ରାଜ୍ୟ

ତାଳଚେର ଜେଲ୍‌ରେ ସୁରକ୍ଷା ଢିଲା ଘଟଣା: ନିଲମ୍ବିତ ହେଲେ ଦୁଇ ୱାର୍ଡର୍‌

ତାଳଚେର : ଡ୍ୟୁଟି ସମୟରେ ଶୋଇବା ଘଟଣାରେ ତାଳଚେର ସହର ଉପଖଣ୍ଡ କାରାଗାର କର୍ତ୍ତୃପକ୍ଷ ଆଜି ଦୁଇ ୱାର୍ଡର୍‌ଙ୍କୁ ନିଲମ୍ବିତ କରିଛନ୍ତି।

ସୂଚନା ମୁତାବକ, ତାଳଚେର ଉପକାରାଗାରରେ ୱାର୍ଡର୍‌ ରୂପେ କାର୍ଯ୍ୟରତ ସୁନୀଲ ମଲ୍ଲିକ ଏବଂ ତ୍ରିଲୋଚନ ଭୋଇ ଜେଲ୍‌ର ମୁଖ୍ୟଦ୍ବାର ପାଖରେ ଶୋଇଥିଲେ। ଜଣେ ଗୋଟିଏ ଚୌକିରେ ବସି ଆଉ ଏକ ଚୌକିକୁ ଗୋଡ଼ ଲମ୍ବାଇ ଶୋଇଥିବା ବେଳେ ଅନ୍ୟ ଜଣେ ପିନ୍ଧିଥିବା ବିଭାଗୀୟ ସାର୍ଟ ଖୋଲି ଫାଟକ ପାଖରେ ଥିବା ଟେବୁଲ ତଳେ ଶୋଇଥିଲେ। ଏହି ଟେବୁଲ ଉପରେ କାରାଗାରର ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ରହିଥିଲା। ଏହାର କିଛି ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ଏ ସଂପର୍କରେ ‘ସମ୍ବାଦ’ରେ ଆଜି ‘ତାଳଚେର ଜେଲ୍‌ରେ ସୁରକ୍ଷା ଢିଲା’ ​ଶୀର୍ଷକ ଖବର ପ୍ରକାଶ ପାଇଥିଲା। ତାଳଚେର ଉପକାରାଗାର ଅଧୀକ୍ଷକ ଦିଲୀପ କୁମାର ବେହେରା କହିଛନ୍ତି, କାର୍ଯ୍ୟରତ ସମୟରେ ସୁନୀଲ ଓ ତ୍ରିଲୋଚନ ଶୋଇଥିଲେ। କର୍ତ୍ତବ୍ୟ​ରେ ଅବହେଳା ପାଇଁ ଦୁହିଁଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।