ନୂଆଦିଲ୍ଲୀ, ୦୪/୦୪: ଭାରତୀୟ ଦଳର ଲେଗ୍ ସ୍ପିନର୍ ୟୁଜବେନ୍ଦ୍ର ଚହଲ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ରହିଥାନ୍ତି । ସେ ରବିବାର ଆକାଶ ଚୋପ୍ରାଙ୍କ ଏକ ଟ୍ୱିଟର ମଜାଳିଆ ରିପ୍ଲାଏ ଦେଇଛନ୍ତି ।
ସୂଚନାନୁସାରେ, ରବିବାର ଆକାଶ ଚୋପ୍ରା ଏକ ଟ୍ୱିଟ୍ କରିଥିଲେ । ସେଥିରେ ସେ ୧୦୦ ମିଟରରୁ ଅଧିକ ଲମ୍ବର ଛକା ମାରିଲେ ୮ ରନ୍ ଦେବା ଦରକାର ବୋଲି କହିଥିଲେ । ଏହାର ରିପ୍ଲାଏ ଦେଇଥିଲେ ଚହଲ । ଚହଲ କହିଥିଲେ ଯେ, ଯଦି ସେନିତି ହୁଏ ତେବେ ତିନୋଟି ଡଟ୍ ବଲ ପକାଇଲେ ଗୋଟିଏ ଓ୍ୱିକେଟ୍ ମିଳିବା ଦରକାର । ସୂଚନାଯୋଗ୍ୟ, ନିକଟରେ ଚହଲ ସୋସିଆଲ ମିଡିଆରେ ଆଇପିଏଲ ଫ୍ରାଞ୍ଚାଇଜି ରାଜସ୍ଥାନ ରୟାଲ୍ସ ସହ ଏକ ମଜାଳିଆ ଘଟଣାକ୍ରମରେ ସାମିଲ ହୋଇଥିଲେ ।
ତେବେ ଚହଲଙ୍କ ରିପ୍ଲାଏରେ ପୁଣି କମେଣ୍ଟ୍ ଦେଇଥିଲେ ଆକାଶ । ସେ କହିଥିଲେ ଯେ, ଯଦି ଜଣେ ବୋଲର ତିନୋଟି ଓ୍ୱିକେଟ୍ ନେଉଛି ତେବେ ତାକୁ ଆଉ ଏକ ଓଭର ପକାଇବାର ସୁଯୋଗ ମିଳିବା ଦରକାର । ଏପରି ଭାବେ ଉଭୟଙ୍କ କଥୋପକଥନ ନେଟିଜେନ୍ସଙ୍କୁ ପସନ୍ଦ ଆସିଥିଲା ।
ସୂଚନାଯୋଗ୍ୟ, ୩୧ ବର୍ଷୀୟ ଚହଲଙ୍କୁ ରାଜସ୍ଥାନ ରୟାଲ୍ସ ୨୦୨୨ରେ ୬କୋଟି ୫୦ ଲକ୍ଷ ଟଙ୍କାରେ କିଣିଥିଲା । ନିଲାମୀ ପୂର୍ବରୁ ସେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଖେଳୁଥିଲେ । କିନ୍ତୁ ଏଥର ତାଙ୍କୁ ବେଙ୍ଗାଲୁରୁ କ୍ରୟ କରିବାକୁ ଆଗ୍ରହ ଦେଖାଇନଥିଲା ।