ରାଜ୍ୟ ସ୍ପେଶାଲ ରିପୋର୍ଟ

ତୀବ୍ର ହେବାରେ ଲାଗିଛି କ୍ରସର ବିରୋଧୀ ଆନ୍ଦୋଳନ, ଧାରଣାସ୍ଥଳରେ ମାଣବସା ପାଳିଲେ ମହିଳା

ବୌଦ୍ଧ ୧୭।୧୧: ତୀବ୍ର ହେବାରେ ଲାଗିଛି କ୍ରସର ବିରୋଧୀ ଆନ୍ଦୋଳନ । ଆନ୍ଦୋଳନ ଆଜିକୁ ୧୭ଦିନ ପୁରିଥିବା ବେଳେ ଆହୋରାତ୍ର ଧାରଣାରେ ବସିଛନ୍ତି ବୌଦ୍ଧ ଜିଲ୍ଲାର ଖରଭୂଇଁ ଅଞ୍ଚଳର ଗ୍ରାମବାସୀ । ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ଧାରଣାସ୍ଥଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୩ ପ୍ଲାଟୁନ ପୋଲିସ ଫୋର୍ସ ଓ ଏସଡିପିଓଙ୍କ ସମେତ ୪ ଜଣ ଇନ୍ସପେକ୍ଟରଙ୍କୁ ମୃତୟନ କରାଯାଇଛି ।

ସେପଟେ କ୍ରସରକୁ ଗାଡି ପୁରାଇଦେବୁ ନାହିଁ ବୋଲି ଗ୍ରାମବାସୀ ଚେନାବନୀ ଦେଇଛନ୍ତି । ବୁଧବାର ରାତିସାରା ଧାରଣାରେ ବସିରହିଥିଲେ ଗ୍ରାମବସୀ । ତେବେ ଗୁରୁବାର ମହିଳାମାନଙ୍କ ଗୁରୁବାର ଲଷ୍ମୀ ପୂଜା ବା ମାଣବସା ପର୍ବ ହୋଇଥିବାରୁ ଧାରଣା ସ୍ଥଳରେ ହି ଗ୍ରାମର ଶତାଧିକ ମହିଳା ମାଣବସା ଗୁରୁବାର ପୂଜା କରିଛନ୍ତି । ଯେ ପର୍ଯ୍ୟନ୍ତ କ୍ରସର ବନ୍ଦ ନହୋଇଛି । ସେ ଯାଏଁ ଧାରଣାରେ ବସି ରହିବୁ ବୋଲି କହିଛନ୍ତି ଗ୍ରାମବସୀ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।