ଅପରାଧ ରାଜ୍ୟ

ତିନିଜଣରେ ଜଣେ ମହିଳା ଶୋଷଣର ଶିକାର ହୋଇଥା’ନ୍ତି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ଲିଙ୍ଗଭିତ୍ତିକ ହିଂସା ହେଉଛି ବିଶ୍ୱରେ ମାନବିକ ଅଧିକାରର ସର୍ବପୁରାତନ ଉଲ୍ଲଂଘନ। ଏହା କୌଣସି ସାମାଜିକ, ଅର୍ଥନୈତିକ କିମ୍ବା ଜାତୀୟ ସୀମା ମଧ୍ୟରେ ସୀମାବଦ୍ଧ ନୁହେଁ। ବିଶ୍ୱରେ ତିନିଜଣ ମହିଳାଙ୍କ ମଧ୍ୟରୁ ଜଣେ ତାଙ୍କ ଜୀବନକାଳରେ ଶାରୀରିକ କିମ୍ବା ଯୌନ ଶୋଷଣର ଶିକାର ହୋଇଥା’ନ୍ତି। ଲିଙ୍ଗଭିତ୍ତିକ ହିଂସା ସମ୍ବନ୍ଧୀୟ ସଚେତନତା ସୃଷ୍ଟି ପାଇଁ ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଏଭଳି ମତ ପ୍ରକାଶ ପାଇଛି। ୱାନ ଷ୍ଟପ୍‌ ସେଣ୍ଟର(ସଖୀ), ସୁଧାର ଗୃହ, ଉଜ୍ଜ୍ୱଳା ଘର, ପରିବାର ପରାମର୍ଶ କେନ୍ଦ୍ର ଏବଂ ମହିଳା ହେଲ୍‌ପ ଲାଇନ୍‌ ପକ୍ଷରୁ ବିଭିନ୍ନ ସ୍ତରରେ ଏଭଳି କାର୍ଯ୍ୟକ୍ରମ ହୋଇଛି। ଏହି ଉପଲକ୍ଷେ ମହିଳା ଓ ଶିଶୁ ବିକାଶ ବିଭାଗର ଆଭ୍ୟନ୍ତରୀଣ କମିଟିର ସଦସ୍ୟମାନଙ୍କ ପାଇଁ ଦୁଇଦିନିଆ ତାଲିମ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ପ୍ରତ୍ୟେକ ସରକାରୀ ବିଭାଗର ଆଭ୍ୟନ୍ତରୀଣ କମିଟିର ଦୁଇଜଣ ସଦସ୍ୟ ଲିଙ୍ଗଗତ ଭେଦଭାବ, ଲିଙ୍ଗଭିତ୍ତିକ ହିଂସା, କର୍ମକ୍ଷେତ୍ରରେ ଯୌନ ଉତ୍ପୀଡ଼ନ ଏବଂ ଆଭ୍ୟନ୍ତରୀଣ କମିଟି ଏସବୁ କ୍ଷେତ୍ରରେ କିପରି ସକ୍ରିୟ ଭୂମିକା ଗ୍ରହଣ କରିପାରିବେ ଓ ସମ୍ବେଦନଶୀଳତାର ସହ ବିଭାଗ ସ୍ତରରେ ଏସବୁ ସମସ୍ୟାର ସମାଧାନ କିପରି ହୋଇପାରିବ ସେ ସମ୍ବନ୍ଧରେ ପ୍ରଶିକ୍ଷଣ ହାସଲ କରିଥିଲେ। ଆଭ୍ୟନ୍ତରୀଣ କମିଟି ନ ଥିବା ଜିଲ୍ଲାସ୍ତରୀୟ ବିଭିନ୍ନ କାର୍ଯ୍ୟାଳୟରେ ଓ ଜିଲ୍ଲାର ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ମହିଳାମାନେ କିପରି ଯୌନ ଉତ୍ପୀଡ଼ନ, ଲିଙ୍ଗଭିତ୍ତିକ ହିଂସା, ଲିଙ୍ଗଗତ ଭେଦଭାବ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିପାରିବେ, ସେ ଦିଗରେ ପ୍ରଶିକ୍ଷଣ ଦିଆଯାଇଛି। ଲିଙ୍ଗଭିତ୍ତିକ ହିଂସାମୁକ୍ତ ସମାଜ ଗଠନ କରିବା ପାଇଁ ସମସ୍ତଙ୍କ ପ୍ରତିବଦ୍ଧତାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଜିଲ୍ଲାସ୍ତରରେ ଦସ୍ତଖତ ଅଭିଯାନ ମଧ୍ୟ କରାଯାଇଥିଲା। ୱାନ ଷ୍ଟପ୍‌ ସେଣ୍ଟର(ସଖୀ) ମାଧ୍ୟମରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହିତ ଲିଙ୍ଗଭିତ୍ତିକ ହିଂସା ପ୍ରସଙ୍ଗରେ ଆଲୋଚନା ହୋଇଥିଲା।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।