।


ମମତା ସେଣ୍ଟର ଅଫ୍ ଏକ୍ସଲେନ୍ସ ଫର ଆର୍ଚେରୀରେ ତୀରନ୍ଦାଜ ଟ୍ରେନିଂ ନେଉଥିଲେ । କରୋନା ମହାମାରୀ ଯୋଗୁଁ ଲକଡାଉନରେ ସେ ଘରକୁ ଆସିଥିଲେ । କିନ୍ତୁ ପରିବାରର ଆର୍ଥିକ ଅଭାବରୁ ସେ ଫେରି ପାରି ନଥିଲେ । ତୀରନ୍ଦାଜ ଛାଡି ମମତା ଆଜି ତାଙ୍କ ପରିବାରର ଯତ୍ନ ନେଉଛନ୍ତି । ଘରର ଆର୍ଥିକ ଅବସ୍ଥା ଖରାପ ହେତୁ ସେ ଝାଲମୁଢି ବିକ୍ରୟ କରି ପ୍ରତିଦିନ ୧୦୦-୨୦୦ ଟଙ୍କା ରୋଜଗାର କରି ନିଜ ଘର ଚଳାଉଛନ୍ତି । ମମତା କହିଛନ୍ତି,୧୩ ବର୍ଷରୁ କମ୍ ତୀରନ୍ଦାଜରେ ସ୍ୱର୍ଣ୍ଣ ପଦକ ଜିତିବା ବ୍ୟତୀତ ସେ ନେସନାଲ୍ ଚାମ୍ପିଅନସିପରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେ ଆଗକୁ ଖେଳିବାକୁ ଚାହୁଁଥିଲେ କିନ୍ତୁ କେହି ତାଙ୍କୁ ସାହାଯ୍ୟ କରିନଥିଲେ ।

ମମତାଙ୍କ ମା କହିଛନ୍ତି, ତାଙ୍କର ଲକ୍ଷ୍ୟ କେବେ ଭୁଲ୍ ହୁଏ ନାହିଁ । ସେ ଅନେକ ପଦକ ଜିତିଛନ୍ତି । ଏଥି ସହିତ ମମତାଙ୍କୁ ଯଥାସାଧ୍ୟ ସାହାଯ୍ୟ କରିବାକୁ ଧନବାଦ ତୀରନ୍ଦାଜ ସଂଘର ସଦସ୍ୟମାନେ କହିଛନ୍ତି ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି