ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ତାମିଲନାଡୁ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ଶ୍ରମିକଙ୍କ ଝିଅର ସଫଳତା, ୬୦୦ରୁ ୬୦୦ ନମ୍ବର ରଖିଲେ

ନୂଆଦିଲ୍ଲୀ : ସୋମବାର ଦିନ ତାମିଲନାଡୁ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକ‌ାଶ ପାଇଛି। ଏସ୍‌ ନନ୍ଦିନୀ ନାମକ ଜଣେ ଛାତ୍ରୀ ପୂରା ୬୦୦ରୁ ୬୦୦ ନମ୍ବର ରଖିଛନ୍ତି। ଏସ୍‌ ନନ୍ଦିନୀ ହେଉଛନ୍ତି ତାମିଲନାଡ଼ୁ ଡିଣ୍ଡିଗୁଲ୍‌ରେ ଜଣେ ଶ୍ରମିକଙ୍କ ଝିଅ। ନନ୍ଦିନୀ ଆନ୍ନାମଲ୍ଲାଇଆର ଗାର୍ଲ ହାୟର ସେକେଣ୍ଡାରି ସ୍କୁଲ୍‌ରେ ଅଧ୍ୟୟନ କରୁଥିଲେ। ସେ ୬ଟି ପେପର୍‌ ତାମିଲ, ଇଂଲିଶ, ଇକୋନୋମିକ୍ସ, କମର୍ସ, ଆକାଉଣ୍ଟାନ୍ସି ଏବଂ କମ୍ପୁଟର ଆପ୍ଲିକେସନ୍‌ରେ ୧୦୦ ନମ୍ବର ରଖିଛନ୍ତି। ଉକ୍ତ ଛାତ୍ରୀଙ୍କ ବାପା ମା’ଙ୍କ ନାଁ ହେଉଛି ବାନୁପ୍ରୀୟା ଏବଂ ଶ୍ରବଣକୁମାର। ପରୀକ୍ଷା ଫଳ ଆସିବାପରେ ନନ୍ଦିନୀ ନିଜ ପରିବାର ସଦସ୍ୟ ଏବଂ ଶିକ୍ଷକ ସମସ୍ତଙ୍କୁ ମିଠା ବାଣ୍ଟିଛନ୍ତି। ନନ୍ଦିନୀ କହିଛନ୍ତି, ମୋ ବାପା ଜଣେ ଦିନ ମଜୁରିଆ।

କିନ୍ତୁ ସେ କେବେ ମୋ ପାଠପଢ଼ାରେ ବାଧା ଦେଇନାହାନ୍ତି। ମୋ ବାପାଙ୍କ କଠିନ ପରିଶ୍ରମ ହିଁ ମତେ ଆଜି ଏହି ଜାଗାରେ ପହଞ୍ଚାଇଛି। ନନ୍ଦିନୀ କହିଛନ୍ତି, ମୋ ବାପା ମତେ ସବୁବେଳେ କହନ୍ତି ଯେ ଶିକ୍ଷା ହିଁ ସମ୍ପଦ ଏବଂ ନିଜ ସ୍ବପ୍ନ ପୂରଣ ପାଇଁ ତାଙ୍କ ବାପା ତାଙ୍କ ସହ ସବୁବେଳେ ରହି ଆସିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି