ଅପରାଧ ଦେଶ ବିଦେଶ

ତାମିଲନାଡୁରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା: ମୃତ୍ୟୁ ପୂର୍ବରୁ ଛାଡି ଗଲେ ସୁଇସାଇଡ୍‌ ନୋଟ୍‌, ୨ ସପ୍ତାହ ଭିତରେ ରାଜ୍ୟରେ ଗଲାଣି ୫ ଜୀବନ

ଚେନ୍ନାଇ: ତାମିଲନାଡୁରେ ବାରମ୍ବାର ଆସୁଛି ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ। ଆଜି(ଜୁଲାଇ ୨୭) ଜଣେ ୧୨ ଶ୍ରେଣୀ ପଢ଼ୁଥିବା ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ଦୁଇ ସପ୍ତାହ ମଧ୍ୟରେ ୫ ଛାତ୍ରଛାତ୍ରୀଙ୍କର ଜୀବନ ଗଲାଣି।

ଆଜି ଶିବଗଙ୍ଗା ଜିଲ୍ଲାରେ ଥିବା ନିଜ ଘରୁ ଛାତ୍ରଙ୍କର ମୃତଦେହ ମିଳିଛି। ତେବେ ଆତ୍ମହତ୍ୟା କରିବା ପୂର୍ବରୁ ଛାତ୍ର ଜଣଙ୍କ ସୁଇସାଇଡ୍ ନୋଟ୍ ଛାଡ଼ିଯାଇଥିବା ପୁଲିସ ସୂଚନା ଦେଇଛି। ତେବେ ସୁଇସାଇଡ୍ ନୋଟ୍‌ରେ ଯାହା ଲେଖାଯାଇଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଛାତ୍ର ଜଣଙ୍କୁ ବିଜ୍ଞାନ ଓ ଗଣିତ କଷ୍ଟ ଲାଗୁଥିବାରୁ ସେ ଆତ୍ମହତ୍ୟା କରିଥିବା ସେ ଛାଡ଼ିଯାଇଥିବା ନୋଟ୍‌ରେ ଲେଖାଯାଇଛି।

ଏହା ପୂର୍ବରୁ ରାଜ୍ୟରେ ୪ ଜଣ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ଛାତ୍ରୀ ୧୨ ଶ୍ରେଣୀରେ ହୋଇଥିବା ବେଳେ ଜଣେ ଛାତ୍ରୀ ୧୧ ଶ୍ରେଣୀର ବୋଲି ଜଣାପଡ଼ିଛି। ଆଜି ଶିବକାଶୀରେ ସକାଳ ୧୧ ଶ୍ରେଣୀର ପଢ଼ୁଥିବା ଜଣେ ଛାତ୍ରୀଙ୍କର ମୃତଦେହ ମିଳିଥିଲା। ଝିଅଟିର ପୁରୁଣା ରୋଗ ଥିଲା ଓ ସେ ପେଟ ଜନିତ ସମସ୍ୟା ଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ପୁଲିସ କହିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ