ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ତାରା ତାରିଣୀଙ୍କ ପୀଠରେ ଆରମ୍ଭ ହେଲା ଷୋଡ଼ଶୋପଚାର ପୂଜା; ୧୬ ଦିନ ଧରି ଚାଲିବ ମା’ଙ୍କ ପୂଜାର୍ଚ୍ଚନା

ପୁରୁଷୋତ୍ତମପୁର ୧୮/୦୯: ଦକ୍ଷିଣ ଓଡିଶାର ମା ତାରାତାରିଣୀଙ୍କ ଶକ୍ତିପୀଠରେ ଶନିବାର ଠାରୁ ଷୋଢ଼ଶ ଉପଚାର ପୂଜା ଆରମଅବ ହୋଇଛି। ଆଶ୍ୱିନ ମାସ କୃଷ୍ଣ ପକ୍ଷ ମୂଳାଷ୍ଟମୀ ଠାରୁ ଶୁକ୍ଳ ପକ୍ଷ ନବମୀ ପର୍ଯ୍ୟନ୍ତ ଷୋଡ଼ଶ ଉପଚାର ପୂଜା ହେବ। ଶନିବାର ମାଙ୍କର ଉଥାପନ ଦିବସ ଯଥା ରିତିନୀତି ପାଳନ କରାଯାଇଛି। ଶତ୍ରୁକୁ ବିନାଶ କରିବା ପାଇଁ ସେ ଆଜି ଜାଗ୍ରତ ହୁଅନ୍ତି ବୋଲି ବିଶ୍ୱାସ ରହିଛି।

ସକାଳରୁ ବିଳମ୍ୱିତ ରାତି ପର୍ଯ୍ୟନ୍ତ ଅବକାଶ ପୂଜା, କୁମ୍ଭ ପୂଜା ଠାରୁ ସୂର୍ଯ୍ୟ ପୂଜା ପର୍ଯ୍ୟନ୍ତ, ଷୋଡ଼ଶ ଉପଚାର ପୂଜା, ଚଣ୍ଡୀପାଠ କରାଯାଇଛି। ସେହିପରି ମଧ୍ୟାହ୍ଣରେ ଅନ୍ନ ଭୋଗ, ସନ୍ଧ୍ୟାରେ ଅବକାଶ, ଶୁଖିଲା ଭୋଗ ଓ ସନ୍ଧ୍ୟା ଆଳତୀ ପରେ ଚଣ୍ଡୀପାଠ, ହୋମ କର୍ମ ପରେ ଅନ୍ନଭୋଗ ଓ ବଡ଼ ସିଂହାର ହୋଇ ମାଙ୍କ ପହୁଡ଼ ହୋଇ ଥାଏ। ଏପରି ଋଭାବେ ୧୬ ଦିନ ଧରି ମାଙ୍କ ପୂଜାର୍ଚ୍ଚନା ନିୟମାନୁସାରେ ହୋଇଥାଏ। ଶକ୍ତି ପୀଠକୁ ରାଜ୍ୟ ତଥା ବାହାରୁ ମଧ୍ୟ ବହୁ ଭକ୍ତ ଆସି ମାଙ୍କୁ ଦର୍ଶନ କରି ତାଙ୍କ ପାଖେ ଶରଣ ପଶନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ