ରାଜ୍ୟ

ତାମିଲନାଡ଼ୁ: ଚିନ୍ତାରେ ଓଡ଼ିଆ ଶ୍ରମିକ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ସମ୍ବଲପୁର : ତାମିଲନାଡ଼ୁରେ ବର୍ତ୍ତମାନ ହିନ୍ଦୀ ଭାଷାଭାଷୀ ପ୍ରବାସୀ ଶ୍ରମିକମାନଙ୍କୁ ସ୍ଥାନୀୟ ଲୋକ ଘୋର ବିରୋଧ କରୁଛନ୍ତି। ବିଶେଷ କରି ବିହାର ଓ ଝାଡ଼ଖଣ୍ଡ ଶ୍ରମିକଙ୍କୁ ଟାର୍ଗେଟ୍‌ କରାଯାଉଥିବା ବେଳେ ଏହାକୁ ନେଇ ଓଡ଼ିଶା ଶ୍ରମିକମାନଙ୍କ ମଧ୍ୟରେ ଚିନ୍ତାବଢ଼ିଛି। ତାମିଲନାଡୁରେ ହଜାର ହଜାର ଓଡ଼ିଆ ଯୁବତୀ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ କାଳେ ସେମାନେ ଭୟରେ ନିଜ ରାଜ୍ୟକୁ ଫେରିଯିବେ, ସେଥି ପାଇଁ ନିଯୁକ୍ତିଦାତା ସଂସ୍ଥା ସେମାନଙ୍କୁ ବିଭିନ୍ନ ହଷ୍ଟେଲ୍‌ ବା କାରଖାନାରେ ରଖି ସୁରକ୍ଷା ମଧ୍ୟରେ ନେବାଆଣିବା କରୁଛନ୍ତି। ସେମାନଙ୍କୁ ବାହାରକୁ ଛଡ଼ାଯାଉନାହିଁ ବୋଲି ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ଅଧିକାର ପାଇଁ କାମ କରୁଥିବା ସ୍ବେଚ୍ଛାସେବୀ ନବୀନ ଅଭିଯୋଗ କରିଛନ୍ତି।

ତାମିଲନାଡ଼ୁରେ ବିଭିନ୍ନ ସଂଗଠିତ ଓ ଅଣସଂରକ୍ଷିତ କ୍ଷେତ୍ରରେ ଓଡ଼ିଶାରୁ ୩ ଲକ୍ଷରୁ ଅଧିକ ଓଡ଼ିଆ ଯୁବକଯୁବତୀ କାମ କରୁଛନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ ପଶ୍ଚିମ ଓଡ଼ିଶାର ବୋଲି ଜଣାପଡ଼ିଛି। ତାମିଲନାଡ଼ୁରେ ଉପୁଜିଥିବା ସ୍ଥିତିକୁ ନେଇ ସେମାନଙ୍କ ମଧ୍ୟରୁ ଅନେକ ଓଡ଼ିଶା ଫେରି ଆସିଥିବାବେଳେ ଆହୁରି ଅନେକ ନିଜ ଘରକୁ ଫେରିବାକୁ ବିଭିନ୍ନ ରେଳ ଷ୍ଟେସନ୍‌ରେ ଭିଡ଼ ଲଗାଇଛନ୍ତି। ଚେନ୍ନାଇ ସେଣ୍ଟ୍ରାଲ୍‌ ଷ୍ଟେସନ୍ ଏବେ ଲୋକାରଣ୍ୟ ହୋଇ ପଡ଼ିଥିବାବେଳେ ସେଠାରେ ଅପେକ୍ଷାରତ ଓଡ଼ିଆ ଦାଦନଙ୍କ ସଂଖ୍ୟା ବି କିଛି କମ୍ ନୁହେଁ। ଷ୍ଟେସନ୍‌ର ଅବସ୍ଥା ଏଭଳି ଯେ ସେଠାରେ ଅପେକ୍ଷାରତ ଯାତ୍ରୀଙ୍କୁ ଖାଦ୍ୟ, ପାନୀୟ ବି ମିଳୁ ନାହିଁ। ତାମିଲନାଡୁରେ କାର୍ଯ୍ୟରତ ଓଡ଼ିଆ ଶ୍ରମିକ, ବିଶେଷ କରି ମହିଳା ଓ ଯୁବତୀମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ପଦକ୍ଷେପ ନେବାକୁ ଦାବି ହେଉଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।