ଅପରାଧ ରାଜ୍ୟ

ତିନି ମନ୍ଦିରରୁ ସିରିଜ୍ ଲୁଟ୍, ଦାନ ବାକ୍ସ ଭାଙ୍ଗି ଟଙ୍କା ଓ ପିତଳ ବାସନ ଲୁଟିନେଲେ ଦୁର୍ବୃତ୍ତ

ଆଠଗଡ ୨୯/୦୫: ତିନି ମନ୍ଦିରରୁ ସିରିଜ୍ ଲୁଟ୍ ପରେ ପୋଲିସର ହାତ ଖାଲି । କଟକ ଜିଲ୍ଲା ଆଠଗଡ ଥାନା ଅନ୍ତର୍ଗତ ଜଗନ୍ନାଥ ବଲ୍ଲଭ ଶାସନ ଗ୍ରାମରେ ଥିବା ମା ରାଜେଶ୍ୱରୀ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଜିନିଷ ଚୋରୀ ହୋଇଥିବା ବେଳେ ସେହିପରି ମୁକ୍ତାଦେଇପୁର ସ୍ଥିତହନୁମାନ ଏବଂ ବିଶ୍ଵନାଥ ମନ୍ଦିରରୁ ଦାନ ବାକ୍ସ ଭାଙ୍ଗି ଟଙ୍କା ସହ ପିତଳ ବାସନ ଚୋରି କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ ।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଏହି ସମସ୍ତ ମନ୍ଦୀରରେ ଚୋରୀ ହୋଇଥିବା ପିତଳ ବାସନ ସେଟ୍, ଢାଳ, ବାଲ୍ଟି, ଦୀପ, ଗରା, ଥାଳିଆ, ତସଲା, ଘଣ୍ଟ, ଘଣ୍ଟା, ରୋଷେଇ ସାମଗ୍ରୀ, ସୁନା ଅଳଙ୍କାର ସହିତ ନଗଦ ଟଙ୍କା ଚୋରୀ ହୋଇଥିବା ଗ୍ରାମବାସୀ ଏବଂ ପୂଜକ ଆଠଗଡ଼ ଥାନାରେ ଅଭିଯୋଗ କରିଛନ୍ତି ।

ଦିନକୁ ଦିନ ଆଠଗଡ ସହର ହେଉ କି ଗ୍ରାମାଞ୍ଚଳ ଚୋରୀ ଡକାୟତ ବଢ଼ିବାରେ ଲାଗିଛି ହେଲେ ପୋଲିସ୍ ହାତ ଖାଲି ଯେଉଁଥିପାଇଁ ଚୋର ମାନେ ଚୋରୀ କରି ଖସି ଯିବାରେ ସଫଳ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।