ରାଜ୍ୟ

ତାଳଚେର-ବିମଳାଗଡ଼ ପ୍ରକଳ୍ପରେ କଟିବ ୩୦,୭୩୪ ଗଛ: ବନୀକରଣ ଶୂନ, କାଟିବାକୁ ଆତୁର

ରାଉରକେଲା: ବିଭିନ୍ନ ପ୍ରକଳ୍ପ ପାଇଁ ବ୍ୟାପକ ସଂଖ୍ୟାରେ ଗଛ କଟାଯାଉଛି। ବିଶେଷକରି ଜାତୀୟ ରାଜପଥ/ରାଜ୍ୟ ରାଜପଥ ପାଇଁ ବହୁମାତ୍ରାରେ ଗଛ ବଳିପଡ଼ୁଛି। ସେହି ଅନୁପାତରେ କିନ୍ତୁ ବୃକ୍ଷରୋପଣ ହେଉନି। ଫଳରେ ସବୁଜିମାରେ ପରିପୂର୍ଣ୍ଣ ରାସ୍ତା କଡ଼ ଏବେ ଖାଲି ହେବାରେ ଲାଗିଲାଣି। ବିଶେଷକରି ସୁନ୍ଦରଗଡ଼ ଜିଲ୍ଲାରେ ଏଭଳି ଏକାଧିକ ପ୍ରକଳ୍ପ ନିର୍ମାଣବେଳେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। ଏବେ ଜରୖକେଲାରୁ ରାଉରକେଲା ପର୍ଯ୍ୟନ୍ତ ନିର୍ମାଣହେବାକୁ ଥିବା ଜାତୀୟ ରାଜପଥ ୩୨୦(ଡି) କ୍ଷେତ୍ରରେ ମଧ୍ୟ ସମାନ ଅବହେଳା ଦେଖାଦେଲାଣି।

ଓଡ଼ିଶା ସୀମାନ୍ତ ଜରୈକେଲାରୁ ରାଉରକେଲା ପର୍ଯ୍ୟନ୍ତ ପାଖାପାଖି ୩୦ କିଲୋମିଟର ଜାତୀୟ ରାଜପଥ ୩୨୦(ଡି) ନିର୍ମାଣ କରାଯିବ। ଏନେଇ ପ୍ରକ୍ରିୟା ବି ଆରମ୍ଭ ହୋଇଗଲାଣି। ଏଥିପାଇଁ ରାଉରକେଲା ବନଖଣ୍ଡ ଅଧିନସ୍ଥ ପାନପୋଷ ଓ ବିଶ୍ରା ରେଞ୍ଜ୍‌ ଅନ୍ତର୍ଗତ ୧୭୨୩ଟି ଗଛ କଟାଯିବ। ନିୟମାନୁଯାୟୀ, ପ୍ରକଳ୍ପ ପାଇଁ ଯେତିକି ସଂଖ୍ୟକ ଗଛ କଟା ହେବ, ତାର ଦୁଇଗୁଣ ବୃକ୍ଷରୋପଣ କରାଯିବା ଅନିବାର୍ଯ୍ୟ। କ୍ଷତିପୂରଣ ବାବଦକୁ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଆବଶ୍ୟକୀୟ କ୍ଷତିପୂରଣ ପାଇଁ ଅର୍ଥ ଅନୁମୋଦିତ ହୋଇସାରିଛି। କିନ୍ତୁ ବନୀକରଣ ପାଇଁ ସ୍ଥାନ ଚିହ୍ନଟ ହୋଇପାରିନି କିମ୍ବା କେତେ ଗଛ ଲାଗିବ ତାହା ବି ସ୍ପଷ୍ଟ କରାଯାଇନି। ଫଳରେ ଗଛ କାଟିବାକୁ ଓଡ଼ିଶା ବନ ଉନ୍ନୟନ ନିଗମ(ଓଏଫ୍‌ଡିସି)କୁ ଏଯାଇ ଅନୁମତି ମିଳିନି। ତଥାପି ଓଏଫ୍‌ଡିସି ପକ୍ଷରୁ ଗଛ କାଟିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଜାତୀୟ ରାଜପଥ ନିର୍ମାଣ ପାଇଁ ଆଜି ଭାଲୁଲତା ଅଞ୍ଚଳରେ ଓଏଫ୍‌ଡିସି ପକ୍ଷରୁ ଗଛ କଟା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବେଶ୍‌ କିଛି ଗଛ କଟା ସରିଥିଲା। ତେବେ ଏନେଇ ସୂଚନା ପାଇ ବିଶ୍ରା ରେଞ୍ଜ୍‌ ଅଧିକାରୀ, କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗଛକଟା ବନ୍ଦ କରିଦେଇଥିଲେ।

ଉଲ୍ଲେଖଯୋଗ୍ୟ, ପ୍ରାୟ ୧୪୯ କିଲୋମିଟର ବିଶିଷ୍ଟ ତାଳଚେର-ବିମଳାଗଡ଼ ରେଳପଥ ପ୍ରକଳ୍ପ ପାଇଁ ମୋଟ୍‌ ୩୦,୭୩୪ଟି ଗଛ କାଟିବାକୁ ପଡ଼ିବ।ଏଥିମଧ୍ୟରୁ ସର୍ବାଧିକ ଗଛ ଦେବଗଡ଼ ବନଖଣ୍ଡରେ ରହିଛି। ଦେବଗଡ଼ ବନଖଣ୍ଡରେ ସର୍ବାଧିକ ୨୦,୫୯୩ (୬୭%) ଗଛ କଟାଯିବାକୁ ଥିବାବେଳେ ଅନୁଗୁଳରେ ୫୫୧୦ (୧୭.୯୨%), ବଣାଇରେ ୩୩୭୫ (୧୦.୯୮%) ଓ ରାଉରକେଲା ବନଖଣ୍ଡରେ ୧୨୫୬ (୪.୦୮%)ଟି ଗଛ ବଳି ପଡ଼ିବ। ଅନୁଗୁଳ ବନଖଣ୍ଡ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ପ୍ରସ୍ତାବିତ ସବୁ ଗଛ କଟାସରିଥିବାବେଳେ ଦେବଗଡ଼, ବଣାଇଁ ଓ ରାଉରକେଲା ବନଖଣ୍ଡରେ ସଂଖ୍ୟା ଢ଼େର୍‌ କମ୍‌।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।