ଅପରାଧ ରାଜ୍ୟ

ତିନି ଦିନ ହେବ ରାସ୍ତାରେ ଥୁଆ ହୋଇଛି କାର୍: ସ୍ଥାନୀୟ ଅଞ୍ଚଳରେ ଆତଙ୍କ, ପୋଲିସର ଯାଞ୍ଚ

ସାଲେପୁର ୧୧/୦୬: ତିନିଦିନ ହେବ ରାସ୍ତାରେ ଥୁଆ ହୋଇଛି ଦାମୀ କାର । ତେବେ କିଏ କାହିଁକି ଛାଡିଗଲା ସେନେଇ କିଛି ଜଣାପଡିନି । ଯାହା ଅନୁମାନ କରାଯାଉଛି ଯେ, ଗାଡିଟିକୁ କେହି ଥୋଇ ଦେଇ କେଉଁଆଡେ ଫେରାର୍ ହୋଇଯାଇଛି । ସାଲେପୁର ଥାନା ମାଛୁଆତି ତାରିଣୀ ଛକ ରାସ୍ତାରେ ଥୁଆ ହୋଇଥିବା ଏହି କାର ।

ଗାଡିଟିରେ ଲାଗିଥିବା ନମ୍ବରପ୍ଲେଟରୁ ତଥ୍ୟ ଜଣାପଡୁଛି ଗାଡିର ମାଲିକଙ୍କ ନାମ ଶେଖ ସୁଲତାନ । ENDEAVOUR ଗାଡିଟିର ଭୁବନେଶ୍ୱରରର ରେଜିଷ୍ଟ୍ରେସନ ହୋଇଥିଲାବେଳେ RC ଆକ୍ଟିଭ ଥିବା ନମ୍ବର ପ୍ଲେଟରୁ ଜଣାପଡୁଛି ।

ହେଲେ ଗୋଟିଏ ଜାଗାରେ ଗାଡିଟି ୩ ଦିନ ହେବ ଥୁଆ ହୋଇଥିବାକୁ ନେଇ ସ୍ତାନୀୟ ଅଂଚଳରେ ଗୁଞ୍ଜରଣ ସୃଷ୍ଟିହୋଇଛି । ଏହା ଖାଲି ଗାଡି ନାଁ ଏଥିରେ କିଛି ଅଛି ତାହା ଜଣାପଡିନି । ପୋଲିସ ଯଦି ଘଟଣା ସ୍ଥଳରେ ପହଞ୍ଚି ପ୍ରକୃତ କାଗଜପତ୍ର ଯାଞ୍ଚ କରିବ ତେବେ ହୁଏତ ଘଟଣାରେ ସତ୍ୟାସତ୍ୟ ଜଣାପଡିବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।