ଅପରାଧ ରାଜ୍ୟ

ତାଳଚେର ଖଣି ଅଞ୍ଚଳରେ ବଢ଼ିବାରେ ଲାଗିଛି ବେଆଇନ୍‌ ମଦ କାରବାର

ତାଳଚେର : ତାଳଚେର ଖଣି ଅଞ୍ଚଳରେ ଦିନକୁ ଦିନ ବଢ଼ିବାରେ ଲାଗିଛି ବେଆଇନ୍‌ ମଦ କାରବାର। ସବୁ ଜାଣି ବି ଅବକାରୀ ଓ ପୁଲିସ ବିଭାଗ ଆଖି ବୁଜି ଦେଇଥିବା ସାଧାରଣରେ ଅଭିଯୋଗ ହୋଇଛି। ଚୋରା ଦେଶୀ ଓ ବିଦେଶୀ ମଦରେ ତାଳଚେର ଭାସୁଥିବା ବେଳେ ଉଭୟ ବିଭାଗର ନିରବତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅଳ୍ପ ବୟସର ଛାତ୍ର ଓ ଯୁବପିଢ଼ି ନିଶା ମ‌ାୟାରେ ପଡ଼ି ଯାଉଛନ୍ତି। ଅବକାରୀ ବିଭାଗର ଆଖିରେ ଆଙ୍ଗୁଠି ଗେଞ୍ଜି ବିଭିନ୍ନ ଗାଁ ଓ ବଜାରରେ ବେଆଇନ୍‌ ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇଛି।

nari.punjabkesari.in

ତାଳଚେର ଥାନା, କୋଲିୟରୀ ଥାନା, ବିକ୍ରମପୁର ଥାନା ସହିତ ଗୋପାଳ ପ୍ରସାଦ ଥାନା ଅଞ୍ଚଳରେ ଅନେକ ସରକାରୀ ସ୍ବୀକୃତିପ୍ରାପ୍ତ ମଦ ଦୋକାନ ରହିଛି। ସେଥି ମଧ୍ୟରୁ କିଛି ଠିପି ବନ୍ଦ ବିଦେଶୀ ମଦ ଦୋକାନ ବି ରହିଛି। ଏହି ମଦ ଦୋକାନ ପାଖ ତଥା ଗୋପାଳ ପ୍ରସାଦ ଥାନା ଅଞ୍ଚଳର କଳମଛୁଇଁ ଗାଁରେ ଥିବା ମଦ ଦୋକାନ ଓ କନ୍ଧବେରଣୀ ଅଞ୍ଚଳରେ ଚାଲିଥିବା ଦେଶୀ ମଦ ବେପାର ସ୍ଥାନୀୟ ଅଞ୍ଚଳର ଯୁବପିଢ଼ିଙ୍କୁ ବିପଥଗାମୀ କରିଚାଲିଛି। କନ୍ଧବାରେଣୀ ଅଞ୍ଚଳରେ ବିପୁଳ ମାତ୍ରାରେ ମଦ ବୋତଲ ଚୋରା ଚାଲାଣ ହୋଇ ସେଥିରେ ନକଲି ମଦ ଆସି ସ୍ଥାନୀୟ ଅଞ୍ଚଳରେ ବିକ୍ରି ହେଉଥିବା ଦୀର୍ଘଦିନ ଧରି ଅଭିଯୋଗ ହୋଇ ଆସୁଛି। ତାଳଚେର ଓ କୋଲିୟରୀ ଥାନା ଅଞ୍ଚଳରେ ତ ଏହା ସୀମା ଟପିବାରେ ଲାଗିଲାଣି। ଢ଼େଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଅଞ୍ଚଳରୁ ଚୋରାରେ ମଦ ଆସି ଏଠାରେ ବେପାର ଚାଲିଥିବା ଅଭିଯୋଗ ହେଉଛି। ଏନେଇ ଉଭୟ ଅବକାରୀ ଓ ପୁଲିସ ବିଭାଗର ଅଧିକାରୀମାନେ ଚୁପ ରହୁଥିବା ବେଳେ ଦୁଇ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠିଛି।

TimesNow

ପ୍ରକାଶ ଯୋଗ୍ୟ, ତାଳଚେରରେ ରହିଥିବା ସମସ୍ତ ମଦ ‌ଦୋକାନରେ ସିସି କ୍ୟାମେରା ଯଦିଓ ଲାଗିଛି ତାହାକୁ ‌ଅବକାରୀ କିମ୍ବା ପୁଲିସ୍ କର୍ମଚାରୀ ଯାଞ୍ଚ କରନ୍ତି ନାହିଁ। ଯାହା ଫଳରେ ମଦ ଦୋକାନଗୁଡ଼ିକରୁ ପ୍ରତିଦିନ କାର, ଅଟୋ ଏବଂ ବାଇକ୍‌ରେ ଶହ ଶହ ବୋତଲ ମଦ ବେଆଇନ୍‌ ଭାବେ ବିଭିନ୍ନ ଗ୍ରାମାଞ୍ଚଳକୁ ଯାଉଛି। ଯଦି ବିଭାଗୀୟ ଅଧିକାରୀ ନିୟମିତ ଭାବେ ମଦ ଦୋକାନରେ ଲାଗିଥିବା ସିସି କ୍ୟାମେରାକୁ ଯାଞ୍ଚ କରନ୍ତେ ତେବେ କେଉଁ ବ୍ୟବସାୟୀ କେଉଁ ଗାଡ଼ିରେ ମଦ ନେଇ ଯାଉଛି ତାହା ଜଣା ପଡ଼ନ୍ତା ବୋଲି ବୁଦ୍ଧିଜୀବୀମାନେ ମତ ରଖିଛନ୍ତି। ଏ ନେଇ ତାଳଚେର ଅବକାରୀ ଥାନା ଅଧିକାରୀ ମଧୁସୂଦନ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଯଦି ମଦ ଦୋକାନଗୁଡ଼ିକରୁ କେହି କାର, ଅଟୋ କିମ୍ବା ବାଇକ୍‌ ଯୋଗେଁ ମଦ ନେଇ ବେଆଇନ୍‌ ଭାବେ ଚୋରା କାରବାର କରିବା ଅଭିଯୋଗ ଆସେ ତେବେ ଆମେ ଯେଉଁ ଅଞ୍ଚଳରୁ ଅଭିଯୋଗ ହୋଇଥିବ ସେହି ଅଞ୍ଚଳର ମଦ ଦୋକ‌ାନରେ ଲାଗିଥିବା ସିସି କ୍ୟାମେରକୁ ଯାଞ୍ଚ କରି ଜରିମାନା ଆଦାୟ କରାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।