ରାଜ୍ୟ ସ୍ପେଶାଲ ରିପୋର୍ଟ

ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପ: ଜମି ଅଧିଗ୍ରହଣ ନୈରାଶ୍ୟଜନକ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କ ଗତ ୬୦ ବର୍ଷ ପୁରୁଣା ଦାବି, ତାଳଚେର-ବିମଳାଗଡ଼ା ରେଳପଥ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ଦେଖିବାକୁ ମିଳୁନି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ପଶ୍ଚିମ ଓଡ଼ିଶାବାସୀ ଅନାୟାସରେ ରାଜ୍ୟ ରାଜଧାନୀ ସହ ଯୋଡ଼ି ହେବାସହ ଖଣିଜପଦାର୍ଥ ପରିବହନ ସମସ୍ୟାର ସମାଧାନ ହେବ। ମୋଟାମୋଟି ଭାବେ ଏହି ପ୍ରକଳ୍ପ ରାଜ୍ୟ ରାଜକୋଷକୁ ଆହୁରି ସମୃଦ୍ଧ କରିବ। ତଥାପି, ପ୍ରକଳ୍ପର କାର୍ଯ୍ୟକାରିତା ପ୍ରତି ଦୃଷ୍ଟି ଦେଉନାହାନ୍ତି ରାଜ୍ୟ ସରକାର। ଶିଥିଳ ଜମି ଅଧିଗ୍ରହଣ ଏହାର ଏକ ଜ୍ବଳନ୍ତ ଉଦାହାରଣ।

ସୂଚନା ଅନୁସାରେ, ଜମି ଅଧିଗ୍ରହଣ ପାଇଁ କ୍ଷତିପୂରଣ ବାବଦକୁ ରେଳବାଇ ପକ୍ଷରୁ ପ୍ରାୟ ୪୫୦ କୋଟି ଟଙ୍କା ରାଜ୍ୟ ସରକାରଙ୍କ ତହବିଲରେ ଜମା କରାଯାଇଛି। କିନ୍ତୁ, କେବଳ ଅନୁଗୁଳ ଜିଲ୍ଲାରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆଗେଇଥିବାବେଳେ ଉଭୟ ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲା ପ୍ରଶାସନର ଏଥିପ୍ରତି ଅବହେଳା ପ୍ରଦର୍ଶନ କରି ଆସୁଛନ୍ତି। ଉଲ୍ଲେଖଯୋଗ୍ୟ, ମୋଟ୍ ୧୪୯.୭୮ କିଲୋମିଟର ବିଶିଷ୍ଟ ଏହି ରେଳପଥ ପ୍ରକଳ୍ପ ପାଇଁ ସୁନ୍ଦରଗଡ଼-ଅନୁଗୁଳ-ଦେବଗଡ଼ ଜିଲ୍ଲାରେ ୧୧୫ଟି ଗାଁର ୮୫୪.୫୪ ଏକର ବେସରକାରୀ ଜମି ଅଧିଗ୍ରହଣର ଆବଶ୍ୟକତା ରହିଛି। ଏଥିପାଇଁ ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ବ୍ଲକ୍‌ର ସର୍ବାଧିକ ୨୨ ଗାଁ, କୋଇଡ଼ା ବ୍ଲକ୍‌ର ୪ ଗାଁ ଓ ବଣାଇଁ ବ୍ଲକ୍‌ର ୩ ଗାଁରେ ମୋଟ୍ ୨୪୮.୦୨ ଏକର ଜମି ଅଧିଗ୍ରହଣ କରାଯିବ। ସେହିଭଳି, ଦେବଗଡ଼ ଜିଲ୍ଲାର ୧୯ଟି ଗାଁର ୧୯୨.୦୯ ଏକର ଅନୁଗୁଳ ଜିଲ୍ଲାରେ ୬୭ଟି ଗାଁର ୪୧୪.୪୩ ଏକର ଓ ଜମି ଅଧିଗ୍ରହଣ କରାଯିବ। ଏହିକ୍ରମରେ ଏଯାବତ୍‌ ଅନୁଗୁଳ ଜିଲ୍ଲାରେ ୫୧୦.୦୩୫ ଏକର ଜମି ଅଧିଗ୍ରହଣ କରାଯାଇଛି। ତେବେ, ସୁନ୍ଦରଗଡ଼ ଜିଲ୍ଲାରେ ଏଯାଏ ମାତ୍ର ଗୋଟିଏ ଗାଁର ୨.୦୫ ଏକର ଜମି ଅଧିଗ୍ରହଣ କରାଯାଇଛି। ପ୍ରଶାସନର ଉଦାସୀନତା ଯୋଗୁଁ ବାକି ୨୮ଟି ଗାଁରେ କେବେ ଜମି ଅଧିଗ୍ରହଣ କରାଯିବ, ତାହା ସ୍ପଷ୍ଟ ଜଣାପଡ଼ୁନି। ଦୁର୍ଭାଗ୍ୟଜନକ ବିଷୟ ଏହା ଯେ, ଦେବଗଡ଼ ଜିଲ୍ଲାରେ ଏବେସୁଦ୍ଧା କାଣିଚାଏଁ ଜମି ବି ଅଧିଗ୍ରହଣ ହୋଇପାରିନି।

ଅନ୍ୟପକ୍ଷରେ, ୨୦୨୫ ସୁଦ୍ଧା ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ରଖଯାଇଛି। ମାତ୍ର, ଜମି ଅଧିଗ୍ରହଣ ପ୍ରକ୍ରିୟା ଶୀତଳଭଣ୍ଡାରକୁ ଚାଲିଯାଇଥିବାରୁ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ଶେଷହେବା ଆଶା କ୍ଷୀଣ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।