ଦେଶ ବିଦେଶ ରାଜନୀତି

ତାମିଲନାଡ଼ୁ ବିଧାନସଭାରେ ଅଭାବନୀୟ ପରିସ୍ଥିତି: ବିଧାନସଭା ଛାଡ଼ି ପଳାଇଲେ ରାଜ୍ୟପାଳ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଚେନ୍ନାଇ : ତାମିଲନାଡ଼ୁ ବିଧାନସଭା‌େର ସୋମବାର ଦିନ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ରାଜ୍ୟ ସରକାରଙ୍କ ଦ୍ବାରା ପ୍ରସ୍ତୁତ ଭାଷଣ ଅବିକଳ ନପଢ଼ି ରାଜ୍ୟପାଳ ଆରଏନ୍ ରବି ମଝି ମଝିରେ କିଛି ଅଂଶ ଛାଡ଼ିଦେବାରୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଏହାର ବି‌େରାଧ କରିଥିଲେ। ଏଥିରେ କ୍ଷୁବ୍ଧ ‌େହାଇ ରାଜ୍ୟପାଳ ବିଧାନସଭା ଛାଡ଼ି ବାହାରକୁ ଚାଲିଯାଇଥିଲେ। ଏପରିକି ଜାତୀୟ ସଙ୍ଗୀନ ପାଇଁ ମଧ୍ୟ ‌ଅପେକ୍ଷା କରିନଥିଲେ।

ବିଧାନସଭାରେ ସୋମବାର ଦିନ ରାଜ୍ୟପାଳଙ୍କର ଅଭିଭାଷଣ ଥିଲା। ପରଂପରା ଅନୁଯାୟୀ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରସ୍ତୁତ ଭାଷଣକୁ ସେ ପଢ଼ିବା କଥା। କିନ୍ତୁ ସେ ଅବିକଳ ଲିଖିତ ଭାଷଣଟି ନ ପଢ଼ି, ତାକୁ ପରିବର୍ତ୍ତନ କରି ବା ମଝିରୁ ମଝିରୁ ଛାଡ଼ି ଛାଡ଼ି ପଢ଼ିଥିଲେ। ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ ଏହାର ପ୍ରତିବାଦ କରିବା ସହ ତାମିଲ ଭାଷାରେ ଲିଖିତ ମୂଳ ଭାଷଣଟିକୁ ରେକର୍ଡରେ ରଖିବା ପାଇଁ ଦାବି କରି ଏକ ପ୍ରସ୍ତାବ ଆଗତ କରିଥିଲେ। ଏହା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ରାଜ୍ୟପାଳ ରବି ଗୃହ ତ୍ୟାଗ କରି ଚାଲିଯାଇଥିଲେ।

ସୂଚନାଯୋଗ୍ୟ ଯେ ରାଜ୍ୟପାଳ ରବି ୫୦ ମିନିଟ ଧରି ଯେଉଁ ଭାଷଣ ଦେଇଥିଲେ ତାହା ଥିଲା ମୁଖ୍ୟତଃ ତାମିଲ ଭାଷାରେ ସରକାରଙ୍କ ଦ୍ବାରା ପ୍ରସ୍ତୁତ ଓ ଅନୁମୋଦିତ ଭାଷଣର ଇଂରାଜୀ ଅନୁବାଦ। କିନ୍ତୁ ସେ ଏହାର କେତେକ ଅଂଶ ପଢ଼ି ନ ଥିଲେ ଏବଂ କେତେକ ଅଂଶରେ ପରିବର୍ତ୍ତନ କରିଥିଲେ। ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଉଠି କହିଥିଲେ ଯେ ରାଜ୍ୟପାଳ ଲିଖିତ ଭାଷଣର ୧୨ ନମ୍ବର ପଏଣ୍ଟର କିଛି ଅଂଶ ପଢ଼ିନାହାନ୍ତି।

ସରକାର ଆଇନ-ଶୃଙ୍ଖଳା ରକ୍ଷା ଉପରେ ସବୁଠାରୁ ଅଧିକ ଗୁରୁତ୍ବ ଦେଉଛନ୍ତି, ରାଜ୍ୟ ସୁଖଶାନ୍ତିର ଭୂସ୍ବର୍ଗ ଏବଂ ଯେକୌଣସି ପ୍ରକାର ହିଂସାକାଣ୍ଡରୁ ସମ୍ପୂର୍ଣ୍ଣ ମୁକ୍ତ ବୋଲି ଏଥିରେ ଲେଖା ଥିଲା। ରାଜ୍ୟ ସରକାର କିପରି ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀର ମୁକାବିଲା କରିଛନ୍ତି, ତା’ର ପ୍ରଶଂସା କରାଯାଇଥିଲା। ରାଜ୍ୟପାଳ ଏହାକୁ ପଢ଼ି ନ ଥିଲେ ଏବଂ କିଛି କଥା ବି ପୂରା ଛାଡ଼ିଦେଇଥିଲେ। ଏଥିରେ ମଧ୍ୟ ରାଜ୍ୟ ସରକାରଙ୍କ ଗୁଣଗାନ କରାଯାଇଥିଲା।

ଷ୍ଟାଲିନ କହିଛନ୍ତି ଯେ ଲିଖିତ ଭାଷଣ ଛପାହେବା ପୂର୍ବରୁ ତାକୁ ଅନୁମୋଦନ କରାଯାଇଥିଲା ଏବଂ ଛପା ହେବା ପରେ ସମସ୍ତ ସଦସ୍ୟଙ୍କୁ ଗୋଟିଏ ଗୋଟିଏ କପି ଦିଆଯାଇଥିଲା। କିନ୍ତୁ ସଦସ୍ୟମାନେ ପଢ଼ୁଛନ୍ତି ଗୋଟିଏ ଏବଂ ରାଜ୍ୟପାଳ ଭାଷଣ ଦେଉଛନ୍ତି ଆଉ ଗୋଟିଏ ପ୍ରକାର। ଏହା ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହା ସମ୍ବିଧାନ-ବିରୋଧୀ ବୋଲି ଷ୍ଟାଲିନ କହିଥିଲେ। ଶେଷରେ କେବଳ ମୂଳ ଲିଖିତ ଭାଷଣ ରେକର୍ଡରେ ରହିବ ବୋଲି ଷ୍ଟାଲିନଙ୍କ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା।

ସୂଚନାଯୋଗ୍ୟ ଯେ ରାଜ୍ୟପାଳ ରବି ତାଙ୍କର କିଛି ବକ୍ତବ୍ୟ ପାଇଁ ବିବାଦୀୟ ହୋଇପଡ଼ିଛନ୍ତି। ରାଜ୍ୟ ସରକାର ଏବଂ ବିଶେଷ କରି ମୁଖ୍ୟମନ୍ତ୍ରୀଙ୍କ ସହିତ ତାଙ୍କର ସଂରର୍କ ଠିକ୍ ନାହିଁ। କିଛିଦିନ ତଳେ ରାଜ୍ୟପାଳ ତାମିଲନାଡ଼ୁର ନାମ ପରିବର୍ତ୍ତନ କରି ‘ତାମିଝଗମ୍’ କରିବାକୁ ପ୍ରସ୍ତାବ ଦେଇଥିଲେ, ଯାହାକୁ ଶାସକ ଓ ବିରୋଧୀ ଦଳ ଉଭୟ ବିରୋଧ କରିଥିଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର