ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ତିନିଥର ପ୍ଲାଜମା ଦାନ କରି ୬ ଜଣଙ୍କ ଜୀବନ ବଞ୍ଚାଇଲେ ଗଞ୍ଜାମର କରୋନା ଯୋଦ୍ଧା

ଭୁବନେଶ୍ବର : ଓଡ଼ିଶାର ଜଣେ କରୋନା ଯୋଦ୍ଧା ତିନିଥର ପ୍ଲାଜମା ଦାନ କରି ରାଜ୍ୟରେ ବିରଳ ଉଦାହରଣ ସ୍ଥାପନ କରିଛନ୍ତି । ସେ ହେଉଛନ୍ତି ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡାର ଏନ.ଡମ୍ବରୁ ରେଡ୍ଡୀ ।

ସେ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜଠାରେ ଥିବା ପ୍ଲାଜମା ବ୍ୟାଙ୍କରେ ତିନିଥର ପ୍ଲାଜମା ଦାନ କରିଛନ୍ତି । ଏହା ଦ୍ବାରା ସେ ୬ଟି ଅମୂଲ୍ୟ ଜୀବନ ବଞ୍ଚାଇ ପାରିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି କୁହାଯାଇଛନ୍ତି । ତାଙ୍କର ଏହି ସେବା ପାଇଁ ତାଙ୍କୁ ବିଭାଗ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

। ଓଡ଼ିଶାରେ ଗତ କାଲି ୧୦୧୮ ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏଗୁଡ଼ିକ ମଧ୍ୟରୁ ୪୩୩ ଟି ସ୍ଥାନୀୟ ସଂକ୍ରମଣ ଥିବାବେଳେ ୫୮୫ ଟି ମାମଲା କ୍ୱାରାଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛି । ୧୦୧୮ ଟି ନୂଆ ମାମଲା ସହ ଓଡ଼ିଶାର ମୋଟ କରୋନା ସଂକ୍ରମଣ ମାମଲା ସଂଖ୍ୟା ୩,୦୭,୦୦୪ ରେ ପହଞ୍ଚିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ