ରାଜ୍ୟ ସ୍ପେଶାଲ ରିପୋର୍ଟ

ତାଳଚେର ମେଡିକାଲ କଲେଜ ଏବେ ନୁହେଁ! ଆରମ୍ଭ ହେବାକୁ ଲାଗିବ ଆଉ ୩ ବର୍ଷ

ଅନୁଗୁଳ : ତାଳଚେରରେ ନିର୍ମାଣ ହୋଇଥିବା ମହାନଦୀ ଇନ୍‌ଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ମିମ୍‌ସାର)ରେ ନାମଲେଖା ନିକଟ ଭବିଷ୍ୟତରେ ହେବାର ସମ୍ଭାବନା ନାହିଁ। ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ଏହି ମେଡିକାଲ କଲେଜକୁ ୨୦୨୫-୨୬ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ସେ କହିଛନ୍ତି। ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଏହିଭଳି ମନ୍ତବ୍ୟ ପରେ ଏହି କଲେଜରେ ଭବିଷ୍ୟତ ପୁଣି ଆଶଙ୍କା ଘେରକୁ ଚାଲିଯାଇଛି। କିଛିଦିନ ପୂର୍ବରୁ ଏହି ମେଡିକାଲ କଲେଜର ଡାକ୍ତରଖାନା ଚଳାଇବା ନେଇ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା, ଏହାକୁ ନେଇ ଅନୁଗୁଳବାସୀ ଆଶାବାଦୀ ହୋଇଥିଲେ। ମାତ୍ର, ଏବେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଏହି ସୂଚନା ଜିଲ୍ଲାବାସୀଙ୍କୁ ନିରାଶ କରିଛି।

ଏହି ମେଡିକାଲ କଲେଜ ଓ ଡାକ୍ତରଖାନା ନିର୍ମାଣ ପାଇଁ ୨୦୧୪ରେ ରାଜ୍ୟ ସରକାର ଓ ଏମ୍‌ସିଏଲ୍ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା। ଏହାକୁ ତାଳଚେର ନେହରୁ ଶତାବ୍ଦୀ ଡାକ୍ତରଖାନା ନିକଟରେ କରିବା ପାଇଁ ନିଷ୍ପତ୍ତି ହେବାପରେ ନୂଆ କୋଠା ପାଇଁ ରାଜ୍ୟ ସରକାର ୨୦ ଏକର ଜମି ଯୋଗାଇ ଦେଇଥିଲେ। ଏଠାରେ ୧୦୦ଟି ଆସନ ବିଶିଷ୍ଟ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ପାଇଁ ପାଠପଢ଼ା ହେବା ସହ ନେହରୁ ଶତାବ୍ଦୀ ଡାକ୍ତରଖାନାକୁ ମିଶାଇ ୫ଶହ ଶଯ୍ୟା ବିଶିଷ୍ଟ ଏକ ଅତ୍ୟାଧୁନିକ ଡାକ୍ତରଖାନା କାର୍ଯ୍ୟ କରିବ ବୋଲି କୁହାଯାଇଥିଲା। ପରେ ୨୦୧୬ରେ ମେଡିକାଲ କଲେଜ କୋଠା ନିର୍ମାଣ ଆରମ୍ଭ ହେବାସହ ୨୦୧୮ରେ ଶେଷ ହୋଇଥିଲା।

୨୦୧୯-୨୦ ବର୍ଷରୁ ଏହି ମେଡିକାଲ କଲେଜରେ ପାଠପଢ଼ା ସହ ଚିକିତ୍ସା ସେବା ଆରମ୍ଭ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ, ବିଭିନ୍ନ କାରଣରୁ ଏହା ଅଟକି ରହିଛି। ଚଳିତବର୍ଷ ପୁରୀର ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ ହୋଇଥିଲାବେଳେ କେନ୍ଦୁଝର ମେଡିକା୍ଲ କଲେଜରେ ୧୦୦ ଏମ୍‌ବିଏସ୍ ଆସନରେ ନାମଲେଖା ପାଇଁ ତିନିମାସ ତଳେ ଅନୁମୋଦନ ଆସିଛି। ୨୦୨୨-୨୩ ଶିକ୍ଷାବର୍ଷରୁ ଏଠାରେ ପାଠ ପଢ଼ା ଆରମ୍ଭ ହେବ। ହେଲେ ଏହା ଆଗରୁ ଭିତ୍ତି ପଡ଼ିଥିବା ତାଳଚେରସ୍ଥିତ ମହାନଦୀ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ(ମିମ୍‌ସାର)କୁ ନେଇ ଅନିଶ୍ଚିତତା ବଢ଼ୁଥିବାରୁ ଏହାକୁ ନେଇ ଅନୁଗୁଳ ଓ ତାଳଚେର ସମେତ ପଡ଼ୋଶୀ ଢେଙ୍କାନାଳ, ଦେବଗଡ଼ ଓ ବୌଦ୍ଧ ଜିଲ୍ଲାର ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।