କଳା ଓ ସଂସ୍କୃତି ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି

ତାଞ୍ଜାନିଆ ଓଡ଼ିଆ ସମାଜ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର : ପୂର୍ବ ଆଫ୍ରିକାର ତାଞ୍ଜାନିଆରେ ,ଓଡିଶାର ଦେବଗଡ ଜିଲ୍ଲାର ବିନୟ ଶ୍ରୀକାନ୍ତ ପ୍ରଧାନ ଚଳିତ ବର୍ଷ ଅଗଷ୍ଟ ମାସ ଠାରୁ ଭାରତୀୟ ଉଚ୍ଚାୟୁକ୍ତ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି | ତାଞ୍ଜାନିଆରେ ଥିବା ଓଡ଼ିଆ ସମାଜର ସଦସ୍ୟମାନେ ଶ୍ରୀପ୍ରଧାନଙ୍କୁ ସ୍ୱାଗତ କରିଛନ୍ତି | ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀପ୍ରଧାନଙ୍କ ପତ୍ନୀ, ବିଶିଷ୍ଟ ଓଡିଶୀ ନୃତ୍ୟଶିଳ୍ପୀ ମୋନାଲିସା ଶୁଭଦର୍ଶନୀ ମଧ୍ୟ ଉପସ୍ଥିତ ଥିଲେ | କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଦିଗବିଜୟ ସାହୁ ଓ ଦୀପିକ ସାହୁ | ପ୍ରିୟରଞ୍ଜନ ନାଥ ଶ୍ରୀପ୍ରଧାନଙ୍କର ପରିଚୟ ପାଠ କରିଥିଲେ |ବିଜୟ କୁମାର ସାହୁ ଓଡ଼ିଆ ସମାଜ ର କାର୍ଯ୍ୟାବଳୀ ବିଷୟରେ ଅବଗତ କରାଇଥିଲେ |ସତ୍ୟସାଇ ବେହେରା,ନଟବର ସାହୁ ଓ ଅନ୍ତର୍ଯ୍ୟାମୀ ଷଡ଼ଙ୍ଗୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ | ଓଡ଼ିଆ ସମାଜର ମହିଳା ସଦସ୍ୟମାନେ ବନ୍ଦେ ଉତ୍କଳ ଜନନୀ ଓ ଜଗନ୍ନାଥ ଭଜନ ପରିବେଷଣ କରିଥିଲେ |ସୁଶ୍ରୀ ବିଜୟଲକ୍ଷ୍ମୀ ସାହୁ ଓଡିଶୀ ନୁର୍ତ୍ୟ ପରିବେଷଣ କରିଥିଲେ |

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି